ରୋହତକରେ ପ୍ରବଳ ବର୍ଷା, ଭିବାନୀରେ ବରଫ ବର୍ଷା, ଦିଲ୍ଲୀ ଓ ଏନସିଆର ପାଣିପାଗରେ ପରିବର୍ତ୍ତନ

0

ନୂଆଦିଲ୍ଲୀ: ଦିଲ୍ଲୀ ଏନସିଆର ସମେତ ଉତ୍ତର ଭାରତର ଏକାଧିକ ସହରର ପାଣିପାଗରେ ବୁଧବାର ହଠାତ୍‍ ପରିବର୍ତ୍ତନ ହୋଇଛି। ହରିୟଣାର ଏକାଧିକ ସ୍ଥାନରେ ବର୍ଷା ହୋଇଥିବାବେଳେ ରୋହତକରେ ପ୍ରବଳ ବର୍ଷା ହୋଇଛି। ସେହିପରି ଭୀବାନୀଠାରେ ବର୍ଷା ସାଙ୍ଗକୁ କୁଆପଥର ମାଡ଼ ହୋଇଥିଲା। ପଣିପାଗ ବିଭାଗ ପକ୍ଷରୁ ଆଗାମୀ ୩୬ଘଣ୍ଟା ମଧ୍ୟରେ ଦିଲ୍ଲୀରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ବୋଲି କୁହାଯାଇଛି । ସମ୍ପୃକ୍ତ ଅଞ୍ଚଳରେ ପବନର ବେଗ ୪୦/୫୦କିମି ବେଗରେ ବହିବାର ସମ୍ଭାବନା ରହିଛି।

Leave A Reply