ଉତ୍ତରପ୍ରଦେଶ: କୁକୁର କାମୁଡ଼ାରେ ମଲେଣି ୧୨ ଶିଶୁ

0

ଲକ୍ଷ୍ନୌ : ବୁଲା କୁକୁରଙ୍କ ଆତଙ୍କରେ ଅତିଷ୍ଠ ଉତ୍ତର ପ୍ରଦେଶ ପ୍ରଶାସନ ଏବେ ଏଗୁଡିଙ୍କୁ ଧରିବା ଲାଗି ଅଭିନବ ଉପାୟ ଅବଲମ୍ବନ କରୁଛି। ସୀତାପୁରଠାରେ ଡ୍ରୋନ୍‌ (ଉଡନ୍ତା କ୍ୟାମେରା) ବ୍ୟବହାର କରି ବୁଲା କାମୁଡ଼ା କୁକୁରଙ୍କୁ ଠାବ କରାଯାଉଛି। ଉତ୍ତର ପ୍ରଦେଶର ସୀତାପୁର ଅଞ୍ଚଳରେ ବିଗତ ୬ ମାସ ମଧ୍ୟରେ କୁକୁର କାମୁଡାରେ ୧୨ ଜଣ ଶିଶୁଙ୍କ ମୃତ୍ୟୁ ଘଟିବା ସହିତ ଅନ୍ୟ ୬ ଜଣ ଶିଶୁ ଆହତ ହେଲେଣି। ଗତ ସପ୍ତାହରେ ୧୦ ବର୍ଷ ବୟସ୍କ ଜଣେ ଶିଶୁକୁ କୁକୁର କାମୁଡିବା ପରେ ତା’ର ମୃତ୍ୟୁ ଘଟିଥିଲା। ଅନ୍ୟ ୬ ଜଣ ଶିଶୁ ମଧ୍ୟ କୁକୁର କାମୁଡାରେ ଆହତ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଛି। ପିଲାମାନେ ସ୍କୁଲ ଯିବା ବନ୍ଦ କରିଛନ୍ତି। ଅନ୍ୟପଟେ ବୟସ୍କ ଲୋକେ ନିଜର ସୁରକ୍ଷା ନିମନ୍ତେ ଦଳଗତ ଭାବେ ଠେଙ୍ଗାବାଡି ସଙ୍ଗରେ ନେଇ ଘରୁ ବାହାରକୁ ଯାଉଛନ୍ତି। ଏଣୁ ପ୍ରଶାସନ ପକ୍ଷରୁ ଡ୍ରୋନ୍‌ ଏବଂ ରାତ୍ରିକାଳୀନ ଦୂରବିକ୍ଷଣ ଯନ୍ତ୍ର ଦ୍ୱାରା ଆକ୍ରମଣକାରୀ କୁକୁରଙ୍କ ଉପରେ ଦୃଷ୍ଟି ରଖାଯାଉଛି। ଏଥିସହ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି ନିମନ୍ତେ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ଟିମ୍‌ ଗଠନର ଯୋଜନା କରାଯାଇଛି।

Leave A Reply