www.samajalive.in
Monday, December 8, 2025
16.1 C
Bhubaneswar

ଫେବୃଆରୀ ୧୫ରେ ପ୍ରଧାନମନ୍ତ୍ରୀ ଲୋକାର୍ପଣ କରିବେ ସର୍ବବୃହତ ଭଗବତଗୀତା

-ଭଗବତ ଗୀତାର ପ୍ରତି ପୃଷ୍ଠା ଲେଉଟାଇବାକୁ ୪ ଜଣ ଲୋକ ଆବଶ୍ୟକ ।
-ଗୀତାକୁ ପ୍ରସ୍ତୁତ କରିବାରେ ଦେଢ କୋଟି ଟଙ୍କା ଖର୍ଚ୍ଚ ।
-ଗୀତାର ପୃଷ୍ଠା ସୁନା, ଚାନ୍ଦି ଓ ପ୍ଲାଟିନମରେ ନିର୍ମିତ ।
-ଲୋକାର୍ପଣ ପରେ ଦିଲ୍ଲୀ ଇସ୍କନ ମନ୍ଦିରରେ ରଖାଯିବ ।

ନୂଆଦିଲ୍ଲୀ: ଭଗବାନ କୃଷ୍ଣଙ୍କ ବାଣୀ ବିଶ୍ବରେ ପ୍ରଚାର କରୁଥିବା ଅନ୍ତଃରାଷ୍ଟ୍ରୀୟ କୃଷ୍ଣଭାବନାମୃତ ସଂଘ ଅର୍ଥାତ୍ ଇସ୍କନ ବୃହତ ଧାର୍ମିକ ପୁସ୍ତକ ପ୍ରକାଶନ କରିଛନ୍ତି । ଆସନ୍ତା ଫେବୃଆରୀ ୧୫ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହାକୁ ଲୋକାର୍ପଣ କରିବେ । ଲୋକାର୍ପଣ ପ​‌ରେ ଏହାକୁ ଦିଲ୍ଲୀ ଇସ୍କନ ମନ୍ଦିରରେ ରଖାଯିବ । ଏହି ପୁସ୍ତକର ଓଜନ ୮୦୦ କେଜି ହୋଇଥିବା ବେଳେ ୧୨ ଫୁଟ୍ ଲମ୍ବା ଓ ୯ ଫୁଟ୍ ଚଉଡା ବିଶିଷ୍ଟ ହୋଇଛି । ଏହାକୁ ପ୍ରସ୍ତୁତ କରିବା ପାଇଁ ସିନ୍ଥେଟିକ କାଗଜ, ସୁନା, ଚାନ୍ଦି ଓ ପ୍ଲାଟିନମ ଭଳି ଧାତୁର ବ୍ୟବହାର ହୋଇଛି । ୬୭୦ ପୃଷ୍ଠା ବିଶିଷ୍ଟ ଏହି ଗୀତାର ଗୋଟିଏ ପୃଷ୍ଠା ଲେଉଟାଇବାକୁ ୪ ଜଣ ଲୋକଙ୍କ ଆବଶ୍ୟକ ପଡିବ । ଏହାକୁ ପ୍ରକାଶନ କରିବା ପାଇଁ ଅଢେଇ ବର୍ଷ ସମୟ ଲାଗିଛି । ଏହାର ରଖିବା ପାଇଁ ଦୁଇ ଟନ ଓଜନର ଏକ ବୃହତ ହାଇାଡ୍ରୋଲିକ ଷ୍ଟାଣ୍ଡ ନିର୍ମାଣ କରାଯାଇଛି ।

- Advertisement -

ଏହି ପୁସ୍ତକଟିକୁ ଇଟାଲୀ ଇସ୍କନ ଧର୍ମାବଲମ୍ବୀ ନିର୍ମାଣ କରିଛନ୍ତି । ସବୁ ଇସ୍କନ କେନ୍ଦ୍ରରୁ ଅର୍ଥରାଶି ଯୋଗାଡ କରାଯାଇ ଏହି ପୁସ୍ତକକୁ ପ୍ରକାଶନ କରାଯାଇଛି । ଏହାକୁ ପ୍ରକାଶନ କରିବାରେ ପ୍ରାୟ ଦେଢ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ଏହି ପୁସ୍ତକର ପୃଷ୍ଠାର ବନ୍ଧେଇ ପାଇଁ ଜାପାନିଜ୍ ବନ୍ଧେଇ କୌଶଳ ବ୍ୟବହାର କରାଯାଇଛି । ଏହାର ମଲାଟ ପୃଷ୍ଠା ବା କଭର ପେଜ୍ ତିଆରି ପାଇଁ ସ୍ୟାଟେଲାଇଟରେ ବ୍ୟବହୃତ କାର୍ବନ ଫାଇବର ବ୍ୟବହାର କରାଯାଇଛି ।

ଏହି ଗୀତାକୁ ସମୁଦ୍ର ପଥରେ ଗୁଜୁରାଟର ମୁଦ୍ରାକୁ ଅଣାଯାଇଥିଲା । ଜାନୁଆରୀ ୨୦ ତାରିଖରେ ତାହା ଦିଲ୍ଲୀରେ ପହଞ୍ଚିଥିଲା । ପୂର୍ବରୁ ଏହି ପୁସ୍ତକଟିକୁ ୨୦୧୮ ନଭେମ୍ବର ୧୨ ତାରିଖରେ ଇଟାଲୀରେ ପ୍ରଦର୍ଶିତ କରାଯାଇଥିଲା । ଟ୍ରଷ୍ଟି ଏବଂ ପରିଚଳନା ନିର୍ଦେଶକ ମହାଶ୍ବେତା ଦାସଙ୍କ ସୂଚନା ଅନୁଯାୟୀ, କିଛି ଦିନ ପୂର୍ବରୁ ଇସ୍କନର ସଂସ୍ଥାପକ ଆଚାର୍ଯ୍ୟ ଶ୍ରୀମଦ ଏସୀ ଭକ୍ତି ବେଦାନ୍ତ ଶ୍ରୀଲ ପ୍ରଭୁପଦ ସ୍ବାମୀଙ୍କ ପ୍ରେରଣାରେ ଏହି ଧାର୍ମିକ ଗ୍ରନ୍ଥର ପ୍ରସ୍ତୁତିର ପରିକଳ୍ପନା କରାଯାଇଥିଲା ।

 

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories