www.samajalive.in
Sunday, December 7, 2025
26.1 C
Bhubaneswar

ବୀରବଲ ହତ୍ୟାକାଣ୍ଡ ମାମଲା: ତିନି ଅଭିଯୁକ୍ତ ଗିରଫ୍‍

ବ୍ରଜରାଜନଗର:- ବୀରବଲ ପାଣ୍ଡେ ହତ୍ୟାକାଣ୍ଡର ୩ ଜଣ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରି ଆଜି କୋର୍ଟ ଚାଲାଣ କରିବାରେ ସଫଳ ହୋଇଛି।  ଏହି ହତ୍ୟାକାଣ୍ଡ ପଛର କାରଣ ପୂର୍ବ ଶତୃତା ବୋଲି ସ୍ପଷ୍ଟ ହୋଇଛି। ଗିରଫ ଅଭିଯୁକ୍ତମାନେ ହେଲେ ବୁଢିଜାମ ଅଂଚଳର ଅଜିତ ସିଂହ (୨୨) ଓରଫ ମାଣିଆ , ହନୁମାନ ନଗରର ଅଜିତ ସିଂହ (୨୫) ଓରଫ୍‍ ଖାଡ଼ି ଓ ସୁରଜ ପ୍ରସାଦ (୨୫)। ସେହି ପରି ଏହି ଘଟଣାରେ ସମ୍ପୃକ୍ତ ଥିବା ଅନ୍ୟ ଜଣେ ଅଭିଯୁକ୍ତ ଜୟରାମ ରାଏ ବର୍ତମାନ ସୁଦ୍ଧା ଫେରାର ରହିଛି ଓ ଖୁବ ଶୀଘ୍ର ତାକୁ ଗିରଫ୍‍ କରାଯିବ ବୋଲି ପୋଲିସ ପକ୍ଷରୁ ଜାରି ହୋଇଥିବା ପ୍ରେସ ବିଜ୍ଞପ୍ତିରେ ସୂଚନା ପ୍ରଦାନ କରାଯାଇଛି। ଅପରପକ୍ଷେ ସମସ୍ତ ଅଭିଯୁକ୍ତ ବିହାର ରାଜ୍ୟ ମୂଳ ବାସିନ୍ଦା ବୋଲି ଜଣା ପଡ଼ିଛି।

ସୂଚନା ଯୋଗ୍ୟ ଯେ, ଗତ ୨୩ ତାରିଖ ଦିନ ସଂନ୍ଧ୍ୟା ଗୁରୁବାର ବଜାର ପାଖ ଦେଇ ଜଣେ ଯୁବକ ବାଇକରେ ଯାଉଥିବା ସମୟରେ ତାକୁ ନିଶାଶକ୍ତ ଅବସ୍ଥାରେ ଥିବା କେତେକ ଯୁବକ ଅଟକାଇ ତାର ମୋବାଇ ଛଡ଼ାଇ ନେଇଥିଲେ। ପରେ ଉକ୍ତ ମୋବାଇଲରୁ ମୃତ ବୀରବଲଙ୍କ ଫୋନ କରି ଅଶ୍ଳୀଳ ଭାଷାରେ ଗାଳି ଗୁଳଜ କରି ସେ କେଉଁଠି ଅଛି ବୋଲି ଧମକାଇଥିଲେ। ବୀରବଲ ଆଦର୍ଶ ନଗର ପଡ଼ିଆରେ ଭଲବଲ ଖେଲୁଥିବା ନେଇ ସେମାନଙ୍କୁ ସୂଚନା ଦେବା ପରେ ସେମାନେ ସେଠାକୁ ପହଂଚିଥିଲେ ଓ ତାଙ୍କ ମଧ୍ୟରେ ପ୍ରବଳ ପାଟିତୁଣ୍ଡ ଓ ଯୁକ୍ତିତର୍କ ହୋଇଥିଲା। ଏହା ପରେ ନିଶାସକ୍ତ ଯୁବକମାନେ ଉତକ୍ତ ହୋଇ ବୀରବଲକୁ ତୀକ୍ଷ୍ଣ ଛୁରାରେ ଅତର୍କିତ ଭାବେ ଆକ୍ରମଣ କରିଥିଲେ। ବୀରବଲର ବେକରେ ଗଭୀର ଆଘାତ ଲାଗିବାରୁ ଡ଼ାକ୍ତରଖାନା ନିଆଯାଇଥିଲା। ହେଲେ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାକୁ ବୁର୍ଲା ଡ଼ାକ୍ତରଖାନା ସ୍ଥାନାଂତରଣ କରାଯାଉଥିବା ସମୟରେ ବୀରବଲଙ୍କ ମୃତ୍ୟୁ ଘଟିଥିଲା।

Hot this week

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

Related Articles

Popular Categories