www.samajalive.in
Saturday, December 6, 2025
26.1 C
Bhubaneswar

ପାକିସ୍ତାନରେ ଏମିତି ପାଳନ ହେଲା ଦୀପାବଳି, ଭିଡିଓ ଭାଇରାଲ

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ କଣ୍ଟେଣ୍ଟ କ୍ରିଏଟର କରାଚୀରେ ପ୍ରଥମ ଥର ଦୀପାବଳି ପାଳନ କରି ଏକ ଭିଡିଓ ସାମାଜିକ ଗଣମାଧ୍ୟମରେ ସେୟାର କରିଛନ୍ତି ଯାହା ଏବେ ଭାଇରାଲ ହେବାରେ ଲାଗିଛି । ବିଲାଲ ହସନଙ୍କ ଦ୍ବାରା ଇନଷ୍ଟାଗ୍ରାମରେ ସେୟାର ହୋଇଥିବା ଏହି ଭିଡିଓକୁ ଲକ୍ଷେରୁ ଅଧିକ ଦେଖିସାରିଲେଣି ।

- Advertisement -

ଭିଡିଓରେ ହସନ ସ୍ବାମୀ ନାରାୟଣ ମନ୍ଦିରରେ ଉତ୍ସବ ପାଳନ କରୁଛନ୍ତି ଯେଉଁଠି ସ୍ଥାନୀୟଲୋକେ ଦୀପାବଳି ପାଳନ ପାଇଁ ଏକାଠି ହୋଇଥିଲେ । ସମସ୍ତେ ପରସ୍ପରଙ୍କୁ ମିଠା ପ୍ରଦାନ କରିବା ସହ ବାଣ ଫୁଠାଇ ଦୀପାବଳିକୁ ଉପଭୋଗ କରୁଛନ୍ତି ।

ସେ କହିଛନ୍ତି କି ‘ଏହା କରାଚୀର ସବୁଠାରୁ ବଡ ମନ୍ଦିର ଏବଂ ହିନ୍ଦୁ ଜୀବନର କେନ୍ଦ୍ର । ସ୍ଥାନଟି ଗହଳିପୂର୍ଣ୍ଣ ଥିଲା ।’ ହସନ କହିଛନ୍ତି କି ‘ମୁଁ ଜୀବନରେ ଏଭଳି ଦୀପାବଳି ପାଳନ କରାଚୀ ସହରରେ ଦେଖିନି ।’ ପୂର୍ରରୁ ୟୁଟ୍ୟୁବର ଧୀରଜ ମନ୍ଧାନଙ୍କ ଦ୍ବାରା ସେୟାର ହୋଇଥିବା ‘କରାଚୀରେ ନବରାତ୍ରି ସମାରୋହ’ର ଭିଡିଓ ବେଶ୍ ଭାଇରାଲ ହୋଇଥିଲା ।

Hot this week

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

ଟ୍ରମ୍ପଙ୍କୁ ମିଳିଲା ଫିଫାର ପ୍ରଥମ ଶାନ୍ତି ପୁରସ୍କାର

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୂତନ...

ଦୁଇ କୁଖ୍ୟାତ ଅପରାଧି କାବୁ, କାର୍ବାଇନ୍ ଜବତ

ଭୁବନେଶ୍ୱର : ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

Related Articles

Popular Categories