www.samajalive.in
Monday, December 15, 2025
24.1 C
Bhubaneswar

ଘର ଭିତରେ ଚାଲିଥିଲା ଗୋ ହତ୍ୟା: ୯ ଗିରଫ, ଗୋମାଂସ ଜବତ

ସମ୍ବଲପୁର: ସମ୍ବଲପୁର ଧନୁପାଲି ଥାନା ଅନ୍ତର୍ଗତ ସୁନାପାଲି ଅଞ୍ଚଳରେ ଜଣେ ବ୍ୟକ୍ତିଙ୍କ ଘରେ ବେଆଇନ ଭାବରେ ଗୋ ହତ୍ୟା କରାଯାଉଥିବା ବେଳେ ପୁଲିସ ଚଢ଼ଉ କରିଛି । ସେଠାରୁ ଗୋମାଂସ ଜବତ ହୋଇଥିବାବେଳେ ୧୨ ଗୋରୁଙ୍କୁ ଉଦ୍ଧାର କରାଯାଇଛି। ଏହି ଘଟଣାରେ ପୁଲିସ ୯ ଜଣଙ୍କୁ ଗିରଫ କରିଛି।

ଶୁକ୍ରବାର ଅପରାହ୍ନରେ ଅତିରିକ୍ତ ଜିଲା ପୁଲିସ ଆରକ୍ଷୀ ଅଧିକ୍ଷକ ଅଜୟ କୁମାର ମିଶ୍ର ଜିଲା ପୁଲିସ ମୁଖ୍ୟାଳୟରେ ଆଜି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ଶୁକ୍ରବାର ଭୋର ସମୟରେ ପୁଲିସକୁ ସୁନାପାଲି ଅଞ୍ଚଳର ଅବଦୁଲ ଗଫାରଙ୍କ ଘରେ ବେଆଇନ ଗୋ ହତ୍ୟା କରାଯାଉଥିବା ଖବର ମିଳିଥିଲା । ଏଣୁ ପୁଲିସ ଦଳ ଉକ୍ତ ଘରେ ଚଢ଼ଉ କରିଥିଲା । ଚଢ଼ଉ ସମୟରେ ଉକ୍ତ ଘର ସମ୍ମୁଖରେ ୨ଟି ବୋଲେରୋ ପିକଅପ ଗାଡିରେ ଅତାବିରା ଅଞ୍ଚଳରୁ ୧୨ଟି ଗାଈ ଅଣାଯାଇ ରଖାଯାଇଥିବା ଦେଖିବାକୁ ମିଳିଥିଲା । ଏଥି ସହ ଉକ୍ତ ଘର ମଧ୍ୟରେ ଥିବା ବାରଣ୍ଡାରେ ଗୋଟିଏ ଗାଈକୁ ହତ୍ୟା କରାଯାଇ ମାଂସ ସଂଗ୍ରହ ଜାରି ରହିଥିଲା । ଚଢ଼ଉ ସମୟରେ ଗୋ ହତ୍ୟାକାରୀମାନେ ପୁଲିସ ଉପରକୁ ଆକ୍ରମଣ କରି ଖସିଯିବାକୁ ଉଦ୍ୟମ କରୁଥିବା ବେଳେ ଅଧିକ ପୁଲିସ ଫୋର୍ସ ଅଣାଯାଇ ସେମାନଙ୍କୁ ଧରାଯାଇଥିଲା । ସେହି ସମୟରେ ୩ ଜଣ ମହିଳା ସୁନାପାଲି ନିବାସୀ ମୁନାୱର ବାନୋ (୪୦), ୟାଶମିନ ବାନୋ (୧୯), ହାସିନ ବାନୋ (୨୦), ୪ ଜଣ ପୁରୁଷ ମୋତିଝରନ ନିବାସୀ ଅବଦୁଲ ଶାହାରୁକ (୨୫), ସୁନାପାଲି ନିବାସୀ ମହମ୍ମଦ ଜାବିଦ (୪୨), ମୋତିଝରନ ମଝିପଡା ନିବାସୀ ଫଣ୍ଟୁସ ମହାନନ୍ଦ (୪୫) ଓ ଲାଦେରପାଲି, ଅତାବିରା ନିବାସୀ ସନ୍ତୋଷ ଦାସ (୩୯)ଙ୍କୁ ଧରିଥିଲା । ୨ଟି ଗାଡିରେ ଥିବା ୧୨ ଗାଈଙ୍କୁ ଉଦ୍ଧାର କରାଯାଇ ଶ୍ରୀ କୃଷ୍ଣ ଗୋଶାଳାରେ ରଖାଯାଇଛି । ଏହା ସହିତ ବରଗଡ ଜିଲାରୁ ଗୋ ଚାଲାଣ କରିଥିବା ଅତାବିରା ନିବାସୀ ସରୋଜ କୁମାର ବେହେରା (୪୦) ଓ ତାଙ୍କର ପତ୍ନୀ ଦୁର୍ଗା ବେହେରା (୩୦)ଙ୍କୁ ମଧ୍ୟ ପୁଲିସ ଗିରଫ କରିଛି । ଜବତ ହୋଇଥିବା ୧ କ୍ୱିଣ୍ଟାଲରୁ ଅଧିକ ଗୋ ମାଂସକୁ ଆଇନ ଅନୁଯାୟୀ ଉପଯୁକ୍ତ ପ୍ରକ୍ରିୟାରେ ନଷ୍ଟ କରାଯାଇଛି।

