ରୂପାନ୍ତରିତ ବିଦ୍ୟାଳୟ ଲୋକାର୍ପଣ ଉତ୍ସବ
ଚୌଦ୍ୱାର : ଚୌଦ୍ୱାର ଅଞ୍ଚଳରେ ତୃତୀୟ ପର୍ଯ୍ୟାୟ ୫-ଟି ରୂପାନ୍ତରିତ ସ୍କୁଲ ଗୁଡ଼ିକର ଉଦଘାଟନୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଭାସି ମାଧ୍ୟମରେ ଉଦଘାଟନ କରିଥିଲେ। ଚୌଦ୍ୱାର ମୁଣ୍ଡମାଳସ୍ଥିତ ଝୋଟେଶ୍ୱର ହାଇସ୍କୁଲରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପୂର୍ବତନ ବିଧାୟକ ଡ. ପ୍ରଭାତ ରଞ୍ଜନ ବିଶ୍ୱାଳ, ପୌରାଧ୍ୟକ୍ଷା ମାନସୀ ସ୍ୱର୍ଣ୍ଣପ୍ରଭା ସାମଲ, କାଉନସିଲର ଦିଲ୍ଲିପ କୁମାର ସାହୁ , ଶିକ୍ଷାବୀତ ଶିବ ପ୍ରସାଦ ପତି, ରମେଶ ଚନ୍ଦ୍ର ପାଢ଼ୀ ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ। ଶିକ୍ଷୟତ୍ରୀ ଶୈବାଳିନୀ ପଣ୍ଡା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଦୌଲତାବାଦସ୍ଥିତ ନିଗମାନନ୍ଦ ବାଳିକା ଉଚ୍ଚ ବିଦ୍ୟାଳୟ ଏବଂ ଓଟିଏମ୍ କଲୋନୀସ୍ଥିତ ଗୋପବନ୍ଧୁ ହାଇସ୍କୁଲରେ ଅନୁରୂପ ଭାବେ ଆୟୋଜିତ କାର୍ଯ୍ୟକ୍ରମରେ ଉପରୋକ୍ତ ଅତିଥି ମାନଙ୍କ ସମେତ ସିଆରସିସି ପୂର୍ଣ୍ଣଚନ୍ଦ୍ର ସେଠୀ ଯୋଗଦେଇଥିଲେ। ବାଣୀପଦା ପଞ୍ଚାୟତ ବାଲିଚତୁରୀ ଗ୍ରାମସ୍ଥିତ ବାଲଚୁଙ୍କେଶ୍ୱର ବିଦ୍ୟାପୀଠରେ ଆୟୋଜିତ କାର୍ଯ୍ୟକ୍ରମରେ ପୂର୍ବତନ ବିଧାୟକ ଡ. ବିଶ୍ୱାଳ, ତାପସ ମାହାନ୍ତି, ଆଶୁତୋଷ ଦାସ, ଜିଲା ପରିଷଦ ସଭ୍ୟ ଜ୍ୟୋତ୍ସାରାଣୀ ସୁବୁଦ୍ଧିରାୟ, ନାରୀ ନେତ୍ରୀ କବିତାରାଣୀ ଲେଙ୍କା, ସରପଞ୍ଚ ଦିଲ୍ଲିପ କୁମାର ଭୋଇ, ସମିତି ସଭ୍ୟ ସୁରେନ୍ଦ୍ର ସାମଲ, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଶରତ ଚନ୍ଦ୍ର ନାୟକ, ରଞ୍ଜନ କୁମାର ପରିଡ଼ା, ରାମଚନ୍ଦ୍ର ନାୟକ, ଲକ୍ଷ୍ମଣ ରାଉତ, ତୀର୍ଥାନନ୍ଦ ସୁବୁଦ୍ଧିରାୟ, ରବୀନ୍ଦ୍ର କୁମାର ସାମଲ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ଅବସରରେ ବିଦ୍ୟାଳୟ ପରିସରରେ ନିର୍ମିତ ଏକ ସୁଦୃଶ୍ୟ ଉଦ୍ୟାନକୁ ଡ. ବିଶ୍ୱାଳ ଉଦଘାଟନ କରିଥିଲେ।
Comments are closed.