ଓଡିଆ ମାଳିକାର ଦେଶ ବିଦେଶରେ ଚର୍ଚ୍ଚା-ସଠିକ୍ ଥିଲା ଭବିଷ୍ୟବାଣୀ; ଜାଣନ୍ତୁ କଳିଯୁଗ ପାଇଁ କ’ଣ କହେ

ଭାରତରେ ମହାନ ଋଷି ମୁନିଙ୍କ ସହ ପ୍ରାୟ ମହାପୁରୁଷ ମାନେ ୩୧୮ ବହି ଲେଖିଥିଲେ। ସେହି ପୁସ୍ତକ ମଧ୍ୟରୁ ଗୋଟିଏ ଭବିଷ୍ୟ ମାଳିକା ନାମରେ ଜଣାଶୁଣା। ବର୍ତ୍ତମାନ ସମୟରେ ଏହା ଖୁବ୍ ଲୋକପ୍ରିୟ। କାରଣ ଭବିଷ୍ୟ ପୁସ୍ତକ ମାଳିକାରେ ଆଗାମୀ ସମୟରେ ଘଟିବାକୁ ଥିବା ଘଟଣା ବିଷୟରେ ଲେଖା ଯାଇଛି। ଏହି ପୁସ୍ତକରେ ଲେଖାଯାଇଥିବା ଅନେକ ଘଟଣା ଘଟି ଯାଇଛି।  ଏବେ ଅନେକ ଜାତୀୟ ଏବଂ ଅନ୍ତର୍ଜାତୀୟ ଗଣମାଧ୍ୟମରେ ଓଡିଶାର ମାଳିକାର ଚର୍ଚ୍ଚା ।
ଓଡିଶାର ପୁରୀ ଜିଲାରେ ରହିଛି ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଶ୍ରୀମନ୍ଦିର। ମାନ୍ୟତା ଅନୁଯାୟୀ, ଆଜକୁ ପ୍ରାୟ ୫୦୦ ବର୍ଷ ପୂର୍ବେ ମହାନଦୀ ଏବଂ ଚିତ୍ରୋପଳା ମଝିରେ ଥିବା ତିଳକଣା ଗାଁରେ ଗୋପାଳ ପରିବାରରେ ତାଙ୍କର ଜନ୍ମ । ଆଉ କେହି ତାଙ୍କୁ ଦୀନବନ୍ଧୁ ମହାନ୍ତିଙ୍କର ସନ୍ତାନ ବୋଲି କୁହନ୍ତି । ପୁରୁଷୋତ୍ତମ ଦେବଙ୍କ ରାଜତ୍ୱ କାଳରେ ଦୀନବନ୍ଧୁ ମହାନ୍ତି ନାମରେ ଜଣେ ବ୍ୟକ୍ତି ମନ୍ଦିରର ଦ୍ୱାରପାଳ ଥିଲେ। ଏହା ପତ୍ନୀଙ୍କ ନାମ ପଦ୍ମାବତୀ ଥିଲା। ତାଙ୍କ ଘରେ ଯେଉଁ ଶିଶୁ ଜନ୍ମ ନେଇଥିଲା, ତାହାର ନାମ ଅଚ୍ୟୁତାନନ୍ଦ ରଖାଯାଇଥିଲା। ପଦ୍ମାବତୀ ଗରୁଡ ସ୍ତମ୍ଭ ନିକଟରେ ପ୍ରାର୍ଥନା କରିଥିଲେ । ତାଙ୍କୁ ସ୍ୱପ୍ନରେ ଗରୁଡ ଏକ ସନ୍ତାନ ଆଣି ଦେଇଥିଲେ । ମହାପୁରଷ ଅଚ୍ୟୁତଙ୍କୁ ଗରୁଡଙ୍କ ରୂପ ବୋଲି ମାନ୍ୟତା ରହିଛି ।  ଯାହାଙ୍କୁ ଆଜି ଆମେ ଅଚ୍ୟୁତାନନ୍ଦ ଦାସଙ୍କ ନାମରେ ଜାଣୁ। ଏବେ ନେମାଳରେ ତାଙ୍କର ସମାଧି ରହିଛି । ଯାହା ଅଚ୍ୟୁତାନନ୍ଦ ଗାଦି ନାମରେ ନାମିତ ।

