ଇଞ୍ଜେକ୍‍ସନ୍‍ ନେବା ପରେ ଶିଶୁ ମୃତ

0

ରାଉରକେଲା: ସ୍ଥାନୀୟ ମାଲ୍‍ଗୋଦାମ ଏଫ୍‍ସିଆଇ ବସ୍ତିରେ ୪ ମାସର ଶିଶୁ କନ୍ୟାର ମୃତ୍ୟୁ ଘଟିଛି। ଇଞ୍ଜେକ୍‍ସନ୍‍ ନେବା ପରେ ପାଶ୍ୱର୍ ପ୍ରତିକ୍ରିୟା ଯୋଗୁଁ ଶିଶୁର ମୃତ୍ୟୁ ଘଟିଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି। ଗତ କାଲି ସକାଳ ୧୦ଟାରେ ଅଙ୍ଗନୱାଡି କେନ୍ଦ୍ରରେ ୨୧ ଜଣ ଶିଶୁଙ୍କୁ ରୋଟାମାକ୍ସ ଟିକା ଦିଆଯାଇଥିଲା। ଏଫ୍‍ସିଆଇ ବସ୍ତିର ସରୋଜ ସାହୁ ତାଙ୍କର ୪ ମାସର ଝିଅକୁ ଟିକା ଦେବା ପାଇଁ ଅଙ୍ଗନୱାଡି କେନ୍ଦ୍ରକୁ ନେଇଥିଲେ। ଟିକା ନେଇ ଆସିବା ପରେ ସନ୍ଧ୍ୟା ୭ଟା ବେଳେ ଶିଶୁ କନ୍ୟାର ମୃତ୍ୟୁ ଘଟିଥିବା ଜଣାପଡ଼ିଥିଲା। ପୁଲିସ ତଦନ୍ତ ଆରମ୍ଭ କରିଛି। ଜିଲା ସ୍ୱାସ୍ଥ୍ୟ ଅଧିକାରୀଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।

Leave A Reply