କର୍ଣ୍ଣାଟକ : ଜାଲ୍‌ ଭୋଟ ପରିଚୟପତ୍ର ସହ କମ୍ପ୍ୟୁଟର ଓ ପ୍ରିଣ୍ଟର ଜବତ

0

ବେଙ୍ଗାଲୁରୁ : କର୍ଣ୍ଣାଟକରେ ନିର୍ବାଚନ ପ୍ରଚାର ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ନିର୍ବାଚନ ଜିତିବା ପାଇଁ ପ୍ରତ୍ୟକ ରାଜନୈତିକ ଦଳ ଭିନ୍ନ ଭିନ୍ନ ଉପାୟ ଅବଲମ୍ବନ କରୁଛନ୍ତି । ଏଭଳି ସମୟରେ ବେଙ୍ଗାଲୁରୁ ପୁଲିସ୍‌ ଏକ ଆପାର୍ଟମେଣ୍ଟରୁ ବହୁ ପରିମାଣର ଜାଲ ଭୋଟ ପରିଚୟପତ୍ର ଜବତ କରିଛି । ଏହାସହ ସେଠାରୁ ଜାଲ ଭୋଟ ପରିଚୟପତ୍ର ତିଆରିରେ ବ୍ୟବହୃତ କମ୍ପ୍ୟୁଟର ଓ ପ୍ରିଣ୍ଟର ସହ ଅନ୍ୟାନ୍ୟ ସାମଗ୍ରୀ ଜବତ କରାଯାଇଛି । କଂଗ୍ରେସ ବିଧାୟକ ମୁନିରାଥନ ନାଇଡୁ ୬୦, ୦୦୦ ଜାଲ ଭୋଟ ପରିଚୟପତ୍ର ପ୍ରସ୍ତୁତ କରିଥିବା ଅଭିଯୋଗ ହୋଇଛି । ନିର୍ବାଚନ ଆୟୋଗ ଅଧିକାରୀମାନେ ମଙ୍ଗଳବାର ବେଙ୍ଗାଲୁରୁର ରାଜରାଜେଶ୍ୱରୀ ନଗରସ୍ଥିତ ଫ୍ଲାଟରୁ କର୍ଣ୍ଣାଟକରୁ ୯,୭୪୬ଟି ଭୋଟ ପରିଚୟପତ୍ର ଜବତ କରିଛନ୍ତି। ଏହି ପ୍ଲାଟଟି ବିଧାୟକ ମୁନିରାଥନଙ୍କ ସହଯୋଗୀର ବୋଲି କୁହାଯାଉଛି । ଉଲ୍ଲେଖ ଯେ ରାଜରାଜେଶ୍ୱରୀ ନିର୍ବାଚନ ମଣ୍ଡଳୀରେ ୪,୩୫,୪୩୯ ଜଣ ଭୋଟର ଅଛନ୍ତି । ସେହିପରି ଏପର୍ଯ୍ୟନ୍ତ ୭୬.୭୦ କୋଟି ନଗଦ ଜବତ କରାଯାଇଛି । ୨୪ କୋଟିରୁ ଊର୍ଦ୍ଧ୍ବ ଟଙ୍କାର ମଦ, ୪୩.୭୪ କୋଟି ଟଙ୍କାର ସୁନା ଓ ରୁପା ଗହଣା ଜବତ କରାଯାଇଛି।

Leave A Reply