ଚଳନ୍ତା କାରରେ ମହିଳାଙ୍କୁ ଗଣ ବଳାତ୍କାର ଅଭିଯୋଗ

0

ମୁଜାଫରନଗର:  ଦିଲ୍ଲୀ-ଡେରାଡୁନ ଜାତୀୟ ରାଜପଥର ମୁଜାଫରନଗର ନିକଟରେ ଜଣେ ମହିଳାଙ୍କୁ ଚଳନ୍ତା କାରରେ ଗଣ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି।  ଦୁଇ ଜଣ ବ୍ୟକ୍ତି ମହିଳା ଜଣଙ୍କୁ ବଳାତ୍କାର କରିବା ପରେ ତାଙ୍କୁ ଓ ତାଙ୍କର ତିନି ବର୍ଷର ପିଲାକୁ ରାସ୍ତାରେ ଫିଙ୍ଗି ଦେଇ ପଳାଇଥିବା ସୂଚନା ମିଳିଛି । ଏହା ଜାଣିବା ପରେ ସ୍ଥାନୀୟ ଗାଁ ଲୋକ ଶିଶୁଟିକୁ ଚିକିତ୍ସାପାଇଁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ମହିଳା ଜଣଙ୍କ ଚେତା ଶନ୍ୟ ଅବସ୍ତାରେ ରାସ୍ତାରେ ପଡିଥିଲେ । ତାଙ୍କର ଚେତା ଫେରିବା ପରେସେ ପୁଲିସରେ ଅଭିଯୋଗ କରିଛନ୍ତି । ପୁଲିସ ଜଣେ ଅଭିଯୁକ୍ତକୁ ଗିରଫ କରିଛି ।

Leave A Reply