mission shakti banner

କଲମପୁର ବ୍ଲକରେ ୬୯.୬ ପ୍ରତିଶତ ମତଦାନ

BSKY banner  750×100

କଲମପୁର: କଳାହାଣ୍ଡି ଲୋକସଭା କ୍ଷେତ୍ର ଅଧିନସ୍ଥ ଧର୍ମଗଡ ବିଧାନ ସଭା ନିର୍ବାଚନ ମଣ୍ଡଳି (୭୯) ଅନ୍ତର୍ଗତ କଲମପୁର ବ୍ଲକରେ ୬୯.୬ ପ୍ରତିଶତ ମତଦାନ ହେଇଥିବା ରେକର୍ଡ କରାଯାଇଛି। ଏହି ବ୍ଲକରେ ୨୨,୨୧୬ ଜଣ ପୁରୁଷ ମତଦାତା ରହିଥିବା ବେଳେ ୨୧,୯୨୨ ଜଣ ମହିଳା ଭୋଟର ରହିଛନ୍ତି। ସର୍ବମୋଟ ଭୋଟର ସଂଖ୍ୟା ୪୪,୧୩୮। ମତଦାନ ଶେଷ ସୁଦ୍ଧା ୬୪.୨୮ ପ୍ରତିଶତ ତଥା ୧୪,୨୮୦ ପୁରୁଷ ମତଦାତା ସେମାନଙ୍କ ମତ ସାବ୍ୟସ୍ତ କରିଥିବା ବେଳେ ୭୪.୯୦ ପ୍ରତିଶତ ତଥା ୧୬,୪୨୦ ଜଣ ମହିଳା ମତଦାତା ସେମାନଙ୍କ ମତ ସାବ୍ୟସ୍ତ କରିଛନ୍ତି। ସର୍ବମୋଟ ୬୯.୬ ପ୍ରତିଶତ ତଥା ୩୦,୭୦୦ ଜଣ ଭୋଟର ସେମାନଙ୍କ ମତ ସାବ୍ୟସ୍ଥ କରିଛନ୍ତି। ଶାନ୍ତି ଶୃଙ୍ଖଳାର ସହିତ ୫୩ ଗୋଟି ମତଦାନ କେନ୍ଦ୍ରରେ ମତଦାନ ହେଇଥିବା ସୂଚନା ରହିଥିଲେ ମଧ୍ୟ ବିଭିନ୍ନ ପ୍ରାର୍ଥୀଙ୍କ ଦ୍ୱାରା ନିଯୁକ୍ତ ଏଜେଣ୍ଟଙ୍କ ଅନୁପସ୍ଥିତିରେ ମକପୋଲ କରିବାରୁ ଡୁମେରମୁଣ୍ଡା ମତଦାନ କେନ୍ଦ୍ରରେ କିଛି ସମୟ ଧରି ଅସନ୍ତୋଷ ଦେଖା ଦେଇଥିଲା। ସେହିଭଳି କଲମପୁର, ଦେପୁର ଓ ଭେଲାଗାଁ ମତଦାନ କେନ୍ଦ୍ରରେ ଭି.ଭି.ପାଟ ଓ ଇଭିଏମ ତୃଟି କାରଣରୁ ମତଦାନରେ ବିଳମ୍ବ ଘଟିଥିଲା ଓ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା। କଲମପୁର ଏକ ମତଦାନ କେନ୍ଦ୍ରର କିଛି ଭୋଟର ମତ ସାବ୍ୟସ୍ଥ ନକରି ଫେରିଯାଇଥିଲେ। କିନ୍ତୁ ବହୁ ମତଦାନ କେନ୍ଦ୍ର ପାଇଁ କୌଣସି ଛାଉଣୀ ବ୍ୟବସ୍ଥା ନଥିବା ବେଳେ ପାନୀୟ ଜଳର ମଧ୍ୟ ବ୍ୟବସ୍ଥା କରାଯାଇନଥିଲା। ଯାହାକୁ ନେଇ ପ୍ରଶାସନର ଅବହେଳା ବୋଲି ଲୋକେ ଅଭିଯୋଗ କରିଥିଲେ।

Comments are closed.