www.samajalive.in
Monday, December 8, 2025
27.1 C
Bhubaneswar

ସୌନ୍ଦର୍ଯ୍ୟର ଗନ୍ତାଘର ‘ମଣ୍ଡାସରୁ’; ପର୍ଯ୍ୟଟକଙ୍କ ପାଇଁ ସାଜିଛି ଆକର୍ଷଣ

ରାଇକିଆ : ଶୀତରୁତୁ ଆସିଲେ କନ୍ଧମାଳ କଥା ମନେପଡେ‌। ବର୍ତ୍ତମାନ ଜିଲାରେ ପହିଲି ଶୀତ ଅନୁଭୂତ ହୋଇଛି। ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର କନ୍ଧମାଳ ଜିଲାର ରାଇକିଆ ବ୍ଲକରେ ଜୈବ ବିବିଧତା ଐତିହ୍ୟସ୍ଥଳ ‘ମଣ୍ଡାସରୁ’ ପର୍ଯ୍ୟଟକଙ୍କ ପାଇଁ ବେଶ ଆକର୍ଷଣ ସାଜିଛି । ସକାଳୁ ପାହାଡ଼ କୁହୁଡି ଚାଦରରେ ଘୋଡାଇ ହୋଇଥାଏ। ପର୍ଯ୍ୟଟନ ରୁତୁ ଆସିଲେ ଧିରେ ଧିରେ ଏଠାକୁ ପର୍ଯ୍ୟଟକଙ୍କ ସୁଅ ଛଟିଥାଏ ।
ରାଜ୍ୟର ଏକ ହିଲଷ୍ଟେସନ୍ ଭାବେ ଖୁବ୍ ପରିଚିତ। ଏଠାକାର ପ୍ରାକୃତିକ ପରିବେଶ ସାଂସ୍କୃତିକ, ନୈତିକ ତଥା ସୌନ୍ଦର୍ଯ୍ୟରେ ଭରପୁର ହୋଇ ରହିଛି। ଦେଶୀୟ ବିଲୁପ୍ତ ପ୍ରାୟ ଜାତିର ବୃକ୍ଷ, ବିଭିନ୍ନ ଔଷଧୀୟ ବୃକ୍ଷ, ଜୀବଜନ୍ତୁ, ମନୋରମ ପରିବେଶ ପର୍ଯ୍ୟଟକମାନଙ୍କ ପାଇଁ ମନଲୋଭା ହୋଇଛି। ବେଶ୍ ଆକର୍ଷିତ କରୁଛି ଦୁଇ ପାହାଡ଼ର ମଧ୍ୟ ଭାଗ। ସୁଉଚ୍ଚ ଦୁଇ ଗୋଟି ୱାଚ୍ ଟାୱାରରେ ପର୍ଯ୍ୟଟକ ଠିଆ ହୋଇ ଚର୍ତୁପାଶ୍ୱରେ ଥିବା ଛୋଟ ବଡ଼ ପର୍ବତ ମାଳା, ପ୍ରାକୃତିକ ସୌନ୍ଦର୍ଯ୍ୟର ଭରପୁର ମଜା ନେଇ ଆନନ୍ଦିତ ହୁଅନ୍ତି ‌।

ଟାଙ୍ଗିଆ ଲଗାଇ ଭାଇ-ଭଉଣୀ ଠାରୁ ୭ ଲକ୍ଷ ଲୁଟ୍‌..

- Advertisement -

ବ୍ୟସ୍ତ ବହୁଳ ଜୀବନରୁ ସମୟ ବାହାର କରି ଏଠାକୁ କିଛି ସମୟ କାଟିବାକୁ ରାଜ୍ୟ ତଥା ଦେଶ ବିଦେଶରୁ ବହୁ ପର୍ଯ୍ୟଟକ ଛୁଟି ଆସନ୍ତି। ଏଠାରେ ବଣଭୋଜି କରିବାରେ ଏକ ନିଆରା ମଜା। ଏଠାକାର ପ୍ରାକୃତିକ ପରିବେଶ ସହିତ ଘଞ୍ଚ ଜଙ୍ଗଲ , ପାହାଡିଆ ରାସ୍ତାରେ ବୁଲିବାରେ ଏକ ଅପୂର୍ବ ଆନନ୍ଦ ମିଳିଥାଏ। ରାଜଧାନୀ ଭୁବନେଶ୍ୱର ଠାରୁ ୨୪୦ କିଲୋମିଟର, ବ୍ରହ୍ମପୁର ଠାରୁ ୧୪୫ କିଲୋମିଟର ଏବଂ ରାଇକିଆ ଠାରୁ ୧୦ କିଲୋମିଟର ଦୂରରେ ମଣ୍ଡାସରୁ ଇକୋ ଟୁରିଜିୟମ ସେଣ୍ଟର ରହିଛି। ନିୟମିତ ସମୟ ଅନୁସାରେ ଭୁବନେଶ୍ୱର, ବ୍ରହ୍ମପୁର ପରି ଅନେକ ସ୍ଥାନରୁ ରାଇକିଆକୁ ବସ୍ ଚଳାଚଳ କରୁଛି। ଯେକୌଣସି ସମୟରେ ମଧ୍ୟ ମଣ୍ଡାସରୁ ପ୍ରାକୃତିକ ପର୍ଯ୍ୟଟନ କେନ୍ଦ୍ରକୁ ଯିବା ପାଇଁ ଟ୍ୟାକ୍ସି ଗାଡିର ମଧ୍ୟ ବ୍ୟବସ୍ଥା ରହିଛି।

