ନୂଆ ବର୍ଷରେ ଜନ୍ମଗ୍ରହଣ କରିଛନ୍ତି ୭୦ହଜାର ଶିଶୁ
ନୂଆଦିଲ୍ଲୀ : ନୂଆ ବର୍ଷର ପ୍ରଥମ ଦିନରେ ଭାରତ ମାଟିରେ ନୂଆ ଦୁନିଆ ଦେଖିଛନ୍ତି ୬୯ ହଜାର ୯୪୪ ଶିଶୁ। ଜାତିସଂଘ ସଂସ୍ଥା ୟୁନିସେଫ୍ ସୂଚନାନୁଯାୟୀ, ଏହା ତମାମ ବିଶ୍ବରେ ସର୍ବାଧିକ ଓ ଏକ ରେକର୍ଡ। ବିଶ୍ବରେ ଏହି ଦିନ ଯେତିକି ଶିଶୁ ଜନ୍ମଗ୍ରହଣ କରିଛନ୍ତି; ତାହାର ୧୮ପ୍ରତିଶତଙ୍କୁ ଭାରତ ସ୍ବାଗତ କରିଥିବା ୟୁନିସେଫ୍ ଦର୍ଶାଇଛି। ନୂଆ ବର୍ଷରେ ବିଶ୍ବର ପ୍ରଥମ ଜନବହୁଳ ରାଷ୍ଟ୍ର ଚୀନ୍ବାସୀ ୪୪ ହଜାର ୯୪୦ ଶିଶୁଙ୍କୁ ସ୍ବାଗତ କରିଥିବା ଏହି ରିପୋର୍ଟରୁ ଜଣାପଡ଼ିଛି। ଏହି ତାଲିକାର ତୃତୀୟ ସ୍ଥାନରେ ରହିଛି ଆଫ୍ରିକୀୟ ରାଷ୍ଟ୍ର ନାଇଜେରିଆ। ଏଠାରେ ୨୫ ହଜାର ୬୮୫ ଶିଶୁ ଜନ୍ମ ନେଇଥିବା ଜଣାପଡ଼ିଛି।