ସନ୍ଧ୍ୟା ୬ଟା ମୁଖ୍ୟ ଖବର

ଗୁଗଲର ମୁଖ୍ୟ ବି ମାନିଲେ.. ଭୁଲ ହାତରେ ପଡିଲେ କୃତ୍ରିମ ବୁଦ୍ଧିମତା ଅତି ବିପଜ୍ଜନକ..

ଗୁଗଲ ପ୍ଲେ ଷ୍ଟୋରର ୬୦ଟି ଆପ୍‌ ବିପଦଜନକ.. ୧୦ କୋଟି ଡାଉନ୍‌ଲୋଡ୍‌ ହୋଇଛି.. ଏଥିରେ ରହିଛି ବିପଦପୂର୍ଣ୍ଣ ମାଲଓ୍ୱାର..

ସାରା ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଜାରି.. ଦିନ ସାଢେ ୨ଟା ସୁଦ୍ଧା ଝାରସୁଗୁଡ଼ା ସର୍ବାଧିକ ଉତ୍ତପ୍ତ.. ସାଢେ ୨ଟା ସୁଦ୍ଧା ଝାରସୁଗୁଡ଼ା ତାପମାତ୍ରା ୪୨.୮ ଡିଗ୍ରୀ..

ହଠାତ୍ ବିଗିଡ଼ିଲା ଆଜମ ଖାଁଙ୍କ ସ୍ବାସ୍ଥ୍ୟାବସ୍ଥା.. ଦିଲ୍ଲୀସ୍ଥିତ ଡାକ୍ତରଖାନାରେ ଭର୍ତ୍ତି..

କଂଗ୍ରେସରେ ସାମିଲ ହେ​‌ଲେ କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗଦୀଶ ଶେଟ୍ଟାର.. ଏପ୍ରିଲ ୧୬ରେ ବିଜେପିରୁ ଇସ୍ତଫା ଦେଇଥିଲେ ଶେଟ୍ଟାର..

prayash

ସ୍ୱର୍ଣ୍ଣ ମନ୍ଦିରରେ ଯୁବତୀଙ୍କ ମୁହଁରେ ତ୍ରିରଙ୍ଗା ଚିହ୍ନ ଥିବାରୁ ରୋକିଲେ ସୁରକ୍ଷା ଦାୟିତ୍ୱରେ ଥିବା ବ୍ୟକ୍ତି.. କହିଲେ ଏହା ପଞ୍ଜାବ, ଭାରତ ନୁହେଁ..

କଟକ ଲିଙ୍କ୍‌ରୋଡ଼ରେ ସୋମବାର ଛିଡ଼ା ହୋଇଥିବା ଏକ ବସ୍‌ରେ ଅଗ୍ନିକାଣ୍ଡ ଘଟିଛି.. ଏଥିରେ ବସ୍‌ଟି ପ୍ରାୟ ଅର୍ଦ୍ଧାଧିକ ପୋଡ଼ି ଯାଇଥିବା ବେଳେ ପାଖରେ ଥିବା ଏକ କେବିନ୍ ମଧ୍ୟ ସମ୍ପୂର୍ଣ୍ଣ ଜଳି ଯାଇଛି..

ସ୍ବାସ୍ଥ୍ୟ ସେବାରେ ନିୟୋଜିତ କର୍ମଚାରୀଙ୍କ ପ୍ରତି ଏସମା ଲାଗୁ.. ରାଜ୍ୟ ସରକାରଙ୍କ ଗୃହ ବିଭାଗ ପକ୍ଷରୁ ଲାଗୁ ହେଲା ଏସମା.. ସମସ୍ତ ପ୍ରକାର ସରକାରୀ ଚିକିତ୍ସାଳୟରେ ନିୟୋଜିତ କର୍ମଚାରୀଙ୍କ ପ୍ରତି ଲାଗୁ.. ଆସନ୍ତା ୬ ମାସ ପର୍ଯ୍ୟନ୍ତ ନିୟମ ଲାଗୁ ହୋଇଥିବା ନେଇ ନିର୍ଦେଶନାମା ଜାରି..

ଝାରସୁଗୁଡ଼ା ଉପନିର୍ବାଚନ.. ନାମାଙ୍କନ ପତ୍ର ଦାଖଲ କଲେ ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ..

ଖୋଲିଲା ଦୋକାନ ବଜାର.. ଏପ୍ରିଲ ୧୮ ତାରିଖ ପର୍ଯନ୍ତ ସମ୍ବଲପୁରରେ ଇଣ୍ଟରନେଟ୍‌ ସେବା ବନ୍ଦ..

ବୈଶାଖ କୃଷ୍ଣପକ୍ଷ ଦ୍ୱାଦଶୀ ତିଥିରେ ଶ୍ରୀମନ୍ଦିର ରତ୍ନ ସିଂହାସନରେ ଦାରୁବ୍ରହ୍ମଙ୍କୁ ପଇତା ଲାଗି ନୀତି.. ଦ୍ୱିତୀୟ ଭୋଗ ମଣ୍ଡପ ଶେଷ ପରେ ଆଜି ସନ୍ଧ୍ୟା ପ୍ରାୟ ୬ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ..

Comments are closed.