www.samajalive.in
Monday, December 15, 2025
24.1 C
Bhubaneswar

ବିଘ୍ନହର୍ତ୍ତାଙ୍କ ପୂଜା ଗୃହରେ ଆଣିଥାଏ ସୁଖଶାନ୍ତି , ଦୂର ହୁଏ ବାସ୍ତୁଦୋଷ

ବାସ୍ତୁଦେବତାଙ୍କୁ ସନ୍ତୁଷ୍ଟ କରିବା ପାଇଁ ପ୍ରଭୁ ଶ୍ରୀଗଣେଶଙ୍କର ପୂଜାର୍ଚ୍ଚନା ନିତ୍ୟାନ୍ତ ଆବଶ୍ୟକ। ପ୍ରଭୁ ଗଣେଶଙ୍କୁ ପୂଜା କରିବା ଦ୍ୱାରା ବାସ୍ତୁ ଜନିତ ବିଭିନ୍ନ ସମସ୍ୟାରୁ ମୁକ୍ତି ମିଳିଥାଏ। ଯେଉଁ ଗୃହରେ ନିୟମିତ ପ୍ରଭୁ ଗଣେଶଙ୍କର ପୂଜା ହୁଏ, ସେଠାରେ ବାସ୍ତୁ ଦୋଷ ଉତ୍ପନ୍ନ ହୋଇନଥାଏ।
ମାନ୍ୟତା ରହିଛି ଯେ, ଏକ ଦନ୍ତ ଥିବା ଶ୍ରୀଗଣେଶଙ୍କର ଧ୍ୟାନ କରିବା ଦ୍ୱାରା ଜଟିଳ ସମସ୍ୟାର ମଧ୍ୟ ସହଜରେ ସମାଧାନ ହୋଇଥାଏ।
ଗୃହର ମୁଖ୍ୟ ଦ୍ୱାର ସମ୍ମୁଖରେ ଗଣେଶଙ୍କର ମୂର୍ତ୍ତି ଲଗାଇବା ଦ୍ୱାରା ଘରେ ସର୍ବଦା ଉନ୍ନତି ଓ ଶାନ୍ତିର ବାତାବରଣ ରହିଥାଏ। ଧନସମ୍ପତ୍ତିର ମଧ୍ୟ ବୃଦ୍ଧି ହୋଇଥାଏ।
ଗୃହର ସିଢି ଘର ତଳେ କୌଣସି ଦେବାଦେବୀଙ୍କ ଫଟୋ ଲଗାନ୍ତୁ ନାହିଁ।
ସିନ୍ଦୂର ରଙ୍ଗର ଗଣେଶଙ୍କ ମୂର୍ତ୍ତି ପୂଜାର୍ଚ୍ଚନା କରିବା ଦ୍ୱାରା ସମସ୍ତ ଦୁଃଖକଷ୍ଟରୁ ମୁକ୍ତି ମିଳିଥାଏ।
ରୋଗରୁ ମଧ୍ୟ ମୁକ୍ତି ମିଳେ।
ପ୍ରଭୁ ଗଣେଶଙ୍କର ଯେଉଁ ଫଟୋ କିମ୍ବା ମୂର୍ତ୍ତି ଘରେ ଲଗାଉଛନ୍ତି, ସେଥିରେ ମୋଦକ କିମ୍ବା ଲଡ଼ୁ, ମୂଷାର ଚିତ୍ର ରହିବା ନିତ୍ୟାନ୍ତ ଆବଶ୍ୟକ ଅଟେ। ପୂଜା ଘରେ ଗୋଟିଏ ଗଣେଶ ମୂର୍ତ୍ତି ରଖି ପୂଜା କଲେ ବହୁ ଶୁଭଫଳ ପ୍ରାପ୍ତି ହୋଇଥାଏ।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories