୩୨୪ ତେଜସ୍‌ ବିମାନ ସାମିଲ କରିବ ବାୟୁସେନା

0

ନୂଆଦିଲ୍ଲୀ : ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ୩୨୪ଟି ତେଜସ୍‌ ଯୁଦ୍ଧ ବିମାନକୁ ଭାରତୀୟ ବାୟୁସେନାରେ ସାମିଲ କରାଯିବ। ଏ ନେଇ ବାୟୁସେନା ସମ୍ମତି ପ୍ରକାଶ କରିଥିବା ଗୁରୁବାର ଜଣାପଡିଛି। ଏହି ବିମାନଗୁଡିକ ସାମିଲ ହେବା ଦ୍ୱାରା ବାୟୁସେନାର କ୍ଷମତା ବୃଦ୍ଧି ପାଇବ। ତେଜସ୍‌ ବିମାନ ନିର୍ମାଣର ସମୟସୀମା ଅତିକ୍ରାନ୍ତ ହୋଇଥିଲେ ମଧ୍ୟ ଏଗୁଡିକ ଆକ୍ରମଣ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ନୁହେଁ ବୋଲି ବାୟୁସେନା ଗତ କିଛି ବର୍ଷ ହେବ କହିଆସୁଥିଲା। ମାତ୍ର ଏବେ ଏହା ୭୫,୦୦୦ କୋଟି ଟଙ୍କାରେ ହିନ୍ଦୁସ୍ଥାନ ଏରୋନଟିକ୍‌ସ ଲିମିଟେଡ୍‌ (ହାଲ୍‌)ଠାରୁ ପ୍ରଥମେ ୧୨୩ଟି ତେଜସ୍‌ ଯୁଦ୍ଧ ବିମାନ କ୍ରୟ କରିବ। ଏଥିମଧ୍ୟରୁ ୮୩ଟି ତେଜସ୍‌ ଅଧିଗ୍ରହଣ ଲାଗି ଇତିମଧ୍ୟରେ ହାଲ୍‌ ନିକଟକୁ ଚିଠି ଲେଖାସିରିଛି। ଏଗୁଡିକ ଚୂଡାନ୍ତ ଅଭିଯାନ ଲାଗି ଉଦ୍ଦିଷ୍ଟ କ୍ଲିଅରାନ୍ସ ଲାଭ କରିବା ପରେ ୨୦୧୯-୨୦ ମଧ୍ୟରେ ବାୟୁସେନାରେ ସାମିଲ ହେବ।

prayash

ବର୍ତ୍ତମାନର ଗୋଟିଏ ଇଞ୍ଜିନ ବିଶିଷ୍ଟ ତେଜସ୍‌ ଯୁଦ୍ଧ ବିମାନ ୩୫୦-୪୦୦ କିଲୋମିଟର ମଧ୍ୟରେ ଲକ୍ଷ୍ୟ ଭେଦ କରିପାରୁଛି। ଏଥିରେ କେବଳ ୩ ଟନ୍‌ ଅସ୍ତ୍ର ପରିବହନ ବ୍ୟବସ୍ଥା ରହିଛି। ଏଣୁ ଏହି ବିମାନଗୁଡିକୁ ଯୁଦ୍ଧ ସମୟରେ ଅନ୍ୟ ଯୁଦ୍ଧ ବିମାନର ସୁରକ୍ଷାଧୀନ ରହିବାକୁ ହେବ ବୋଲି ବାୟୁସେନା ପକ୍ଷରୁ କୁହାଯାଇଛି। ୨୦୧୭ରେ ବାୟୁସେନାରେ ପ୍ରଥମଥର ତେଜସ୍‌ ଯୁଦ୍ଧ ବିମାନ ସାମିଲ କରାଯାଇଥିଲା।

Leave A Reply