ମୁମ୍ବାଇରେ ବାବା ସିଦ୍ଦିକିଙ୍କୁ ହତ୍ୟା ମାମଲାରେ ଦୁଇ ଗିରଫ

ଭୁବନେଶ୍ୱର/ମୁମ୍ବାଇ- (ସମାଜ ଡିଜିଟାଲ ଡେସ୍କ) ମୁମ୍ବାଇରେ ଏନ୍‌ସିପି ନେତା ବାବା ସିଦ୍ଦିକିଙ୍କୁ ତାଙ୍କା କାର୍ଯ୍ୟାଳୟ ବାହାରେ ଗୁଳି କରି ହତ୍ୟାକରାଯାଇଛି । ଦୁଇ ହତ୍ୟାକାରୀଙ୍କୁ ପୁଲିସ ଗିରଫ କରିଥିବା ବେଳେ ଜଣେ ଫେରାର ହୋଇଯାଇଛି । ୧୫ ଦିନ ତଳେ ବାବା ସିଦ୍ଦିକିଙ୍କୁ ହତ୍ୟା ଧମକ ମିଳଥିଲା । ଏହାପରେ ତାଙ୍କୁ ଓ୍ୱାଇ କାଟାଗୋରୀ ସୁରକ୍ଷା ଦିଆଯାଇଥିଲା । ଶୁକ୍ରବାରରେ ନାଇନ୍‌ ଏମ୍‌ଏମ୍‌ ବନ୍ଧୁକରେ ତାଙ୍କୁ ଗୁଳି କରି ହତ୍ୟା କରାଯାଇଛି । ବଲିଉଡ୍‌ ଷ୍ଟାର ସଲ୍‌ମାନ୍‌ ଖାନ୍‌ଙ୍କ ନିକଟତର ଥିଲେ ବାବା ସିଦ୍ଦିକି ।

ହତ୍ୟାକାରୀମାନେ ବିଷ୍ଣୋଇ ଗ୍ୟାଙ୍ଗ୍‌ର ବୋଲି ଜଣା ପଡିଛି । ଏମାନେ ୟୁପି ଏବଂ ହରିୟାନାର । ଏକ ଅଟୋ ରିକ୍ସାରେ ଆସି ସେମାନେ ଘଟଣାସ୍ଥଳରେ ଗୁଳି ଚଳାଇଥିଲା । ଗତ କିଛି ଦିନଧରି ହତ୍ୟାକାରୀମାନେ ଏହି ଅଞ୍ଚଳରେ ରେକି କରୁଥିଲେ । ଏହି ଘଟଣାରେ କଂଗ୍ରେସ ଏବଂ ଅନ୍ୟ ବିରୋଧି ଦଳ ମହାରାଷ୍ଟ୍ରରେ ଆଇନ ବ୍ୟବସ୍ଥା ନଥିବା କଥା ଅଭିଯୋଗ କରିଛନ୍ତି । ମହାରାଷ୍ଟ୍ର ସରକାର ଏହାର କ୍ରାଇମ୍‌ବ୍ରାଞ୍ଚ୍‌ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ହତ୍ୟାକାରୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାବିସ୍‌ କହିଛନ୍ତି ।

Comments are closed.