www.samajalive.in
Sunday, December 7, 2025
26.1 C
Bhubaneswar

ପିପିଲି: ୨ଦିନରେ ୬ ସଂକ୍ରମିତ

ପିପିଲି: ପିପିଲି ଅଞ୍ଚଳରେ ଦିନକୁ ଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଗତ ୨ଦିନ ମଧ୍ୟରେ ପିପିଲି ଅଞ୍ଚଳରେ ୬ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ପିପିଲି ପୌରାଞ୍ଚଳ ଅନ୍ତର୍ଗତ ଡେଲ୍‍ଟା ଛକ ଅଞ୍ଚଳରୁ ଜଣେ ୬୩ ବର୍ଷ ବୟସ୍କ ପୁରୁଷ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଶାରିରୀକ ଅସୁସ୍ଥତା କାରଣରୁ ସେ ଭୁବନେଶ୍ୱରର ଏକ ଘରୋଇ ହସ୍‍ପିଟାଲରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଥିବା ବେଳେ ସେଠାରେ ତାଙ୍କର କୋଭିଡ୍‍ ପରୀକ୍ଷା କରାଯିବାରୁ ରିପୋର୍ଟ ପଜେଟିଭ୍‍ ଆସିଥିଲା। ଏବେ ସେ ସେହି ହସ୍‍ପିଟାଲରେ ରହି ଚିକିତ୍ସିତ ହେଉଥିବା ସୂଚନା ମିଳିଛି। ପୂର୍ବରୁ ଗୋବିନ୍ଦପୁର ପଞ୍ଚାୟତର ଜଣେ ୨୧ବର୍ଷର ଯୁବକ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ତାଙ୍କ ସଂସ୍ପର୍ଶରେ ଆସି ତାଙ୍କର ଦୁଇଜଣ ପୁରୁଷ ସଂପର୍କୀୟ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ବୟସ ଯଥାକ୍ରମେ ୫୨ ଓ ୧୬ ହୋଇଥିବା ସୂଚନା ମିଳିଛି। ସେହିପରି ଆଜି କରାଯାଇଥିବା ଆଣ୍ଟିଜେନ୍‍ ଟେଷ୍ଟରେ ଦୁର୍ଗାଦାଶପୁର ପଞ୍ଚାୟତର ଜଣେ ୪୬ବର୍ଷୀୟା ମହିଳା, ଜଗନ୍ନାଥପୁର ପଞ୍ଚାୟତର ଜଣେ ୩୩ବର୍ଷିୟ ପୁରୁଷ ଓ କୁଳଶେଖରପାଟଣା ପଞ୍ଚାୟତର ଜଣେ ୫୦ ବର୍ଷିୟା ମହିଳାଙ୍କ କରୋନା ପଜିଟିଭ୍‍ ରିପୋର୍ଟ ଆସିଛି। ଏହି ସଂକ୍ରମିତମାନଙ୍କ କଣ୍ଟାକ୍ଟ ଟ୍ରେସିଂ କରାଯାଇ ସେମାନଙ୍କ ସଂପର୍କରେ ଅନୁସନ୍ଧାନ କରାଯିବ ବୋଲି ସ୍ୱାସ୍ଥ୍ୟ ବିଭାଗର ଜଣେ ଅଧିକାରୀ ସୂଚନା ଦେଇଛନ୍ତି।

Hot this week

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

Related Articles

Popular Categories