ସନ୍ଥ ଅଚ୍ୟୁତାନନ୍ଦ ଦାସଙ୍କ ପ୍ରଥମ ଶିକ୍ଷା ପୁରୀରେ ହିଁ ହୋଇଥିଲା। ସେହି ସମୟର ଅଧିକାଂଶ ଗ୍ରନ୍ଥ ଅନୁଯାୟୀ, ସନ୍ଥ ଅଚ୍ୟୁତାନନ୍ଦ ଦାସ ନିଜ ଯୁବାବସ୍ଥାରେ ହିଁ ଶ୍ରୀ ଚୈତନ୍ୟ ମହାପ୍ରଭୁଙ୍କ ସହ ସାକ୍ଷାତ କରିବା ସହ ତାଙ୍କ ଠାରୁ ମନ୍ତ୍ର ଦୀକ୍ଷା ନେଇଥିଲେ। ଏହାପରେ ତାଙ୍କର ଆଧ୍ୟାତ୍ମିକ ଜୀବନ ଆରମ୍ଭ ହୋଇଥିଲା। ଏହାପରେ ଆଗକୁ ଅଚ୍ୟୁତାନନ୍ଦ ଦାସ ପ୍ରସିଦ୍ଧ ପଞ୍ଚସଖାର ଅଂଶ ହୋଇଥିଲେ। ପଞ୍ଚସଖାରେ ୫ ଜଣ ମହାପୁରୁଷ ଥିଲେ। ସେମାନଙ୍କ ମଧ୍ୟରେ ଅଚ୍ୟୁତାନନ୍ଦ ଦାସ, ଅନନ୍ତ ଦାସ, ଯଶୋବନ୍ତ ଦାସ, ଜଗନ୍ନାଥ ଦାସ ଓ ବଳରାମ ଦାସ। ସେମାନଙ୍କ ମଧ୍ୟରେ ସନ୍ଥ ଅଚ୍ୟୁତାନନ୍ଦ ଦାସ ବୟସରଙ୍କ ସମସ୍ତଙ୍କ ଠାରୁ ସାନ ଥିଲେ। ଏହି ପଞ୍ଚସଖା ମିଶି ଓଡିଶାରେ ବୈଷ୍ଣବ ଦର୍ଶନ, ଆଧ୍ୟାତ୍ମିକତା ଓ ସାହିତ୍ୟକୁ ଆକାର ଦେଇଥିଲେ। ଏମାନେ ହିନ୍ଦୁ ଧର୍ମର ପ୍ରାଚୀନ ଗ୍ରନ୍ଥ ଯାହାକି ସଂସ୍କୃତରେ ଥିଲା ଏହାର ଓଡିଆ ଭାଷାରେ ଅନୁବାଦ କରିଥିଲେ। ଏହିପରି ଓଡିଶାରେ ସେ ଜଣେ ମହାନ ସନ୍ଥ ଭାବେ ପରିଚିତ ହୋଇଥିଲେ। ତାଙ୍କ ନିକଟରେ ଅନେକ ଶକ୍ତି ରହିଥିଲା, ଯାଦ୍ୱାରା ସେ ଅତୀତ, ବର୍ତ୍ତମାନ ଓ ଭବିଷ୍ୟକୁ ଦେଖିପାରିବେ। ତାଙ୍କ ନିକଟରେ ଆଧ୍ୟାତ୍ମିକତା, ଯୋଗ, ଅନୁଷ୍ଠାନ, ଯନ୍ତ୍ର, ତନ୍ତ୍ର ଓ ଆୟୁର୍ବେଦ ଭଳି ଶାସ୍ତ୍ରର ଭରପୁର ଜ୍ଞାନ ଥିଲା। ସେ ଅନେକ ପୁସ୍ତକ ଲେଖିଥିଲେ। ଏସବୁ ମଧ୍ୟରେ ପ୍ରସିଦ୍ଧ ପୁସ୍ତକ ଭବିଷ୍ୟ ମାଳିକା ଥିଲା।
