ସଫଳ ତଦନ୍ତକାରୀ ଅଧିକାରୀଙ୍କୁ କ୍ରାଇମବ୍ରାଞ୍ଚର ସମ୍ବର୍ଦ୍ଧନା

0

କଟକ: ବିଭିନ୍ନ ସମୟରେ ଉଚ୍ଚ କୋଟିର ତଦନ୍ତକରି ଘଟଣାର ପ୍ରକୃତ ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରିବାରେ ସିଦ୍ଧହସ୍ତ ଥିବା ପୁଲିସ କର୍ମଚାରୀମାନଙ୍କୁ ଉତ୍ସାହିତ କରିବା ତଥା ଆଗକୁ ଏମିତି ଉଚ୍ଚକୋଟିର ତଦନ୍ତ କରିବାକୁ ଆଗଭର କରିବା ଲକ୍ଷ୍ୟରେ କ୍ରାଇମବ୍ରାଞ୍ଚ ପକ୍ଷରୁ ପୁଲିସ କର୍ମଚାରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଛି।୨୦୧୮ ମାର୍ଚ୍ଚ ୨୧ ତାରିଖରେ ଜଗତସିଂହପୁର ଜିଲ୍ଲା ଅନ୍ତର୍ଗତ ଏରସମା ଥାନା ଅଞ୍ଚଳରେ ଘଟିଥିଲା ଏକ ଦୁର୍ଭାଗ୍ୟଜନକ ଘଟଣା। ଜଣେ ନାବାଳିକାକୁ ଦୁର୍ଷ୍କମ ଓ ହତ୍ୟା କରାଯାଇଥିଲା।ଏହି ଘଟଣାରେ ଏରସମା ଥାନାରେ କେଶ ନମ୍ବର ୪୨/୨୦୧୮ ରେ ଏକ କେଶ ପଞ୍ଜିକୃତ ହୋଇଥିଲା। ତତ୍କାଳୀନ ଏରସମା ଥାନା ଅଧିକାରୀ ଇନସପେକ୍ଟର ବିଚିତ୍ରା ନନ୍ଦ ସେଠୀ ଏହି କେଶର ତଦନ୍ତଭାର ନେଇ ୬୦ ଦିନ ମଧ୍ୟରେ ଦୋଷାରୋପ ଫର୍ଦ୍ଦ କୋର୍ଟରେ ଦାଖଲ କରିଥିଲେ। ମାନ୍ୟବର (pocso) ପୋସ୍କୋ  ଅଦାଲତ ଜଗତସିଂହପୁର ଏହି ମୋକଦ୍ଦମାର ବିଚାର କରି ଦୋଷୀ ଲବ ଓରଫ କାଳିଆ ମନାକୁ ୨୦୧୯ ସେପ୍ଟେମ୍ବର ୧୦ ତାରିଖରେ ଫାଶି ଦଣ୍ଡାଦେଇ ଶୁଣାଇଛନ୍ତି। ଇନିସପେକ୍ଟର ବିଚିନ୍ଦ୍ରା ନନ୍ଦ ସେଠୀଙ୍କ ର ଏହି ତଦନ୍ତ ଉଚ୍ଚକୋଟିର ହୋଇଥିବାରୁ ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ ବିଜୟ କୁମାର ଶର୍ମା ବୁଧବାର କ୍ରାଇମବ୍ରାଞ୍ଚ ପରିସରରେ ତାଙ୍କୁ ୫ ହଜାର ଟଙ୍କାର ପ୍ରୋତ୍ସାହନ ରାଶି ଓ ମାନପତ୍ର ପ୍ରଦାନ କରି ସମ୍ବର୍ଦ୍ଧିତ କରିଛନ୍ତି।

prayash

ସେହିପରି ଏକ ମୋକଦ୍ଦମାକୁ ସ୍ୱତନ୍ତ୍ର (pocso) ପୋସ୍କୋ ସରକାରୀ ଓକିଲ ଶିବପ୍ରସାଦ ମାଝି ଅତି ସଫଳତାର ସହିତ ଅଭିଯୋଜନ କରିଛନ୍ତି।ଏହା ପୂର୍ବରୁ ଶ୍ରୀଯୁକ୍ତ ମାଝି କୁଜଙ୍ଗ ଥାନା କେଶ ନମ୍ବର ୨୫୯/୨୦୧୩ ଓ ପାରାଦୀପ ଲକ୍‍ କେଶ ନମ୍ବର ୧୩୫/୨୦୧୪ର ସୁପରିଚାଳନା କରି ଅଭିଯୁକ୍ତ ମାନଙ୍କୁ ଦୋଷୀ ସାବ୍ୟସ୍ତ କରିବାରେ ସଫଳତା ହାସଲ କରିଥିଲେ। ଶ୍ରୀଯୁକ୍ତ ମାଝିଙ୍କର କାର୍ଯ୍ୟଦକ୍ଷତା ଓ ଉଚ୍ଚକୋଟିର ମୋକଦ୍ଦମା ଅଭିଯୋଜନକୁ ପ୍ରୋତ୍ସାହିତ କରିବା ପାଇଁ ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ ବିଜୟ କୁମାର ଶର୍ମା ତାଙ୍କୁ ମଧ୍ୟ ୫ ହଜାର ଟଙ୍କାର ପ୍ରୋତ୍ସାହନ ରାଶି ଓ ମାନପତ୍ର ପ୍ରଦାନ କରି ସମ୍ବର୍ଦ୍ଧିତ କରିଛନ୍ତି।

କ୍ରାଇମବ୍ରାଞ୍ଚ ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ ସନ୍ତୋଷ କୁମାର ଉପାଧ୍ୟାୟକଙ୍କ ପୌରାହିତ୍ୟରେ ଆୟୋଜିତ ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମକୁ କ୍ରାଇମବ୍ରାଞ୍ଚ ଡି.ଆଇ.ଜି ଅମିତେନ୍ଦ୍ର ନାଥ ସିହ୍ନା ,କେନ୍ଦ୍ରାଞ୍ଚଳ ଡି.ଆଇ.ଜି ଆଶିସ ସିଂହ,ଜଗତସିଂହପୁର ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଆର.ପ୍ରକାଶ,କ୍ରାଇମବ୍ରାଞ୍ଚ ଏସପି ସୁଧାଂସୁ ଶେଖର ମିଶ୍ର ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।

kalyan agarbati
Leave A Reply