ନଭେମ୍ବର ୧୬ରେ ରାଜଯୋଗ; ଜାଣନ୍ତୁ କେଉଁ ୪ ରାଶି ହେବେ ଭାଗ୍ୟଶାଳୀ, ହଠାତ୍‌ ମିଳିବ ଧନ, ଚମକିବ ଭାଗ୍ୟ..

ପର୍ଯ୍ୟଟକଙ୍କ ଆଗମନ ଧୀରେ ଧୀରେ ବୃଦ୍ଧି ହେଉଥିବା ଜଣାପଡିଛି । ଆଗକୁ ମଧ୍ୟ ପର୍ଯ୍ୟଟକଙ୍କ ଆଗମନ ବୃଦ୍ଧି ପାଇବ ବୋଲି ଦାୟିତ୍ୱରେ ଥିବା କର୍ମଚାରୀ କୁ‌ହନ୍ତି। ରାଜ୍ୟ ତଥା ଓଡ଼ିଶା ବାହାରୁ ବହୁ ସଂଖ୍ୟକ ପର୍ଯ୍ୟଟକ ଶୀତ ମଜା ଉଠାଇବା ପାଇଁ କନ୍ଧମାଳକୁ ପସନ୍ଦ କରିଥାନ୍ତି। ନିକଟରେ ଥିବା ପ୍ରାୟ ୨୦୦ ଫୁଟ ଉଚ୍ଚତାର ଝରଣା ପ୍ରବାହିତ ହେଉଛି। ସେଠାରେ ଗାଧୋଇବା ଓ ଫୋଟୋ ଉଠାଇବାକୁ ପର୍ଯ୍ୟଟକଙ୍କ ଖୁବ୍ ଗହଳି ଲାଗିଥାଏ। ପର୍ଯ୍ୟଟକଙ୍କ ରାତ୍ରୀ ଯାପନ କରିବା ପାଇଁ ୮ଗୋଟି କାଠ ବଙ୍ଗଳା ଓ ୨ ଗୋଟି ଭୋଜନାଳୟ ବ୍ୟବସ୍ଥା ରହିଛି। ପର୍ଯ୍ୟଟକଙ୍କ ମନୋରଞ୍ଜନ ପାଇଁ ନୂତନ ଭାବେ ଫୋଟୋ ସେଲଫି୍ ଜୋନ୍, ବିଭିନ୍ନ ଜୀବଜନ୍ତୁଙ୍କ ପ୍ରତିମୂର୍ତ୍ତି ନିର୍ମାଣ, ଫୁଲବଗିଚା ପ୍ରସ୍ତୁତି କରାଯାଇଛି।
ଓଡ଼ିଶାର ପ୍ରଥମ ତଥା ଦେଶର ୧୩ତମ ଜୈବ ବିବିଧତା ଐତିହ୍ୟ ସ୍ଥଳ ଭାବେ ମାନ୍ୟତା ହାସଲ କରିଛି ମଣ୍ଡାସରୁ। ଏହି ପର୍ଯ୍ୟଟନ କେନ୍ଦ୍ରକୁ ତଦାରଖ ପାଇଁ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ଦାୟିତ୍ୱ ରହିଛନ୍ତି।

ଦେଖନ୍ତୁ ଭିଡିଓ ; ମାତ୍ର କିଛି ସେକେଣ୍ଡରେ ହରିଣକୁ ଗୋଟା ଗିଳି ଦେଲା ଅଜଗର..

Hot this week

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ଏମଭି-୨୬ ଗାଁରେ ପୁଲିସ ଛାଉଣୀ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

ଗୋପାଳପୁର ଗଣଦୁଷ୍କର୍ମ ମାମଲା: ୫ ଅଭିଯୁକ୍ତଙ୍କ ନାଁରେ ଚାର୍ଜଫ୍ରେମ

ସମାଜଲାଇଭ ଡେସ୍କ: ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ୧୦ ଅଭିଯୁକ୍ତଙ୍କ...

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

Related Articles

Popular Categories