ଜେଲ୍‌ରେ ରାମଲୀଳା ଚାଲିଥିବା ବେଳେ ପାଚେରୀ ଡେଇଁ ପଳାଇଲେ ବାନର ହୋଇଥିବା ଦୁଇ କଏଦୀ

ଭୁବନେଶ୍ୱର/ହରିଦ୍ୱାର (ସମାଜଡିଜିଟାଲ୍‌ ଡେସ୍କ)- ଜେଲ୍‌ରେ ରାମଲୀଳା ଚାଲିଥିବା ବେଳେ ଦୁଇଜଣ କଏଦୀ ପାଚେରୀ ଡେଇଁ ଚମ୍ପଟ ମାରିଛନ୍ତି । ଜେଲ୍‌ରେ ରାମଲୀଳା ଚାଲିଥିଲା । ସମସ୍ତ କର୍ମଚାରୀ ଏବଂ ଅଧିକାରୀ ଯାତ୍ରା ଦେଖିବାରେ ବ୍ୟସ୍ତ ଥିଲେ । ଏତିକି ବେଳେ ବାନର ଭୂମିକାରେ ଥିବା ଦୁଇଜଣ କଏଦୀ ଜେଲ୍‌ରେ ନିର୍ମାଣ କାର୍ଯ୍ୟ ଚାଲୁଥିବାର ସୁଯୋଗ ନେଇ ଖସିଯାଇଥିଲେ ।

ସେମାନେ ନିର୍ମାଣ କାର୍ଯ୍ୟରେ ବ୍ୟବହୃତ ଏକ ବାଉଁଶ ସିଡି ସାହାଯ୍ୟରେ ଖସିଯାଇଛନ୍ତି । ବନ୍ଦୀ ଦୁଇ ଜଣଙ୍କ ନାମ ପଙ୍କଜ ଏବଂ ରାଜକୁମାନର ।

ଏଥିରେ ଜେଲ୍‌ର କୌଣସି କର୍ମଚାରୀଙ୍କ ଭୂମିକା ଅଛି କି ନାହିଁ ତାହାର ତଦନ୍ତ କରାଯାଉଛି । ରାତିରେ ଗଣନା ବେଳେ ଦୁଇ ଜଣ କଏଦୀ ନଥିବା ଜଣା ପଡିଥିଲା । ନିକଟସ୍ଥ ଥାନାରେ ଏ ବିଷୟରେ ଅଭିଯୋଗ ହେବା ପରେ ପୁଲିସ

ଭାରତ -ବାଂଲାଦେଶ ଟି ଟ୍ୱେଣ୍ଟିରେ ରେକର୍ଡ

 

ମୁମ୍ବାଇରେ ବାବା ସିଦ୍ଦିକିଙ୍କୁ ହତ୍ୟା ମାମଲାରେ ଦୁଇ ଗିରଫ

Comments are closed.