ଆତଙ୍କବାଦୀକୁ ପାଣ୍ଠି ଯୋଗାଣ : ପିଏଫଆଇ ବିରୋଧରେ ମାମଲା ରୁଜୁ

0

ନୂଆଦିଲ୍ଲୀ : ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡ଼ି) ଆତଙ୍କବାଦୀ ଗତିବଧି ଏବଂ ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ ମାମଲାରେ କେରଳର ବିଚ୍ଛିନ୍ନତାବାଦୀ ସଂଗଠନ ପପୁଲାର ପ୍ରଣ୍ଟ ଅଫ ଇଣ୍ଡିଆ (ପିଏଫଆଇ) ବିରୋଧରେ ଅପରାଧୀକ ମାମଲା ରୁଜୁ କରିଛି । କର୍ଣ୍ଣାଟକରେ ବିଜେପି ଶାସନକୁ ଆସିଲେ ପିଏଫଆଇ ଉପରେ ପ୍ରତିବନ୍ଧକ ଲଗାଇବାକୁ ସୁପାରିଶ କରିବେ ବୋଲି ବିଜେପି ଅଧ୍ୟକ୍ଷ ଅମିତ ଶାହା କହିବା ପରେ ଇଡ଼ି ଏଭଳି କାର୍ଯ୍ୟାନୁଷ୍ଠାନ ନେଇଛି । ଏହି ସଂଗଠନର କେତେକ ଶାଖା କର୍ଣ୍ଣାଟକରେ ଅଛି । ଏନ୍‌ଆଇଏର ଅଭିଯୋଗପତ୍ର ଆଧାରରେ ପିଏଫଆଇ ବିରୋଧରେ ବେଆଇନ ଅର୍ଥ କାରବାର ନିରୋଧୀ ଆଇନ (ପିଏମ୍‌ଏଲଆଇ)ରେ ଅପରାଧୀକ ମାମଲା ରୁଜୁ କରାଯାଇଛି। ପିଏଫଆଇ ଆତଙ୍କବାଦୀ କାର୍ଯ୍ୟକଳାପରେ ଲିପ୍ତ ଥିବାବେଳେ କେତେକ ଆତଙ୍କବାଦୀ ସଂଗଠନକୁ ପାଣ୍ଠି ଯୋଗାଉଥିବା ସନ୍ଦେହ କରାଯାଉଛି ।

Leave A Reply