- Advertisement -

ବେଆଇନ ଭାବରେ ଗୋ ହତ୍ୟା କରାଯାଉଥିବା ଘରକୁ ମଧ୍ୟ ମହାନଗର ନିଗମ କର୍ତ୍ତୃପକ୍ଷଙ୍କ ଜରିଆରେ ସିଲ କରାଯାଇଛି । ଏହି ଘଟଣାରେ ୪ ଜଣ ମହିଳା ଓ ୫ ଜଣ ପୁରୁଷଙ୍କ ସମେତ ସମୁଦାୟ ୯ ଜଣଙ୍କୁ ଗିରଫ କରାଯାଇଛି । ଗୋ ମାଂସ ଜବତ ହୋଇଥିବା ଘରଟି ବେଆଇନ କି, ସରକାରୀ ଜମିରେ ଜବରଦଖଲ କରି ନିର୍ମାଣ କରାଯାଇଛି ସେ ଦିଗରେ ମଧ୍ୟ ତଦନ୍ତ ଜାରି ରହିଛି । ଗୋ ମାଂସକୁ ସ୍ଥାନୀୟ ଅଞ୍ଚଳରେ ବିକ୍ରି କରିବା ପାଇଁ ଉଦ୍ୟମ କରାଯାଉଥିଲା ବୋଲି ତଦନ୍ତ ସମୟରେ ଜଣାପଡିଛି । ଏ ନେଇ ଧନୁପାଲି ଥାନାରେ ଏକ ମାମଲା ୨୬୦/୨୦୨୫ ରୁଜୁ କରାଯାଇ ଅଭିଯୁକ୍ତମାନଙ୍କୁ ପୁଲିସ କୋର୍ଟ ଚାଲାଣ କରିଛି ବୋଲି ଅତିରିକ୍ତ ଏସପି ମିଶ୍ର କହିଛନ୍ତି।

ଅପରପକ୍ଷରେ ବାରମ୍ବାର ଏହି ଅଞ୍ଚଳରେ ଗୋହତ୍ୟା କରାଯାଉଥିବା ଅଭିଯୋଗ ହୋଇ ଆସୁଥିବା ବେଳେ ମଝିରେ ମଝିରେ ପୁଲିସ ଚଢ଼ଉ ସମୟରେ ଗୋ ମାଂସ ଜବତ ଓ ଗୋ ସମ୍ପଦ ଉଦ୍ଧାର ହେବାର ଅନେକ ନଜିର ରହିଛି । ଆଜିର ଘଟଣା ପରେ ବିଜେପି ଜିଲା ସଭାପତି ଗିରିଶ ପଟେଲ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରି କହିଛନ୍ତି ଯେ, ଆମେ ଅନେକବାର ବେଆଇନ ଗୋ ହତ୍ୟା ବିରୋଧରେ ସ୍ୱର ଉତ୍ତୋଳନ କରିଛୁ ଏବଂ ପୁଲିସ ମଧ୍ୟ ଏହାକୁ ଧ୍ୟାନ ଦେଇ କାର୍ଯ୍ୟାନୁଷ୍ଠାନ ନେଇଛି । କିନ୍ତୁ ଏହା ସତ୍ୱେ କିଛି ମୁଷ୍ଟିମେୟ ବ୍ୟକ୍ତି ଏଭଳି କାର୍ଯ୍ୟରୁ ନିବୃତ୍ତ ହେଉ ନାହାନ୍ତି । ଯଦି ଗୋ ହତ୍ୟା ବନ୍ଦ କରା ନ ଯାଏ, ତାହା ହେଲେ ଆଗାମୀ ଦିନରେ ପ୍ରଶାସନ ଯାହା ପଦକ୍ଷେପ ନେବାର କଥା ନେବ, କିନ୍ତୁ ଆମେମାନେ ମଧ୍ୟ କଡା ପଦକ୍ଷେପ ନେବୁ ବୋଲି ଜିଲା ସଭାପତି ପଟେଲ କହିଛନ୍ତି।

Hot this week

ମାଲକାନଗିରିରେ ସ୍ଵାଭାବିକ ହେଲା ଇଣ୍ଟରନେଟ୍

ମାଲକାନଗିରି: ମାଲକାନଗିରିରେ ହିଂସାର ୮ ଦିନ ପରେ ସ୍ଵାଭାବିକ ହେଲା...

ବୈଜୟନ୍ତ ପଣ୍ଡାଙ୍କୁ ଆସାମ ନିର୍ବାଚନ ଦାୟିତ୍ଵ

ସମାଜ ଲାଇଭ ଡ଼େସ୍କ : କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ପୁଣି...

କେନାଲ ଖୋଳକୁ ନେଇ ଉତ୍ତେଜନା: ପୁଲିସ ସହ ଧସ୍ତାଧସ୍ତି

ବ୍ରହ୍ମଗିରି: ବ୍ରହ୍ମଗିରି ହରିଦାସ ଗାଁରେ କେନାଲ ଖୋଳାକୁ ନେଇ ପ୍ରବଳ ଉତ୍ତେଜନା...

ନିଷ୍ପତ୍ତି ଉପରେ ଆଉ ଥରେ ବିଚାର କରିବା ଉଚିତ- ନରସିଂହ ମିଶ୍ର

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ ବହିଷ୍କୃତ...

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

Related Articles

Popular Categories