www.samajalive.in
Monday, December 15, 2025
24.1 C
Bhubaneswar

ସୁରକ୍ଷାକର୍ମୀଙ୍କ ଗୁଳିରେ ୭ ମାଓବାଦୀ ମୃତ, ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଓ ବନ୍ଧୁକ ଜବତ

ମାଲକାନଗିରି: ଆଜି ଛତିଶଗଡ଼ ସୁରକ୍ଷାକର୍ମୀଙ୍କୁ ମିଳିଛି ବଡ଼ ସଫଳତା। ଛତିଶଗଡ଼ ଅନ୍ତର୍ଗତ ବିଜାପୁର ଜିଲା ନାରାୟଣପୁର ସୀମାରେ ସୁରକ୍ଷାକର୍ମୀ ତଥା ସୁରକ୍ଷା ବାହିନୀ ଓ ମାଓବାଦୀଙ୍କ ମଧ୍ୟରେ ବଡ଼ ଧରଣର ଗୁଳିବିନିମୟ ହୋଇଛି। ସୁରକ୍ଷାକର୍ମୀଙ୍କ ଗୁଳିମାଡ଼ରେ ୭ଜଣ ମାଓବାଦୀଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ସୁରକ୍ଷାକର୍ମୀ ଓ ମାଓବାଦୀମାନଙ୍କ ମଧ୍ୟରେଚ ଚାଲିଥିବା ଗୁଳି ବିନିମୟରେ ଅଧିକ ମୃତାହତ ଆଶଙ୍କା କରାଯାଉଛି। ସୁରକ୍ଷାକର୍ମୀଙ୍କ ତଲାସୀ ଅଭିଯାନ ଜାରି ରହିଥିବା ସୂଚନା ମିଳିଛି।

ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ ନାରାୟଣପୁର ଓ ବିଜାପୁର ଜିଲା ସୀମାନ୍ତରେ ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟି ୭ ଜଣ ମାଓବାଦୀଙ୍କ ମୃତ୍ୟୁ ଘଟିଛିା  ବିଜାପୁର ଜିଲା ଆବୁଜମାଡ ଗ୍ରାମ ନିକଟ ଜଙ୍ଗଲରେ ଡିଆରଜି, ଏସଟିଏଫର ପ୍ରାୟ ୮୦୦ରୁ ଅଧିକ ଯବାନ ନାରାୟଣପୁର ଏସପି. ପ୍ରତାପ କୁମାରଙ୍କ ନେତୃତ୍ୱରେ ଗତ ଦୁଇଦିନ ଧରି ସର୍ଚ୍ଚ ଅପରେସନ ଜାରି ରଖିଥିଲେ।  ଉକ୍ତ ଜଙ୍ଗଲରେ ଏକ ମାଓ ଶିବିର ଚାଲୁଥିବା ଏବଂ ମାଓବାଦୀ ମାନେ ଏକ ବଡ ହିଂସାକାଣ୍ଡ ଘଟାଇବା ପାଇଁ ଯୋଜନା କରୁଥିବା ଖବର ପାଇ କୁମ୍ବିଂ ଅପରେସନକୁ ଜୋରସୋର କରିଥିଲେ। ଯବାନମାନଙ୍କ ଆସିବା ଦେଖି ମାଓବାଦୀମାନେ ସେମାନଙ୍କ ଉପରକୁ ପ୍ରଥମେ ଗୁଳି ଚଳାଇଥିଲେ। ପାଲଟା ଜବାବରେ ଯବାନମାନେ ଗୁଳି ଚାଲଣା କରିଥିବା ବେଳେ ତାଙ୍କ ଆକ୍ରମଣକୁ ପ୍ରତି ହତ କରି ନ ପାରି ଜଙ୍ଗଲ ମଧ୍ୟରେ ଛତ୍ରଭଙ୍ଗ ଦେଇଥିଲୋ। ଗୁଳି ବିନିମୟ ପରେ ଯବାନ ମାନେ ସର୍ଚ୍ଚ ଅୁପରେସନ କରିବା ସମୟରେ ୭ ଜଣ ମାଓବାଦୀଙ୍କ ମୃତଦେହ ଠାବ କରିଥିଲେ। ଏଥିସହ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର, ବନ୍ଧୁକ, ଇତ୍ୟାଦି ଜବତ କରିଥିଲେ।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories