www.samajalive.in
Monday, December 8, 2025
13.1 C
Bhubaneswar

ଏଣିକି କିସ୍ତିରେ କରିପାରିବେ ଏସବୁ ସ୍ଥାନକୁ ତୀର୍ଥଯାତ୍ରା ; ହୋଟେଲରେ ରହିବା, ଖାଇବା ବି…

ନୂଆଦିଲ୍ଲୀ : କିସ୍ତିରେ କରି ପରିବେ ତୀର୍ଥଯାତ୍ରା। ଗ୍ରୀଷ୍ମ ଛୁଟି ସମୟରେ ତୀର୍ଥଯାତ୍ରାର ଯୋଜନା କରୁଛନ୍ତି କି? ଆପଣଙ୍କ ପାଇଁ ଖୁସି ଖବର। କାରଣ ଆଇଆରସିଟିସି ଆପଣଙ୍କୁ ୭ ଜ୍ୟୋର୍ତିଲିଙ୍ଗ ଶସ୍ତାରେ ଦର୍ଶନ କରାଇବାର ସୁଯୋଗ ଆଣିଛି। ଏହି ଯାତ୍ରା ଆପଣଙ୍କୁ ଭାରତର ପ୍ରଥମ ପର୍ଯ୍ୟଟନ ଟ୍ରେନ୍ ଭାରତ ଗୌରବ ଦ୍ୱାରା ପରିଚାଳିତ କରାଯିବ। ଭ୍ରମଣ ସମୟରେ ଆଇଆରସିଟିସି ପକ୍ଷରୁ ଆପଣଙ୍କୁ ବିଭିନ୍ନ ପ୍ରକାର ସୁବିଧା ପ୍ରଦାନ କରାଯିବ।

ଯାତ୍ରା ଅବଧି ୧୩ ଦିନ ଏବଂ ୧୨ ରାତି ସ୍ଥିର ହୋଇଛି । ଭ୍ରମଣ ବିଷୟରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଆପଣ ଯାତ୍ରା ଖର୍ଚ୍ଚ ମଧ୍ୟ କିସ୍ତିରେ ଦେଇପାରିବେ ।

- Advertisement -

ଏହି ପର୍ଯ୍ୟଟନ ପ୍ୟାକେଜରେ ଦର୍ଶନାର୍ଥୀଙ୍କୁ ଓମକାରେଶ୍ୱର , ମହାକାଳେଶ୍ୱର, ନାଗେଶ୍ୱର, ସୋମନାଥ, ତ୍ରୟମ୍ବକେଶ୍ୱର, ଭୀମାଶଙ୍କର ଓ ଘୃଣେଶ୍ୱର ଦର୍ଶନ କରିବାର ସୁଯୋଗ ମିଳି ପାରିବ। ଏହାସହ ଦ୍ୱାରିକାଧୀଶ ମନ୍ଦିରର ମଧ୍ୟ ଦର୍ଶନ କରି ପାରିବେ। ଏହି ଯାତ୍ରାର ଶୁଭାରମ୍ଭ ୨୬ ଜୁନ୍ ରେ ହୋଇ ୮ ଜୁଲାଇରେ ଶେଷ କରିବା ପାଇଁ ସ୍ଥିର କରାଯାଇଛି। ଯାତ୍ରା ସମୟରେ ଖାଦ୍ୟ-ପେୟ ଓ ରହିବାର ବ୍ୟବସ୍ଥା ଆଇଆରସିଟିସି ପକ୍ଷରୁ କରାଯିବ। ଜଣେ ଗାଇଡ୍ ମଧ୍ୟ ଯାତ୍ରୀଙ୍କ ସୁବିଧା ପାଇଁ ରହିବେ। ଏହାସହ ୩ ତାରକା ବିଶିଷ୍ଟ ହୋଟେଲରେ ରହିବା ପାଇଁ ବ୍ୟବସ୍ଥା କରାଯିବ।

ଖୁସି ଖବର: ସୁନା କିଣିବେ କି ? ୬ ହଜାର ପର୍ଯ୍ୟନ୍ତ ଶସ୍ତା ହେଲା…

ଆଇଆରସିଟିସିର ବିଜ୍ଞପ୍ତି ଅନୁଯାୟୀ, ଏହି ଭ୍ରମଣ ପ୍ୟାକେଜ୍ ର ସମୟ ସୀମା ୧୩ ଦିନ ୧୨ ରାତି ସ୍ଥିର କରାଯାଇଛି । ମୂଲ୍ୟ ବିଷୟରେ କହିବାକୁ ଗଲେ ପ୍ରାରମ୍ଭିକ ମୂଲ୍ୟ ୨୪,୩୦୦ ଟଙ୍କା ସ୍ଥିର କରାଯାଇଛି। ତୃତୀୟ ଏସି ପାଇଁ ଯାତ୍ରୀ ପିଛା ୪୦,୬୦୦ ଟଙ୍କା ଏବଂ ଦ୍ୱିତୀୟ ଏସି ପାଇଁ ଯାତ୍ରୀ ପିଛା ୫୩,୮୦୦ ଟଙ୍କା ଖର୍ଚ୍ଚ କରିବାକୁ ପଡିବ। ଏହି ଖର୍ଚ୍ଚରେ ଏସି ଏବଂ ଅଣ ଏସି ବସ୍ ଭଡା ସହିତ ମଧ୍ୟାହ୍ନ ଭୋଜନ ଏବଂ ରାତ୍ରୀ ଭୋଜନ ମଧ୍ୟ ଅନ୍ତର୍ଭୁକ୍ତ ରହିଛି।

ବାସ୍ ୨ ଦିନ ପରେ ସୁନା ଭଳି ସୂର୍ଯ୍ୟ ଚମକାଇବେ ଏହି ରାଶିଙ୍କ ଭାଗ୍ୟ; ମିଳିବ ସରକାରୀ ଚାକିରି,ଧନ..

Hot this week

ଜାଡ଼ରେ ଥରୁଛି ଓଡ଼ିଶା: ଘୁ.ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା

ଭୁବନେଶ୍ବର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁ ରାଜ୍ୟ ମଧ୍ୟକୁ ପ୍ରବାହ କରୁଛି।...

ଇଣ୍ଡିଗୋରେ ଅଚଳାବସ୍ଥା ଜାରି; ପୁଣି ୬୫୦ ବିମାନ ବାତିଲ

ନୂଆଦିଲ୍ଲୀ: ଦେଶର ସର୍ବବୃହତ ଘରୋଇ ଏୟାରଲାଇନ୍ସ କମ୍ପାନୀ ଇଣ୍ଡିଗୋରେ କ୍ରମାଗତ ୬ଷ୍ଠ...

ଆଖି ବୁଜିଲେ ପୀଡିତା ଛାତ୍ରୀ

ସମାଜ ଡିଜିଟାଲ ଡେସ୍କ: ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର...

ଟି-୨୦ ବିଶ୍ବ କପ ଜର୍ସି ଉନ୍ମୋଚନ

ରାୟପୁର: ଭାରତୀୟ କ୍ରିକେଟ୍‌‌ ଦଳର ଅଫିସିଆଲ୍‌‌ କିଟ୍‌‌ ପ୍ରାୟୋଜକ ଆଡିଡାସ୍‌‌ ବିସିସିଆଇ...

ସୋମବାର ରାଶିଫଳ: ଆଜି ଏହି ରାଶିରେ ଋଣ ପରିଶୋଧ ହେବ

ମେଷ: ମନ ପ୍ରଫୁଲ୍ଲ ରହିବ। ଦେବଦର୍ଶନରେ ସମସ୍ତ କଳ୍ମଷ ଦୂର ହେବ।...

Related Articles

Popular Categories