ମାନ୍ୟତା ଅନୁଯାୟୀ, ଆଗାମୀ ସମୟରେ ଯେଉଁ ଘଟଣା ଗୁଡିକ ଘଟିବ, ସେ ବିଷୟରେ ବର୍ଣ୍ଣନା କରାଯାଇଛି। ଏପରି ଅନେକ ଘଟଣା ରହିଛି, ଯାହା ଆଜକୁ ପ୍ରାୟ ୫୦୦ ବର୍ଷ ପୂର୍ବରୁ ଲେଖାଯାଇଥିଲା। ଭବିଷ୍ୟ ମାଳିକାରେ ୫୦୦ ବର୍ଷ ପୂର୍ବରୁ କରୋନା ମହାମାରୀ ବିଷୟରେ ଲେଖାଯାଇଥିଲା। ଜାପାନରେ ଆସିଥିବା ବଡ ଭୂକମ୍ପ ବିଷୟରେ ମଧ୍ୟ ପୂର୍ବରୁ ଲେଖାଯାଇଥିଲା। କଳକୀ ଅବତାର କେବେ କେଉଁଠାରୁ ହେବ, କଳିଯୁଗର ଶେଷ ସମୟରେ କ’ଣ କ’ଣ ହେବ, ୩ୟ ବିଶ୍ୱ ଯୁଦ୍ଧ କେବେ ଓ କିପରି ହେବ, ଏଥିରେ ଭାରତର କ’ଣ ଯୋଗ ଦାନ ରହିବ। ଏପରି ଅନେକ ଭବିଷ୍ୟବାଣୀ ଏହି ଭବିଷ୍ୟ ମାଳିକା ପୁସ୍ତକରେ ଲେଖା ଯାଇଛି। ଭବିଷ୍ୟ ମାଳିକା ପୁସ୍ତକ ଓଡିଆ ଭାଷାରେ ଲେଖାଯାଇଛି।
ଭବିଷ୍ୟ ମାଳିକା ପୁସ୍ତକ ଓଡିଆ ଭାଷାରେ ଲେଖା ଯିବା ସହ ଏହି ପୁସ୍ତକରେ ସ୍ପଷ୍ଟ ଭାବେ ଲେଖା ହୋଇ ନାହିଁ ଏହି ବର୍ଷ କେଉଁ ଘଟଣା ଘଟିବ। ମାତ୍ର ଏହା  କବିତା ମାଧ୍ୟମରେ ଲେଖାଯାଇଛି। ଏହାକୁ ବୁଝିବା ସେତେ ସହଜ ନୁହେଁ। ତଥାପି ଅନେକ ଲୋକେ ଏହି ପୁସ୍ତକକୁ ବୁଝିବାକୁ ପ୍ରୟାସ କରିଥାଆନ୍ତି। ଏହି କାରଣରୁ ବର୍ତ୍ତମାନ ସମୟରେ ଇଣ୍ଟରନେଟରେ ଅନେକ ଭବିଷ୍ୟବାଣୀ ଦେଖିବାକୁ ମିଳୁଛି, ଯାହାକୁ କୁହାଯାଉଛି ଭବିଷ୍ୟ ମାଳିକାରେ ଏପରି ଲେଖା ରହିଛି।
