ବିସ୍ଫୋରଣରେ ୨ ବିଏସ୍‌ଏଫ୍‌ ଯବାନ ମୃତ

0

ଇମ୍ଫାଲ : ମଣିପୁର ରାଜଧାନୀ ଇମ୍ଫାଲସ୍ଥିତ ଏକ ବିଏସ୍‌ଏଫ୍‌ ଶିବିର ବାହାରେ ବିସ୍ଫୋରଣ ଘଟି ଦୁଇ ଯବାନ ପ୍ରାଣ ହରାଇଥିବାବେଳେ ଜଣେ ସ୍ଥାନୀୟ ମହିଳା ଆହତ ହୋଇଛନ୍ତି। ମୃତ ଯବାନଙ୍କ ନାମ ସଞ୍ଜୟ ତିର୍କୀ ଓ ଏନ୍‌.ଏନ୍‌ ମିତି। ବୁଧବାର ଅପରାହ୍ଣ ପ୍ରାୟ ୨ଟା ସମୟରେ ବିଏସ୍‌ଏଫ୍‌ର ଦିମାପୁର-ଇମ୍ଫାଲ ରାଜପଥର କୋଇରେଙ୍ଗି ସେକ୍ଟର ମୁଖ୍ୟାଳୟ ଫାଟକ ନିକଟରେ ଅବସ୍ଥିତ ଏକ ଦୋକାନରେ ଏହି ବିସ୍ଫୋରଣ ଘଟିଥିଲା। ବିସ୍ଫୋରଣ ଏତ ତୀବ୍ର ଥିଲା ଯେ ଫାଟକରେ କର୍ତ୍ତବ୍ୟରତ ଦୁଇ ଯବାନ ଏଥିରେ ପ୍ରାଣ ହରାଇଥିଲେ। ଦୋକାନର ମାଲିକାଣି ଇଛାନ୍‌ ମିତି ଗୁରୁତର ଆହତ ଅବସ୍ଥାରେ ଚିକିତ୍ସାଧୀନ ଅଛନ୍ତି। ମଣିପୁର ବିଦ୍ରୋହୀ ଗୋଷ୍ଠୀର କୌଣସି ସଦସ୍ୟ ଦୋକାନରେ ଏହି ବିସ୍ଫୋରକ ଖଞ୍ଜିଥିବା ସନ୍ଦେହ କରାଯାଉଛି।

Leave A Reply