ଭାଙ୍ଗିଲା ଛାତ୍ରମା-ବଡ଼ସାତଶୋଳ ପୋଲ

0

ଖୁଣ୍ଟା : ମୟୁରଭଞ୍ଜ ଜିଲା ଖୁଣ୍ଟା ବ୍ଲକ ବଡ଼ଫେଣି ପଞ୍ଚାୟତରେ ଥିବା ଗଙ୍ଗାହର ନଦୀର ଛାତ୍ରମା-ବଡ଼ସାତଶୋଳ ପୋଲ ବୁଧବାର ଭାଙ୍ଗି ପଡ଼ିଛି। ରାଜ୍ୟ ରାଜପଥ ୧୯ରୁ ପୋଲର ଦୂରତା ୨କିମି ହୋଇଥିବା ବେଳେ ବ୍ଲକ ମୁଖ୍ୟାଳୟ ସହିତ ତିନୋଟି ପଞ୍ଚାୟତର ସିଧାସଳଖ ଯୋଗାଯୋଗ ବ୍ୟାହତ ହୋଇଛି। ପ୍ରତିଦିନ ପୋଲ ଉପରଦେଇ ଡ଼ମ୍ପର ଗୁଡ଼ିକ ଉକ୍ତ ପୋଲର କ୍ଷମତା ଠାରୁ ଅଧିକ ମାଲ ପରିବହନ କରି ଆସୁଥିବା ବେଳେ ତାହା ଦୁର୍ବଳ ହୋଇପଡ଼ିବା ସହ ବର୍ଷା ଯୋଗୁଁ ଭାଙ୍ଗି ପଡିଥିବା ଆଲୋଚନା ହେଉଛି।

Leave A Reply