କରୋନା ମହାମାରୀ ଓ ଜଗନ୍ନାଥ ମନ୍ଦିର ଭିତରେ ଅଶ୍ୱତ୍ଥବୃକ୍ଷର ଏକ ସଂଯୋଗ ରହିଛି। ଭବିଷ୍ୟ ମାଳିକାରେ ୫୦୦ ବର୍ଷ ପୂର୍ବରୁ ଏହା ଲେଖାଯାଇଥିଲା ଜଗନ୍ନାଥ ମନ୍ଦିରରେ ଯେଉଁ ପୂଜନୀୟ ଅଶ୍ୱତ୍ଥବୃକ୍ଷ ରହିଛି, ଯାହା କଳ୍ପ ବୃକ୍ଷ ନାମରେ ଜଣା। ଯେଉଁ ସମୟରେ ଏହି ଗଛ ଭାଙ୍ଗିବ, ଦୁନିଆରେ ଏପରି ଏକ ମହାମାରୀ ଆସିବ, ଯେଉଁଥିରେ ଲକ୍ଷ ଲକ୍ଷ ଲୋକଙ୍କ ମୃତ୍ୟୁ ହେବ। ଓଡିଶାରେ ୨୦୧୯ରେ ଫଣି ବାତ୍ୟା ଆସିଥିଲା। ଯେଉଁ ସମୟରେ ୬୦୦ ବର୍ଷ ପୁରୁଣା ଏହି ଗଛ ଭାଙ୍ଗି ଯାଇଥିଲା। ଏହି ଘଟଣାର ୬ ମାସ ପରେ ହିଁ କରୋନା ମହାମାରୀ ଆସିଥିଲା, ଏଥିରେ ଲକ୍ଷ ଲକ୍ଷ ଲୋକଙ୍କ ମୃତ୍ୟୁ ହୋଇଥିଲା।

ଯେଉଁମାନେ ଭବିଷ୍ୟ ମାଳିକାକୁ ବୁଝିବାକୁ ଚେଷ୍ଟା କରିଛନ୍ତି, ସେମାନେ କହିଛନ୍ତି କଳିଯୁଗର ଆୟୁଷ କେବଳ ୫୦୦୦ ବର୍ଷ। ଏହି ହିସାବ ଅନୁଯାୟୀ, ୨୦୩୨ରେ କଳଯୁଗ ଶେଷ ହୋଇ ଯିବ। ୨୦୩୨ପରେ ସତ୍ୟଯୁଗ ଆରମ୍ଭ ହେବ। ଅନ୍ୟ ଗ୍ରନ୍ଥ ଅନୁଯାୟୀ କଳିଯୁଗର ଆୟୁଷ ୪ ଲକ୍ଷ ୩୨ ହଜାର ବର୍ଷ। ମାତ୍ର ଭବିଷ୍ୟ ମାଳିକା ବୁଝିବାକୁ ଚେଷ୍ଟା କରିଥିବା ବ୍ୟକ୍ତିଙ୍କ ମତାନୁଯାୟୀ, କଳିଯୁଗର ଆୟୁଷ ୪ ଲକ୍ଷ ୩୨ ହଜାର ବର୍ଷ ହେବାର ଥିଲା ମାତ୍ର ଲୋକଙ୍କ ପାପ କାରଣରୁ ଏହା ମାତ୍ର ୫୦୦୦ ବର୍ଷ ପର୍ଯ୍ୟନ୍ତ ହିଁ ରହିବ। ଅନେକ ପ୍ରଶ୍ନ ଉଠୁଛି, ଭଗବାନ କୃଷ୍ଣ ଯେତେବେଳେ ନିଜ ଶରୀର ତ୍ୟାଗ କରିଥିଲେ, କଳିଯୁଗର ଆରମ୍ଭ ହୋଇଥିଲା। ଏହା କୁହାଯାଉଛି, ମହାଭାରତ ଯୁଦ୍ଧ ଆଜି ଠାରୁ ୫୦୦୦ ବର୍ଷ ପୂର୍ବେ ହୋଇଥିଲା। କିଛି ତଥ୍ୟରେ କୁହାଯାଇଛି ମହାଭାରତକୁ ୧୪୦୦୦ ବର୍ଷ ହୋଇସାରିଛି। ସେହି ହିସାବ ଅନୁସାରେ କଳିଯୁଗ ୫୦୦୦ ବର୍ଷରେ ହିଁ ଶେଷ ହେଉଛି।

