୫୫ହଜାରରେ ଦେଖନ୍ତୁ ହ୍ବେଲ୍ ଶାର୍କ !

0

ଟଙ୍କା ରୋଜଗାର ହେଉଛି ଯେତେବେଳେ, ତାହା ନିଜ ଅୟସ ଆରାମରେ ବା କାହିଁକି ଖର୍ଚ୍ଚ ନ କରିବେ ବୋଲି ମତ ଦେଉଛନ୍ତି ଏବର ଧନିକ ଗୋଷ୍ଠୀ। ଉତ୍ତମ ରୋଜଗାର ନିମନ୍ତେ ଏବେ କଠିନ ପରିଶ୍ରମ କରୁଛନ୍ତି। ଏଣୁ ସେହି ଅର୍ଥକୁ ନିଜ ଆମୋଦପ୍ରମୋଦରେ ବିନିଯୋଗ କରିବାକୁ ସେମାନେ ଉଚିତ୍ ମଣୁଥିବାର ପ୍ରକାଶ। ଦେଶବିଦେଶର ବିଭିନ୍ନ ପ୍ରାନ୍ତ ଭ୍ରମଣ କରିବା ସହ ଏହାର ସମ୍ପୂର୍ଣ୍ଣ ମଜା ମଧ୍ୟ ନେଉଛନ୍ତି। ଫିଲିପାଇନ୍ସର ଉପକୂଳବର୍ତ୍ତୀ ସହରଗୁଡ଼ିକରେ ଏଇ ସମୟରେ ପର୍ଯ୍ୟଟକଙ୍କ ଭିଡ଼ ଖୁବ୍ ଜମେ। ସ୍ଥାନୀୟ ଅଞ୍ଚଳର ପ୍ରାକୃତିକ ସୌନ୍ଦର୍ଯ୍ୟ ସହ ଏଠାକାର ଅନ୍ୟ ଏକ ନିଆରା ଅନୁଭୂତି ହାସଲ ପାଇଁ ପର୍ଯ୍ୟଟକଙ୍କ ମଧ୍ୟରେ ପ୍ରତିଯୋଗିତା ଚାଲେ। ଏଠା ସମୁଦ୍ରର ଅଳ୍ପ ଭିତରକୁ ଗଲେ ହ୍ବେଲ୍ ଶାର୍କଙ୍କୁ ଖୁବ୍ ନିକଟରେ ଦେଖିବାକୁ ମିଳେ। ଅନ୍ୟ ଶାର୍କ ପ୍ରଜାତିଙ୍କ ଠାରୁ ଏମାନେ ଭିନ୍ନ। ତତକ୍ଷଣାତ୍ ଆକ୍ରମଣ କରନ୍ତିନାହିଁ। ଧୀରେଧୀରେ ଗତି କରୁଥିବା ଏହି ହ୍ବେଲ୍ ଶାର୍କର ଗତିବିଧି ଉପରେ ନଜର୍ ରଖିବା ଏକାନ୍ତ ଆବଶ୍ୟକ। ପର୍ଯ୍ୟଟକଙ୍କ ନିମନ୍ତେ ସ୍ଥାନୀୟ ପ୍ରଶାସନ ବିଶେଷ ଧରଣର ଡଙ୍ଗା ମଧ୍ୟ ତିଆରି କରିଛି। ଥରୁଟିଏ ୩୦ ମିନିଟ୍ ପାଇଁ ହ୍ବେଲ୍ ଶାର୍କଙ୍କୁ ଦେଖିବା ନିମନ୍ତେ ପର୍ଯ୍ୟଟକଙ୍କୁ ଦେବାକୁ ପଡ଼େ ୫୫ହଜାର ଟଙ୍କା ଭଡ଼ା। ଦିନକୁଦିନ ସେଠାରେ ଲୋକଙ୍କ ହ୍ବେଲ୍ ଶାର୍କ ଦେଖିବା ନିମନ୍ତେ ଆଗ୍ରହ ବଢ଼ିବାରେ ଲାଗିଛି। ଏହା ଦ୍ବାରା ସେଠା ଲୋକଙ୍କୁ ମଧ୍ୟ ରୋଜଗାରର ଉତ୍ତମ ପନ୍ଥା ମିଳିଯାଇଥିବାର ପ୍ରକାଶ।

Leave A Reply