ଜିନ୍ନାଙ୍କୁ ସମର୍ଥନ କରୁଥିବା ଲୋକଙ୍କ ବିରୋଧରେ ଫତଓ୍ୱା ଜାରି
ବରେଲୀ: ଉତ୍ତର ପ୍ରଦେଶର ବରେଲୀରେ ଥିବା ଦରଘା-ଇ-ଅଲ୍ଲା ହଜରତ ପକ୍ଷରୁ ପାକିସ୍ତାନର ନିର୍ମାତା ମହମ୍ମଦ ଅଲ୍ଲି ଜିନ୍ନାଙ୍କ ସମର୍ଥକଙ୍କ ବିରୋଧରେ ଫତଓ୍ୱା ଜାରି କରାଯାଇଛି । ତାଙ୍କୁ ସମର୍ଥନ କରିବା ଭୁଲ ଓ ସେ ଦେଶର କୌଣସି ମୁସଲମାନଙ୍କ ପାଇଁ ଆଦର୍ଶ ନୁହନ୍ତି ବୋଲି ଏଥିରେ ଉଲ୍ଲେଖ ରହିଛି । ସେ ଏକ ଶତ୍ରୁ ଦେଶର ନିର୍ମାଣ କରିଥିଲେ । ତାଙ୍କ ଫଟୋ ଟାଙ୍ଗିବା ଭୁଲ ବୋଲି ଏଥିରେ ଉଲ୍ଲେଖ ରହିଛି । ଅଲ୍ଲି ଗଡ ମୁସଲିମ ବିଶ୍ୱବିଦ୍ୟାଳୟରେ ଜିନ୍ନାଙ୍କର ଫଟୋକୁ ନେଇ ବିବାଦ ଲାଗି ରହିଛି ।
ଭାରତର ସମସ୍ତ ମୁସଲମାନ ଜିନ୍ନାଙ୍କୁ ବିରୋଧ କରିବା ଉଚିତ୍,ସେ ଦେଶର ବିଭିଜନ ପାଇଁ ଦାୟୀ ଥିଲେ ବୋଲି ଦରଘା-ଇ-ଅଲ୍ଲା ହଜରତର ମୁଖପାତ୍ର ବଖତିଆର ଖାନ କହିଛନ୍ତି । ପୂର୍ବରୁ ଜମାଇତ୍-ଇ ଉଲେମା ହିନ୍ଦର ସାଧାରଣ ସମ୍ପାଦକ ମୌଲାନା ମହମ୍ମଦ ମଦାନି ବି ଜିନ୍ନାଙ୍କୁ ଭାରତରେ କେହି ସମର୍ଥନ କରିବା ଉଚିତ୍ ନୁହେଁ ବୋଲି କହିଛନ୍ତି । ଅଲ୍ଲୀଗଡ ବିଶ୍ୱବିଦ୍ୟାଳୟରୁ ଜିନ୍ନାଙ୍କର ଫଟୋକୁ ହଟାଇ ଦେବା ପାଇଁ ସେ ଦାବି କରିଛନ୍ତି ।