www.samajalive.in
Monday, December 15, 2025
24.1 C
Bhubaneswar

ଏବେ ବି ରାବଣଙ୍କ ଶବ ବିରାଟ ତୈଳ କୁଣ୍ଡରେ ସଂରକ୍ଷିତ

ଭୁବନେଶ୍ୱର/କଲମ୍ବୋ (ସମାଜ ଡିଜିଟାଲ ଡେସ୍କ) -ଏକ ଗବେଷଣା ଅନୁଯାୟୀ, ପ୍ରାୟ ୫୦ଟି ସ୍ଥାନ ସହିତ ରାମାୟଣର ସମ୍ପର୍କ ରହିଛି। ଏହି ଗବେଷଣାରେ ଅନୁଯାୟୀ ଶ୍ରୀଲଙ୍କାରେ ଥିବା ଏକ ଉଚ୍ଚା ପାହାଡ଼ରେ ଥିବା ଗୁମ୍ଫାରେ ରାବଣଙ୍କ ମୃତଦେହ ଏବେ ବି ସୁରକ୍ଷିତ ରହିଛି। ଏହି ଗୁମ୍ଫା ଶ୍ରୀଲଙ୍କାର ରାଇଗାଲାର ଘଞ୍ଚ ଜଙ୍ଗଲରେ ଅବସ୍ଥିତ । ବିଶ୍ୱାସ କରାଯାଏ ଯେ ଭଗବାନ ଶ୍ରୀରାମ ୧୦ ହଜାର ବର୍ଷ ପୂର୍ବେ ରାବଣଙ୍କୁ ବଦ୍ଧ କରିଥିଲେ ।
ସୂଚନା ଅନୁଯାୟୀ, ରାବଣଙ୍କ ମୃତଦେହକୁ ରାଗାଲା ଜଙ୍ଗଲରେ ୮ ହଜାର ଫୁଟ ଉଚ୍ଚତାରେ ଥିବା ଏକ ଗୁମ୍ଫାରେ ରଖାଯାଇଛି। ରାବଣଙ୍କ ମୃତଦେହକୁ ଏକ କଫିନରେ ତୈଳକୁଣ୍ଡରେ ରଖାଯାଇଛି, ଯେଉଁଥିରେ ଏକ ସ୍ୱତନ୍ତ୍ର ପ୍ରକାରର ମଲମ ଲଗାଯାଇଛି । ଏହି କାରଣରୁ ହଜାର ହଜାର ବର୍ଷ ଧରି ଏହା ସୁରକ୍ଷିତ ରହିଛି ।

ଶ୍ରୀଲଙ୍କାର ଅନ୍ତର୍ଜାତୀୟ ରାମାୟଣ ଗବେଷଣା କେନ୍ଦ୍ର ପକ୍ଷରୁ ଏହି ଗବେଷଣା କରାଯାଇଥିଲା। ଏହି ଗବେଷଣା ଅନୁଯାୟୀ ରାବଣଙ୍କ ତୈଳ କୁଣ୍ଡରେଥିବା ଶରୀର ୧୮ ଫୁଟ ଲମ୍ବ ଓ ୫ ଫୁଟ ଚଉଡା । ବିଶ୍ୱାସ କରାଯାଏ ଏହା ତଳେ ରାବଣଙ୍କ ମୂଲ୍ୟବାନ ସମ୍ପଦ ରହିଛି, ଯାହାକୁ ଏକ ଭୟଙ୍କର ସାପ ଏବଂ ଅନେକ ଭୟଙ୍କର ପଶୁ ସୁରକ୍ଷା ଦେଇଥାନ୍ତି ।

- Advertisement -

ବିଶ୍ୱାସ କରାଯାଏ ଯେ ରାବଣଙ୍କୁ ହତ୍ୟା କରିବା ପରେ ଭଗବାନ ଶ୍ରୀରାମ ତାଙ୍କ ଶବକୁ ଅନ୍ତିମ ସଂସ୍କାର ପାଇଁ ବିଭୀଷଣଙ୍କୁ ହସ୍ତାନ୍ତର କରିଥିଲେ । କିନ୍ତୁ ବିଭୀଷଣ ସିଂହାସନ ଗ୍ରହଣ କରିବା ପାଇଁ ତରବରିଆ ଭାବେ ରାବଣଙ୍କୁ ଅନ୍ତିମ ସଂସ୍କାର କରିନଥିଲେ
ଅନ୍ତର୍ଜାତୀୟ ରାମାୟଣ ଗବେଷଣା କେନ୍ଦ୍ର ଦ୍ୱାରା କରାଯାଇଥିବା ଗବେଷଣା ତଥ୍ୟରୁ ମଧ୍ୟ ଜଣାପଡିଛି ରାବଣଙ୍କ ଅଶୋକ ବାଟିକା କେଉଁଠାରେ ଥିଲା ଏବଂ ତାଙ୍କର ପୁଷ୍ପକ ବିମାନ କେଉଁଠାରେ ଅବତରଣ କରିଥିଲା । ଏହା ବ୍ୟତୀତ ଭଗବାନ ହନୁମାନଙ୍କ ପାଦଚିହ୍ନ ମଧ୍ୟ ଦାବି କରାଯାଇଛି । କିନ୍ତୁ ଏ ସବୁ ଜିନିଷର ସତ୍ୟତା ଏପର୍ଯ୍ୟନ୍ତ ପ୍ରମାଣିତ ହୋଇନାହିଁ।

Hot this week

ମାଲକାନଗିରିରେ ସ୍ଵାଭାବିକ ହେଲା ଇଣ୍ଟରନେଟ୍

ମାଲକାନଗିରି: ମାଲକାନଗିରିରେ ହିଂସାର ୮ ଦିନ ପରେ ସ୍ଵାଭାବିକ ହେଲା...

ବୈଜୟନ୍ତ ପଣ୍ଡାଙ୍କୁ ଆସାମ ନିର୍ବାଚନ ଦାୟିତ୍ଵ

ସମାଜ ଲାଇଭ ଡ଼େସ୍କ : କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ପୁଣି...

କେନାଲ ଖୋଳକୁ ନେଇ ଉତ୍ତେଜନା: ପୁଲିସ ସହ ଧସ୍ତାଧସ୍ତି

ବ୍ରହ୍ମଗିରି: ବ୍ରହ୍ମଗିରି ହରିଦାସ ଗାଁରେ କେନାଲ ଖୋଳାକୁ ନେଇ ପ୍ରବଳ ଉତ୍ତେଜନା...

ନିଷ୍ପତ୍ତି ଉପରେ ଆଉ ଥରେ ବିଚାର କରିବା ଉଚିତ- ନରସିଂହ ମିଶ୍ର

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ ବହିଷ୍କୃତ...

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

Related Articles

Popular Categories