କଳିଯୁଗ ସମୟ ଶେଷ ହେବାକୁ ନିକଟତର ହେଲେ, କେଉଁ କେଉଁ ଘଟଣା ମାନ ଘଟିବ। ଏହା ବିଷୟରେ ବର୍ଣ୍ଣନା କରାଯାଇଛି। କି କି ସଙ୍କେତ ମିଳିବ। ଲୋକେ ଭଗବାନଙ୍କୁ ଭୁଲି ଯିବେ, ଅଧିକାଂଶ ଲୋକେ କୌଣସି ଧର୍ମରେ ବିଶ୍ୱାସ କରିବେ ନାହିଁ, ବୟସ୍କଙ୍କୁ ସମ୍ମାନ ମିଳିବ ନାହିଁ। ସନ୍ଥ ମାନେ ଲୋକଙ୍କୁ ବୋକା ବନାଇବେ। ଏଭଳି ଘଟଣା ମାନ ଘଟିବ। ଭ୍ରଷ୍ଟାଚାର, ଅପରାଧ ରାସ୍ତାରେ ଲୋକେ ଟଙ୍କା ରୋଜଗାର କରିବେ। ଅସ୍ତ୍ରଶସ୍ତ୍ର ଧରି ରାସ୍ତାରେ ବୁଲିବେ। ନାରୀ, ପୁରୁଷ ଏକାଧିକ ସମ୍ପର୍କରେ ରହିବେ। ଖାଦ୍ୟ ଜିନିଷର ପରିମାଣ କମିବ। ରୋଗ, ଦୁର୍ଘଟଣା ବଢିବ।
ଏହା ବ୍ୟତୀତ ଭବିଷ୍ୟ ମାଳିକାକୁ ବୁଝିବାକୁ ଚେଷ୍ଟା କରିଥିବା ଅନ୍ୟ ବ୍ୟକ୍ତିଙ୍କ ମତାନୁଯାୟୀ, ଜଗନ୍ନାଥ ମନ୍ଦିର ହିଁ କଳିଯୁଗ ଶେଷ ହେବାର ସଙ୍କେତ ଜଗନ୍ନାଥ ମନ୍ଦିରରୁ ହିଁ ମିଳିବ। ମନ୍ଦିର ଧ୍ୱଜାରେ ନିଆଁ ଲାଗିବା  ।
ମନ୍ଦିରରେ କୌଣସି ପକ୍ଷୀ କଦାପି ବସନ୍ତି ନାହିଁ। ମାତ୍ର ୨୦୧୯ରେ ପକ୍ଷୀ ବସିଥିବା ଦେଖାଯାଇଛି ବୋଲି କୁହାଯାଉଛି।
ମନ୍ଦିର ଧ୍ୱଜା ସମୁଦ୍ର ପାଣିରେ ପଡିବା। ୨୦୧୯ରେ ଏହା ଘଟିଛି ବୋଲି କୁହାଯାଉଛି।
ଅନ୍ୟ ସଙ୍କେତ ହେଉଛି, ଶନି ଗ୍ରହ ମୀନ ରାଶିରେ ପ୍ରବେଶ କରିବେ। କୁହାଯାଉଛି ୩୦ ମାର୍ଚ୍ଚ ୨୦୨୫ରେ ଶନି ମୀନ ରାଶିରେ ପ୍ରବେଶ କରିବେ। ତେଣୁ କୁହାଯାଉଛି ଅଳ୍ପ କିଛି ଦିନ ପରେ ଏହା ଜଣାପଡିବ। ତେବେ ମାଳିକାକୁ ବୁଝିବା ସାଧାରଣ ଲୋକଙ୍କ ପକ୍ଷରେ ଅତ୍ୟନ୍ତ କଷ୍ଟ । ମାତ୍ର ଏଥିରେ ଲେଖାଥିବା ଅନେକ ଭବିଷ୍ୟବାଣୀ ସତ ହେଉଛି ।

Comments are closed.