www.samajalive.in
Monday, December 15, 2025
24.1 C
Bhubaneswar

ହିମସ୍ଖଳନ: ୩୩ ଶ୍ରମିକ ଉଦ୍ଧାର, ଫସି ରହିଛନ୍ତି ଆଉ ୨୪

ସମାଜ ଡିଜିଟାଲ ଡେସ୍କ: ଉତ୍ତରାଖଣ୍ଡର ବଦ୍ରିନାଥରେ ଶୁକ୍ରବାର ଘଟିଥିବା ହିମସ୍ଖଳନରେ ଫସିରହିଥିବା ଶ୍ରମିକମାନଙ୍କ ମଧ୍ୟରୁ ୩୩ ଜଣଙ୍କୁ ରାତି ସୁଦ୍ଧା ଉଦ୍ଧାର କରାଯାଇଛି। ଆହୁରି ୨୪ ଶ୍ରମିକ ଫସିରହିଥିବାବେଳେ ସେମାନଙ୍କୁ ଉଦ୍ଧାର ପାଇଁ ଉଦ୍ୟମ ଜାରି ରହିଛି। ରାତ୍ରି ସମୟ ଏବଂ ପ୍ରତିକୂଳ ପାଗ ଯୋଗୁ ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି।

ଶୁକ୍ରବାର ପୂର୍ବାହ୍ନରେ ଚାମୋଲି ଜିଲା ଅନ୍ତର୍ଗତ ମାନା ଗ୍ରାମ ନିକଟରେ ସୀମା ସଡ଼କ ସଂଗଠନ(ବିଆରଓ)ର ୫୭ କର୍ମଚାରୀ କାମ କରୁଥିବାବେଳେ ହିମସ୍ଖଳନ ଘଟିଥିଲା। ହଠାତ ବିରାଟ ବିରାଟ ବରଫ ଅତଡ଼ା ଧସିଯିବାରୁ ଶ୍ରମିକମାନେ ସେଥିରେ ଫସିଯାଇଥିଲେ। ସେଠାରୁ ଆଉ ବାହାରିପାରି ନ ଥିଲେ। ଖବରପାଇ ଗଡ଼ଓ୍ବାଲ ୯ମ ବ୍ରିଗେଡ ଏବଂ ବିଆରଓ ପକ୍ଷରୁ ଉଦ୍ଧାର କାର୍ଯ୍ୟକୁ ତ୍ଵରାନ୍ବିତ କରାଯାଇଥିଲା। ଏସଡିଆରଫ, ଆଇଟିବିପି ଏବଂ ଜିଲା ପ୍ରଶାସନ ପକ୍ଷରୁ ପର୍ଯ୍ୟାପ୍ତ ସହଯୋଗ ଯୋଗାଇ ଦିଆଯାଇଥିଲା। ଏହାକୁ ନେଇ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ଦୁଃଖ ପ୍ରକାଶ କରିବା ସହିତ ଶ୍ରମିକମାନଙ୍କ ନିରାପତ୍ତା କାମନା କରିଥିଲେ। ବହୁ ପ୍ରଚେଷ୍ଟା ପରେ ବରଫ ଅତଡ଼ା ଭିତରୁ ୩୩ ଶ୍ରମିକଙ୍କୁ ଉଦ୍ଧାର କରାଯାଇଥିବା ସୂଚନା ମିଳିଛି।

Hot this week

କେନାଲ ଖୋଳକୁ ନେଇ ଉତ୍ତେଜନା: ପୁଲିସ ସହ ଧସ୍ତାଧସ୍ତି

ବ୍ରହ୍ମଗିରି: ବ୍ରହ୍ମଗିରି ହରିଦାସ ଗାଁରେ କେନାଲ ଖୋଳାକୁ ନେଇ ପ୍ରବଳ ଉତ୍ତେଜନା...

ନିଷ୍ପତ୍ତି ଉପରେ ଆଉ ଥରେ ବିଚାର କରିବା ଉଚିତ- ନରସିଂହ ମିଶ୍ର

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ ବହିଷ୍କୃତ...

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

Related Articles

Popular Categories