ଉତ୍କଟ ହେଉଛି ଦିଲ୍ଲୀ ଜଳସଙ୍କଟ; ରାଷ୍ଟ୍ରପତିଙ୍କୁ ମିଳୁନି ପ୍ରର୍ଯ୍ୟାପ୍ତ ପାଣି:ଏସସି

0

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ପାଣିର ସମସ୍ୟାକୁ ନେଇ ସୁପ୍ରିମ କୋର୍ଟ ମଙ୍ଗଳବାର ଏକ ବଡ଼ ଟିପ୍ପଣୀ ପ୍ରଦାନ କରିଛି। ଦିଲ୍ଲୀର ଭୂତଳ ଜଳସ୍ତର ଚିନ୍ତାଜନକ ଭାବରେ ହ୍ରାସ ପ୍ରାଇଛି ବୋଲି ସୁପ୍ରିମ କୋର୍ଟ ପ୍ରକାଶ କରିଛି। ଜଳସ୍ତର ଏଭଳି ତଳକୁ ଖସି ଯାଇଛି ଯେ, ରାଷ୍ଟ୍ରପତି ଭବନକୁ ମଧ୍ୟ ଆବଶ୍ୟକ ପାଣି ଯୋଗାଣ ହୋଇ ପାରୁ ନାହିଁ ବୋଲି ସୁପ୍ରିମ କୋର୍ଟ ତାଙ୍କ ରାୟରେ ପ୍ରକାଶ କରିଛନ୍ତି।
ଭୂତଳ ଜଳସ୍ତରକୁ ନେଇ କେନ୍ଦ୍ର ସରକାର ମଙ୍ଗଳବାର ସୁପ୍ରିମ କୋର୍ଟରେ ରିପୋର୍ଟ ଦାଖଲ କରିଥିଲେ। ଏହି ରିପୋର୍ଟରେ ଦିଲ୍ଲୀର ଜଳସ୍ତର ବ୍ୟାପକ ମାତ୍ରାରେ କମି ଯାଇଥିବା ଜଣା ପଡ଼ିଥିଲା। ଏପରିକି ରାଷ୍ଟ୍ରପତି ଭାବନ ଓ ଆଖପାଖ ଅଞ୍ଚଳ ମଧ୍ୟ ଏହାର ପ୍ରଭାବ ପରିଲକ୍ଷୀତ ହୋଇଛି। ଏହି ରିପୋର୍ଟ ମିଳିବା ପରେ ସୁପ୍ରିମ କୋର୍ଟ ଦିଲ୍ଲୀ ୱାଟର ରିସର୍ସ ବିଭାଗକୁ ସେମାନଙ୍କ ୍ରଆଗାମୀ ପଦକ୍ଷେପ ସମ୍ପର୍କରେ ରିପୋର୍ଟ ପ୍ରଦାନ କରିବାକୁ ନିର୍ଦେଶ ଦେଇଛନ୍ତି।ଏହି ମାମଲାର ପରବର୍ତ୍ତୀ ଶୁଣାଣି ୧୫ମେକୁ ହେବ।

Leave A Reply