www.samajalive.in
Sunday, December 7, 2025
23.1 C
Bhubaneswar

୧୮ରୁ ୪୪ ବର୍ଷ ବୟସ୍କଙ୍କ ଟିକାକରଣରେ ବିଳମ୍ବ ହେବ !

ଭୁବନେଶ୍ୱର: ମେ’ ୧ ତାରିଖରୁ ଦେଶବ୍ୟାପୀ ୧୮ରୁ ୪୪ ବର୍ଷ ବୟସ୍କଙ୍କୁ ଟିକା ଦେବାକୁ ଯୋଜନା ଥିବା ବେଳେ ରାଜ୍ୟରେ ଏହି ବର୍ଗଙ୍କ ଟିକାକରଣରେ ବିଳମ୍ବ ହୋଇପାରେ। ଟିକା ଆସିବାରେ ବିଳମ୍ବ ହେବାର ସମ୍ଭାବନା ଥିବାରୁ ନିର୍ଦ୍ଧାରିତ ସମୟରେ ଟିକାକରଣ ନେଇ ଅନିଶ୍ଚିତତା ରିହିଛି ବୋଲି ମଙ୍ଗଳବାର ସୂଚନା ଦେଇଛନ୍ତି ରାଜ୍ୟ ପରିବାର କଲ୍ୟାଣ ନିର୍ଦ୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ।

ଶ୍ରୀ ପାଣିଗ୍ରାହୀ କହିଛନ୍ତି, ମେ’ ମାସରେ କୋଭିସିଲ୍ଡ ଟିକା ପହଞ୍ଚିବା ସମ୍ଭାବନା କ୍ଷୀଣ। ମେ’ ମାସ ମଧ୍ୟଭାଗ ସୁଦ୍ଧା କୋଭାକ୍ସିନ୍ ଟିକା ଆସିପାରେ। କିନ୍ତୁ କୋଭିସିଲ୍ଡ ଟିକା ପହଞ୍ଚି ପାରିବ କି ନାହିଁ ତାହା କହିହେବ ନାହିଁ। କୋଭିସିଲ୍ଡ ଟିକା ପାଇଁ ଆମେ ଚିଠି ଲେଖିଛୁ ବୋଲି ସେ କହିଛନ୍ତି। ଟିକା ଉପଲବ୍ଧ ହେବା ପରେ ଟିକାକରଣ ହେବ।

- Advertisement -

ଶ୍ରୀ ପାଣିଗ୍ରାହୀ ଆହୁରି କହିଛନ୍ତି, ଆସନ୍ତାକାଲିଠାରୁ ତୃତୀୟ ପର୍ଯ୍ୟାୟ ଟିକାକରଣ ପାଇଁ ପଞ୍ଜିକରଣ ଆରମ୍ଭ ହେବ। କୋ-ଓ୍ୱିନ୍ ପୋର୍ଟାଲକୁ ଯାଇ ୧୮ରୁ ୪୪ ବର୍ଷ ବୟସ୍କ ସମସ୍ତ ନାଗରିକ ପଞ୍ଜିକରଣ କରିପାରିବେ। କିନ୍ତୁ ବର୍ତ୍ତମାନ ସ୍ଲଟ୍‌ ଅଫ୍‌ ଆପଏଣ୍ଟମେଣ୍ଟ ମିଳିବନାହିଁ। ଯେବେ ଟିକା ମିଳିବ ସେହି ଅନୁସାରେ ପୋର୍ଟାଲ ଜରିଆରେ ଆମେ ସ୍ଲଟ୍‌ ଦେବୁ। ଯେତିକି ଟିକା ଅଛି ତାହା ୨ରୁ ୩ ଦିନ ଯିବ। ରାଜ୍ୟରେ ୧ଲକ୍ଷ ୨୩ହଜାର କୋଭିସିଲ୍ଡ ଅଛି। ୩ଲକ୍ଷ ୬୫ହଜାର କୋଭାକ୍ସିନ୍ ରହିଛି ।

 

Hot this week

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

Related Articles

Popular Categories