www.samajalive.in
Sunday, December 7, 2025
23.1 C
Bhubaneswar

ସଡ଼କ ଦୁର୍ଘଟଣାରେ ଗୋଟିଏ ପରିବାରର ବାପ ଓ ପୁଅ ସହ ୩ଜଣଙ୍କ ମୃତ୍ୟୁ, ଗ୍ରାମରେ ଶୋକାକୁଳ ପରିବେଶ 

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଗ୍ରାମର ଗୋଟିଏ ପରିବାରର ବାପ ଏବଂ ପୁଅ ସହ ୩ ଜଣଙ୍କର ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ଏହି ଘଟଣାକୁ ନେଇ ଗ୍ରାମରେ ଶୋକର ଛାୟା ଖେଳିଯାଇଛି ।

ସୂଚନାଯୋଗ୍ୟ, ଡାବୁଗାଁର ସତ୍ୟଜିତ ମାଦଳା(ଜିତୁ), ତାଙ୍କ ବାପା ରାମେଶ୍ୱର ମାଦଳା, ଡାବୁଗାଁ ଏସବିଆଇ ବ୍ରାଞ୍ଚ ପରିଚାଳକ ରାକେଶ କୁମାର ହେମ୍ବ୍ରମ ଏବଂ ଡ୍ରାଇଭର ଭୀମ ହରିଜନ ସତ୍ୟଜିତଙ୍କ ଇନୋଭା ଯୋଗେ ଡାବୁଗାଁରୁ ଭୁବନେଶ୍ୱର କୌଣସି କାର୍ୟ୍ୟ ପାଇଁ ଯାଉଥିଲେ। ଯିବା ବାଟରେ ବଲାଙ୍ଗୀର ପାଖରେ ମର୍ମନ୍ତୁତ ଦୁର୍ଘଟଣା ଘଟିଥିଲା। ଦୁର୍ଘଟଣାରେ ଘଟଣାସ୍ଥଳରେ ଡାବୁଗାଁର ସତ୍ୟଜିତ ଓ ରାକେଶ ମୃତ୍ୟୁବରଣ କରିଥିବା ବେଳେ ପଛରେ ବସିଥିବା ସତ୍ୟଜିତଙ୍କ ବାପା ଓ ଡ୍ରାଇଭର ଗୁରୁତର ଅବସ୍ଥାରେ ବଲାଙ୍ଗୀରଠାରେ ଚିକିତ୍ସିତ ହେଉଥିଲେ, ସେଠାରେ ସେହି ଦୁଇ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ଆଜି ସେମାନଙ୍କୁ ଆମ୍ବୁଲାନ୍ସ ଯୋଗେ ବୁର୍ଲା ମେଡିକାଲକୁ ନେବା ବାଟରେ ସତ୍ୟଜିତଙ୍କ ବାପାଙ୍କ ମଧ୍ୟ ମୃତ୍ୟୁ ଘଟିଥିଲା। ଏହି ଖବର ଡାବୁଗାଁ ଅଞ୍ଚଳରେ ପ୍ରକାଶ ପାଇବା ପରେ ଏହି ଅଂଚଳରେ ଶୋକର ଛାୟା ଖେଳିଯାଇଛି। ସତ୍ୟଜିତ ମାଦଳା(ଜିତୁ) ଜଣେ ସାମ୍ବାଦିକ ଭାବେ ସକାଳ ଖବରକାଗଜର ବ୍ଲକ ପ୍ରତିନିଧି ଭାବେ କାର୍ୟ୍ୟ କରୁଥିଲେ। ସତ୍ୟଜିତଙ୍କ ପରିବାରର ୨ ଜଣ ସଦସ୍ୟଙ୍କୁ ହରାଇ ପରିବାର ଲୋକେ ଦୁଃଖରେ ଭାଙ୍ଗି ପଡିଛନ୍ତି। ସତ୍ୟଜିତଙ୍କ ମୃତ୍ୟୁରେ ନବରଙ୍ଗପୁର ଜିଲ୍ଲା ମିଡ଼ିଆ ୟୁନିୟନ ତରଫରୁ ଗଭୀର ଶ୍ରଦ୍ଧାଞ୍ଜଳି ଦେବାସହ ତାଙ୍କର ଅମର ଆତ୍ମାର ସଦଗତି କାମନା କରିଛନ୍ତି। ୨ ଜଣଙ୍କ ଶବ ବ୍ୟବଛେଦ ପରେ ଆମ୍ବୁଲାନ୍ସ ଯୋଗେ ଡାବୁଗାଁକୁ ଅଣାଯାଉଥିବା ବେଳେ ଆଜି ରାତ୍ରରେ ହି ଶବଦାହ କରାଯିବ ବୋଲି ସୂଚନା ମିଳିଛି। ଅପର ପଟେ ମୃତ ବ୍ୟାଙ୍କ ପରିଚାଳକଙ୍କ ମୃତଦେହକୁ ତାଙ୍କ ନିଜସ୍ୱ ଗ୍ରାମକୁ ନେଇଥିବା ଜଣାପଡିଛି।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories