www.samajalive.in
Monday, December 15, 2025
16.1 C
Bhubaneswar

ପୌର ନିର୍ବାଚନରେ ୬୫% ମତଦାନ-ରାଜ୍ୟ ନିର୍ବାଚନ କମିଶନ

ଭୁବନେଶ୍ବର: ରାଜ୍ୟରେ ପୌର ନିର୍ବାଚନ ପାଇଁ ଆଜି ଭୋଟ ଗ୍ରହଣ ଶାନ୍ତିଶୃଙ୍ଖଳାର ସହ ଶେଷ ହୋଇଛି। ୧୦୬ଟି ପୌରାଞ୍ଚଳରେ ହାରାହାରି ୬୫% ମତଦାନ ହୋଇଛି। ସେଥିମଧ୍ୟରେ ୫୯ ବିଜ୍ଞାପିତ ଅଞ୍ଚଳ ପରିଷଦ ୪୭ ଓ ପୌର ପରିଷଦ ରହିଛି। ଏସବୁ ବିଜ୍ଞାପିତ ଅଞ୍ଚଳ ପରିଷଦ ଓ ପୌର ପରିଷଦରେ ଭୋଟ ଗ୍ରହଣ କରାଯାଇଥିଲା ଏବଂ ମତଦାନ ହାର ୬୫% ରହିଥିବା ପ୍ରାରମ୍ଭିକ ସୂଚନା ମିଳିଛି। ସେହିପରି ରାଜ୍ୟର କଟକ, ଭୁବନେଶ୍ବର ଓ ବ୍ରହ୍ମପୁର ମହାନଗରରେ ମଧ୍ୟ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। କଟକ ମହାନଗରନ ନିଗମ(ସିଏମସି)ରେ ସର୍ବାଧିକ ୬୫% ମତଦାନ ହୋଇଥିବାବେଳେ ବ୍ରହ୍ମପୁର ମହାନଗରରେ ସର୍ବନିମ୍ନ ମତଦାନ ହାର ୪୭% ରହିଛି। ରାଜଧାନୀ ତଥା ଭୁବନେଶ୍ବର ମହାନଗର ନିଗମ(ବିଏମସି)ରେ ୫୦% ମତଦାତା ସେମାନଙ୍କର ମତଦାନ ଅଧିକାର ସାବ୍ୟସ୍ତ କରିଛନ୍ତି ବୋଲି ରାଜ୍ୟ ନିର୍ବାଚନ କମିଶନ ଆଦିତ୍ୟ ପ୍ରସାଦ ପାଢ଼ୀ ସୂଚନା ଦେଇଛନ୍ତି। ରାଜ୍ୟ ନିର୍ବାଚନ କମିଶନ ଶ୍ରୀ ପାଢ଼ୀ କହିଛନ୍ତି ଯେ ଉମରକୋଟ ୱାର୍ଡ ନଂ ୮ରେ ଅଧ୍ୟକ୍ଷ ଭୋଟ ଗ୍ରହଣ ବନ୍ଦ ରହିଛି। ସେଠାରେ ଭୁଲ ବାଲାଟ ପାଇଁ ଭୋଟ ଗ୍ରହଣ ବନ୍ଦ ରଖାଯାଇଛି ଆସନ୍ତାକାଲି ସେଠାରେ ଭୋଟ ଗ୍ରହଣ କରାଯିବ। ଭଦ୍ରକ ଓ ଧାମନଗରରେ ବି ପୁନଃଭୋଟ ଗ୍ରହଣ କରାଯାଇପାରେ। ଜିଲାପାଳମାନଙ୍କୁ ରିପୋର୍ଟ ମଗାଯାଇଛି, ରିପୋର୍ଟ ମିଳିବା ପରେ ପଦକ୍ଷେପ ଗ୍ରହଣ କରାଯିବ।

 

- Advertisement -

ରାଜ୍ୟରେ ଅନୁଷ୍ଠିତ ହୋଇଥିବା ପୌର ନିର୍ବାଚନ ମତଦାନ ପାଇଁ ମୋଟ ୪୦ ଲକ୍ଷ ୫୫ ହଜାରରୁ ଅଧିକ ଭୋଟର ଥିଲେ। ନିର୍ବାଚନ ପ୍ରକ୍ରିୟାରେ ଭାଗ ନେଇଥିବା ସମସ୍ତ ପୋଲିଂ କର୍ମଚାରୀ, ଜିଲା ଓ ପୁଲିସ ପ୍ରଶାସନ, ରାଜନୈତିକ ଦଳ, ଗଣମାଧ୍ୟମ ପ୍ରତିନିଧି ଏବଂ ସର୍ବୋପରି ଓଡ଼ିଶାର ଭୋଟର ଭାଇଭଉଣୀଙ୍କ ଅାକୁଣ୍ଠ ସହଯୋଗ ପାଇଁ ସେମାନଙ୍କୁ କୃତଜ୍ଞତା ଜଣାଉଛି ବୋଲି ରାଜ୍ୟ ନିର୍ବାଚନ ଆୟୋଗ ଶ୍ରୀ ପାଢ଼ି ପ୍ରକାଶ କରିଛନ୍ତି।

ସୂଚନାଯୋଗ୍ୟ ଯେ ରାଜ୍ୟରେ ପୌର ନିର୍ବାଚନ ପାଇଁ ଆଜି ସକାଳ ୮ଟାରୁ ମତଦାନ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଏହା ସନ୍ଧ୍ୟା ୫ଟା ପର୍ୟ୍ୟନ୍ତ ଜାରି ରହିଥିଲା। ମାର୍ଚ୍ଚ ୨୬ ତାରିଖରେ ଭୋଟ ଗଣତି ସହ ଫଳାଫଳ ପ୍ରକାଶ ପାଇବ। ଅଳ୍ପ କିଛି ସ୍ଥାନରେ ପ୍ରାରମ୍ଭିକ ପର୍ୟ୍ୟାୟରେ ଇଭିଏମ୍‌ରେ ଯାନ୍ତ୍ରିକ ତ୍ରୁଟି ପାଇଁ ଭୋଟ ଗ୍ରହଣ ବିଳମ୍ବ ହୋଇଥିଲା। ପରବର୍ତ୍ତୀ ସମୟରେ ସବୁ ସ୍ଥାନରେ ଭୋଟ ଗ୍ରହଣ କାର୍ଯ୍ୟ ସ୍ବାଭାବିକ ହୋଇଛି ବୋଲି ରାଜ୍ୟ ନିର୍ବାଚନ କମିଶନ କହିଛନ୍ତି।

Hot this week

ପଶ୍ଚିମ ଓଡ଼ିଶାରେ ପ୍ରଫେସର ସଙ୍କଟ

ସମ୍ବଲପୁର: ପଶ୍ଚିମ ଓଡ଼ିଶାର ଅଧିକାଂଶ ବିଶ୍ବବିଦ୍ୟାଳୟରେ ପ୍ରଫେସର ପଦ ଖାଲି ପଡ଼ିଛି।...

ମଧ୍ୟସ୍ଥତା ହିଁ ନ୍ୟାୟ ପ୍ରଣାଳୀର ସରଳ ବିକଳ୍ପ : ପ୍ରଧାନ ବିଚାରପତି

କଟକ: ବିଚାରାଧୀନ ମାମଲା, ବଢ଼ୁଥିବା ମକଦ୍ଦମା ଖର୍ଚ୍ଚ ଏବଂ ସମୟ ବ୍ୟୟ-ଏହି...

କଂଗ୍ରେସରୁ ବିଦା ହେଲେ ମୋକିମ୍‌ : ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ

ସମାଜ ଡିଜିଟାଲ ଡେସ୍କ: ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ...

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

Related Articles

Popular Categories