ଚୋରା ମଦ କାରବାର ଅଭିଯୋଗରେ ୪ଗିରଫ

ପାଟଣା : କେନ୍ଦୁଝର ଜିଲା ପାଟଣା ଅବକାରୀ ବିଭାଗ ପକ୍ଷରୁ ଶୁକ୍ରବାର ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ଚୋରା ମଦ କାରବାର ଅଭିଯୋଗରେ ୪ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି। ଅବକାରୀ ବିଭାଗ ଚଢ଼ାଉ କରି ଟାଙ୍ଗରପଡା ଫୁଲ ମୁଣ୍ଡା ଠାରୁ ୫ଲିଟର, ବେଗେନାର ଶିବ ମୁଣ୍ଡାଙ୍କ ଠାରୁ ୧୫ଲିଟର, ଧାନବେଣୀର ସୁରେନ୍ଦ୍ର ମହାନ୍ତଙ୍କ ଠାରୁ ୫ଲିଟର ଓ ମହିଷାମଣ୍ଡିର ସୀତାରାମ ମୁଣ୍ଡାଙ୍କ ଠାରୁ ୫ଲିଟର ଏହିପରି ମୋଟ ୩୦ଲିଟର ମହୁଲି ମଦ ଜବତ କରିଛି। ଏହାସହ ସମସ୍ତ ୪ଜଣ ଚୋରା ମହୁଲି ମଦ ବିକ୍ରେତାଙ୍କୁ ଗିରଫ କରିଥିବା ପାଟଣା ଅବକାରୀ ଏସ୍ଆଇ ଦିଲ୍ଲୀପ କୁମାର ତାଣ୍ଡି ପ୍ରକାଶ କରିଛନ୍ତି ।

Comments are closed.