ଭାରତ -ବାଂଲାଦେଶ ଟି ଟ୍ୱେଣ୍ଟିରେ ରେକର୍ଡ

ଭୁବନେଶ୍ୱର/ହାଇଦ୍ରାବାଦ (ସମାଜଡିଜିଟାଲ୍‌ ଡେସ୍କ)- ଭାରତ ଏବଂ ବାଂଲାଦେଶ ମଧ୍ୟରେ ଚାଲିଥିବା ଟି ଟ୍ୱେଣ୍ଟି ଶୃଙ୍ଖଳାକୁ ଭାରଚ ୩-୦ ରେ ଜିତି ଯାଇଛି । ଭାରତୀୟ ଦଳ ଏହି ମ୍ୟାଚରେ ବିଜୟୀ ହେବା ସହ ଅନେକ ରେକର୍ଡ କରିଛି । ଭାରତୀୟ ଦଳ ୨୯୭ ରନ୍‌ କରିଥିଲା । ଯାହା ଭାରତୀୟ ଦଳର ଟି ଟେଣ୍ଟିରେ ସର୍ବାଧିକ ସ୍କୋର । ବାଂଲାଦେଶ ଦଳ ଏହାର ଜବାବରେ ୭ ଓ୍ୱିକେଟ୍‌ ହରାଇ ୧୬୪ ରନ୍‌ କରିଥିଲା । ରବି ବିଷ୍ଣୋଇ ଏହି ମ୍ୟାଚରେ ତିନୋଟି ଓ୍ୱିକେଟ୍‌ ନେଇଥିଲେ । ସେ ଟି ଟ୍ୱେଣ୍ଟିରେ ନିଜର ୫୦ ତମ ଓ୍ୱିକେଟ୍‌ ଏହି ମ୍ୟାଚରେ ନେଇଛନ୍ତି ।

ଭାରତ ଏହା ପୂର୍ବରୁ ଟି ଟ୍ୱେଣ୍ଟିରେ ୧୬୮ରନ୍‌ ଅନ୍ତରରେ ୨୦୨୩ରେ ଅହମଦାବାଦରେ ଚାଲିଥିବା ମ୍ୟାଚରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରିଥିଲା ।

ଏହି ମ୍ୟାଚରେ ସଞ୍ଜୁ ସାମସନ୍‌ ୪୭ଟି ବଲ୍‌ରେ ୧୧୧ ରନ୍‌ , ସୂର୍ଯ୍ୟକୁମାର ଯାଦବ ୪୫ ବଲ୍‌ରେ ୭୫ ରନ୍‌ ହାର୍ଦ୍ଦିକ୍‌ ପାଣ୍ଡ୍ୟା ୧୮ ବଲ୍‌ରେ ୪୭ ରନ୍‌ ଏବଂ ରିୟାନ ପରାଗ୍‌ ୧୩ ବଲ୍‌ରେ ୩୪ ରନ୍‌ କରିଥିଲେ ।

Comments are closed.