‘ଓକିଲମାନେ ସୁପ୍ରିମକୋର୍ଟଙ୍କ ଭାବମୂର୍ତ୍ତି କ୍ଷୁଣ୍ଣ କରୁଛନ୍ତି’

0

ନୂଆଦିଲ୍ଲୀ : ଓକିଲମାନଙ୍କ ଦ୍ୱାରା ସୁପ୍ରିମକୋର୍ଟଙ୍କ ଭାବମୂର୍ତ୍ତି କ୍ଷୁଣ୍ଣ ହେଉଛି ବୋଲି ବିଚାରପତି ଜଷ୍ଟିସ ଅରୁଣ ମିଶ୍ର ମତବ୍ୟକ୍ତ କରିଛନ୍ତି। ବୁଧବାର ଜଷ୍ଟିସ ମିଶ୍ର କହିଛନ୍ତି ଯେ ଅଦାଲତ ପରିସର ଓ ଅଦାଲତ ବାହାରେ ଓକିଲମାନେ ସର୍ବୋଚ୍ଚ ନ୍ୟାୟାଳୟଙ୍କ ଭାବମୂର୍ତ୍ତି କ୍ଷୁଣ୍ଣ କରୁଛନ୍ତି। ସେ କହିଛନ୍ତି ଯେ ଟେଲିଭିଜନ ଆଲୋଚନାରେ ଭାଗ ନେଉଥିବା ଓକିଲମାନେ ସର୍ବୋଚ୍ଚ ଅଦାଲତଙ୍କ ସମ୍ମାନ ହାନି କରିବା ଭଳି ମନ୍ତବ୍ୟ ଦେଉଛନ୍ତି। ଆଲୋଚନା ସମୟରେ ଓକିଲମାନେ ଅଦାଲତ ବିରୋଧରେ ନାନା ପ୍ରକାର ଅଭିଯୋଗ ଆଣୁଛନ୍ତି। କେରଳ ସରକାରଙ୍କ ବିରୋଧରେ ମେଡିକାଲ କାଉନସିଲ ଅଫ ଇଣ୍ଡିଆ ଦାୟର କରିଥିବା ଏକ ମାମଲାର ଶୁଣାଣି କାଳରେ ଜଷ୍ଟିସ ମିଶ୍ର ଏପରି ମତବ୍ୟକ୍ତ କରିଛନ୍ତି। ସୁପ୍ରିମକୋର୍ଟଙ୍କ ନିର୍ଦେଶ ସତ୍ତ୍ୱେ କେରଳ ସରକାର ଦୁଇଟି ମେଡିକାଲ କଲେଜରେ ନାମ ଲେଖାକୁ ଅନୁମତି ଦେଇଥିଲେ। ଏଥି ପାଇଁ ରାଜ୍ୟ ସରକାର ଅଧ୍ୟାଦେଶ ଆଣିଥିଲେ।

Leave A Reply