www.samajalive.in
Monday, December 15, 2025
24.1 C
Bhubaneswar

ବଜ୍ରପାତରେ ୩ ମୃତ

କଟକ: ଶନିବାର ଅପରାହ୍ଣରେ ଝଡ଼ବର୍ଷା ସହ ବଜ୍ରପାତ ଯୋଗୁ ବାଲେଶ୍ୱର ଜିଲା, ସିଂଲା ଥାନା ଅନ୍ତର୍ଗତ ଆଲୁମେଦା ଗାଁର ଦୁଇ ସମ୍ପର୍କୀୟ ଭାଇଙ୍କର ମୃତ୍ୟୁ ଘଟିଛି। ଏହି ଗାଁର ବିମଲ ପ୍ରଧାନଙ୍କ ପୁଅ କାଳିଚରଣ(୨୦) ଓ ବିମଳଙ୍କ ସାନଭାଇ କାର୍ତ୍ତିକ ପ୍ରଧାନଙ୍କ ପୁଅ ଜଗନ୍ନାଥ(୨୪) ଏକ ନଳକୂପରୁ ପିଇବା ପାଣି ନେଉଥିବାବେଳେ ସେମାନଙ୍କ ଉପରେ ବଜ୍ରପାତ ହୋଇଥିଲା। ଘଟଣାସ୍ଥଳରେ ସେମାନଙ୍କର ମୃତ୍ୟୁ ହୋଇଯାଇଥିଲା।

ସେହିପରି ଗଞ୍ଜାମ ଜିଲା ଆସିକା ଥାନା ଅନ୍ତର୍ଗତ ତାଳଶଣ୍ଢପୁର ଗ୍ରାମରେ ଶନିବାର ବଜ୍ରପାତ ଘଟି ଅଜୟ କୁମାର ବିଶ୍ବାଳ ନାମକ ଯୁବକଙ୍କ ମୃତ୍ୟୁ ଘଟିଛି। ସେ ନଦୀରେ ଗାଧୋଉଥିବାବେଳେ ବଜ୍ରପାତ ଘଟିଥିଲା। ଅପରପକ୍ଷେ ମାର୍ଶାଘାଇ ଅଞ୍ଚଳରେ ଶନିବାର ସନ୍ଧ୍ୟାରେ ପ୍ରବଳ ବର୍ଷା ସାଙ୍ଗକୁ ବଜ୍ରପାତ ହୋଇଥିଲା। ଜମପଡ଼ା ପଞ୍ଚାୟତ ଗୌଡ଼ଗାଁ କାଳନ୍ଦି ମଳଲ୍ଲିକଙ୍କ ଘର ଉପରେ ବଜ୍ରପାତ ହେବାରୁ ତାଙ୍କର ୩ ବଖରା ଜଳିଯାଇଛି। ବଜ୍ରପାତରେ କାଳନ୍ଦି ଗୁରୁତର ଆହତ ହୋଇଥିଲେ।

Hot this week

ମାଲକାନଗିରିରେ ସ୍ଵାଭାବିକ ହେଲା ଇଣ୍ଟରନେଟ୍

ମାଲକାନଗିରି: ମାଲକାନଗିରିରେ ହିଂସାର ୮ ଦିନ ପରେ ସ୍ଵାଭାବିକ ହେଲା...

ବୈଜୟନ୍ତ ପଣ୍ଡାଙ୍କୁ ଆସାମ ନିର୍ବାଚନ ଦାୟିତ୍ଵ

ସମାଜ ଲାଇଭ ଡ଼େସ୍କ : କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ପୁଣି...

କେନାଲ ଖୋଳକୁ ନେଇ ଉତ୍ତେଜନା: ପୁଲିସ ସହ ଧସ୍ତାଧସ୍ତି

ବ୍ରହ୍ମଗିରି: ବ୍ରହ୍ମଗିରି ହରିଦାସ ଗାଁରେ କେନାଲ ଖୋଳାକୁ ନେଇ ପ୍ରବଳ ଉତ୍ତେଜନା...

ନିଷ୍ପତ୍ତି ଉପରେ ଆଉ ଥରେ ବିଚାର କରିବା ଉଚିତ- ନରସିଂହ ମିଶ୍ର

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ ବହିଷ୍କୃତ...

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

Related Articles

Popular Categories