www.samajalive.in
Monday, December 15, 2025
27.1 C
Bhubaneswar

ଗୋପାଳପୁର ସମୁଦ୍ରରେ ଏନ ଏ ସି ଓ୍ବାର୍ଡ କାଉନସିଲର ଙ୍କ ଭାଇ ନିଖୋଜ

ଗୋପାଳପୁର-ଗୋପାଳପୁର ସମୁଦ୍ର ରେ ଗାଧେଇବା ବେଳେ ଜଣେ ଯୁବକ ନିଖୋଜ ହୋଇଯାଇଛ୍ତି। ନିଖୋଜ ଯୁବକ ଜଣଙ୍କ ଗୋପାଳପୁର ଓ୍ବାର୍ଡ ନଂ ୭ ନୂଆ ସାହି ର ବାସିନ୍ଦା ଇ ଗୁରୁ ମୂର୍ତ୍ତି (୪୮) ବୋଲି ସୂଚନା ମିଳିଛି। ନିଖୋଜ ଗୁରୁମୂର୍ତ୍ତି ଓ୍ବାର୍ଡ ନଂ ୭ ର କାଉନସିଲର ଏମ କାମେଶ୍ବରୀ ଙ୍କ ଭାଇ ବୋଲି ଜଣାପଡିଛି।

ଗୁରୁମୂର୍ତ୍ତି ଅନ୍ୟ ମାନଙ୍କ ସହ ଗୋପାଳପୁର ରେ ବେଳାଭୂମି ମଣ୍ଡପ ନିକଟ ବେଳାଭୂମି ରେ ଗାଧୋଉଥିବା ବେଳେ ପ୍ରାୟ ମଧ୍ୟାହ୍ନ ୧୨ ଟା ବେଳେ ପ୍ରଖର ସ୍ରୋତରେ ଭାସି ଯାଇଥିଲେ। ସେଠାରେ ଉପସ୍ଥିତ ଥିବା ଅନ୍ୟ ମାନେ ଖୋଜାଖୋଜି କରିଥିଲେ ମଧ୍ୟ ଗୁରୁମୂର୍ତ୍ତି ଙ୍କ କୈାଣସି ସନ୍ଧାନ ମିଳି ନଥିଲା।ଘଟଣା ନେଇ ଗୋପାଳପୁର ଥାନାକୁ ଅବଗତ କରାଯାଇଛି। ପୁଲିସ ପକ୍ଷରୁ ଅଗ୍ନିଶମ ବାହିନୀ ସମେତ ତଟରକ୍ଷୀ ବାହିନୀ ସହ ଯୋଗାଯୋଗ କରାଯାଇ ଥିବା ଉଭୟ ଙ୍କ ପକ୍ଷରୁ ସର୍ଚ୍ଚ ଅପରେସନ ଆରମ୍ଭ କରାଯାଇଛି।

Hot this week

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

ମେସିଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଦିଲ୍ଲୀରେ ପ୍ରବଳ ମାତ୍ରାରେ ପ୍ରଦୂଷଣ ଯୋଗୁଁ...

Related Articles

Popular Categories