୪୦ ବର୍ଷୀୟା ମହିଳାଙ୍କ ଏକ କାଳୀନ ୩ଟି ସନ୍ତାନ ପ୍ରସବ

କୃତିତ୍ୱ ଅର୍ଜନ କଲେ କେନ୍ଦୁଝର ଡାକ୍ତର ତୁଷାର କର

ପାଟଣା : କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ରାଜନଗର ବାସିନ୍ଦା ତଥା ରାଜ୍ୟର ଅନ୍ୟତମ ପ୍ରତିଷ୍ଠିତ ସ୍ତ୍ରୀ ରୋଗ ବିଶେଷଜ୍ଞ ଡାକ୍ତର ତୁଷାର କର ଏକ ବିରଳ କୃତିତ୍ୱ ହାସଲ କରିଛନ୍ତି । ସେ ବଜ୍ରକବାଟି ରୋଡ଼ ସ୍ଥିତ ତାଙ୍କ ଡାକ୍ତରଖାନାରେ ଜଣେ ସନ୍ତାନବତୀ ହେଉନଥିବା ୪୦ ବର୍ଷୀୟା ମହିଳାଙ୍କ ଲାପାରୋସ୍କୋପି ଦ୍ଵାରା ଅସ୍ତ୍ରୋପଚାର କରାଇ ଗର୍ଭାଶୟରେ ଡିମ୍ବାଣୁ ତିଆରି ପାଇଁ ଔଷଧ ଦେଇ ତାଙ୍କର ଗର୍ଭ ସଞ୍ଚାର କରାଇବାରେ ସକ୍ଷମ ହୋଇଥିଲେ । ଉଚ୍ଚ ରକ୍ତଚାପ ସତ୍ତ୍ୱେ ସେହି ମହିଳା ଏବେ ଏକକାଳୀନ ୩ଟି ସନ୍ତାନର ଜନନୀ ହେବାର ସୌଭାଗ୍ୟ ଲାଭ କରିଛନ୍ତି। ଉଭୟ ମା ଓ ଶିଶୁ ସୁସ୍ଥ ଅଛନ୍ତି । ଡାକ୍ତର ତୁଷାର କରଙ୍କ ସହ ଡାକ୍ତର କମଳାକାନ୍ତ ପ୍ରଧାନ , ଡାକ୍ତର ରାମସ୍ୱରୂପ ହୋତା, ଡାକ୍ତର ସାରଦା ପ୍ରସାଦ ପଣ୍ଡା, ଡାକ୍ତର ଅସଗନ୍ତି କର ଓ ତାଙ୍କ ହସ୍ପିଟାଲର କର୍ମଚାରୀଙ୍କ ମିଳିତ ପ୍ରଚେଷ୍ଟାରୁ ଏଭଳି ବିରଳ ସଫଳତା ମିଳିଛି । ୩ଟି ସନ୍ତାନ ଗର୍ଭରେ ଧାରଣ କରିଥିବାରୁ ମହିଳାଙ୍କ ସ୍ବାସ୍ଥ୍ୟ ଅବସ୍ଥା ବେଶ ବିଗିଡି ଯାଇଥିଲା ଓ ସେ ଉଚ୍ଚ ରକ୍ତଚାପରେ ମଧ୍ୟ ପୀଡ଼ିତ ହୋଇଥିଲେ। ଏହା ସତ୍ତ୍ୱେ ସୁରକ୍ଷିତ ପ୍ରସବ କରାଇବାରେ ଡାକ୍ତର କର ଓ ତାଙ୍କ ଦଳ ସଫଳତା ହାସଲ କରିଛନ୍ତି । ଉଭୟ ମା ଓ ଶିଶୁ ସୁସ୍ଥ ଥିବାରୁ ସଂପୃକ୍ତ ପରିବାର ପକ୍ଷରୁ ଡାକ୍ତର କରଙ୍କ ନିକଟରେ କୃତଜ୍ଞତା ଜ୍ଞାପନ କରାଯାଇଛି।

kalyan agarbati

Comments are closed.