www.samajalive.in
Monday, December 15, 2025
24.1 C
Bhubaneswar

ଟ୍ରେନ ଧକ୍କାରେ ୩ ଶ୍ରମିକ ମୃତ

ବ୍ରହ୍ମପୁର: ବ୍ରହ୍ମପୁର ରେଳ ଷ୍ଟେସନ ନିକଟ ହଳଦିଆ ପଦର ଲେବେଲ କ୍ରସିଂ ଠାରେ ଏକ ଚଳନ୍ତା ଟ୍ରେନ ଧକ୍କାରେ ୩ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ପରିଚୟ ମିଳିପାରିନଥିଲେ ମଧ୍ୟ ସେମାନେ ଛତିଶଗଡ ରାଜ୍ୟର ବୋଲି ଶୁଣିବାକୁ ମିଳିଛି । ଜିଆରପି ଥାନା ପୁଲିସ ଘଟଣା ସ୍ଥାଳରେ ପହଂଚି ମୃତଦେହ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାକୁ ପଠାଇଛି । ସୂଚନା ପ୍ରକାରେ ମୃତ ୩ ଶ୍ରମିକ ହଳଦିଆ ପଦର ଠାରେ ଜାତୀୟ ରାଜପଥ୧୬ ଉପରେ ନିର୍ମାଣ ଚାଲିଥିବା ଓଭରବ୍ରିଜ କାଯ୍ୟରେ ନିୟୋଜିତ ହୋଇଥିଲେ । ରବିବାର ରାତିରେ ୭ ଜଣ ଶ୍ରମିକ ମିଶି ନିଜ ଘରକୁ ଯିବାପାଇଁ ହଳଦିଆ ପଦର ରେଳ ଧାରଣା କଡେ କଡେ ଚାଲି ଚାଲି ବ୍ରହ୍ମପୁର ଷ୍ଟେସନକୁ ଯାଉଥିଲେ । ରାତି ସାଢ଼େ ୧୧ ଟା ବେଳେ  ସେମାନେ ରେଳ ଧାରଣାର ଅତି ନିକଟ ଦେଇ ଆଗକୁ ବଢୁଥିବା ବେଳେ ପଛପଟୁ ଆସୁଥିବା ବିଶାଖାପାଟଣା-ଟାଟା ନଗର ଟ୍ରେନଟି ୩ ଜଣ ଶ୍ରମିକଙ୍କୁ ଧକା ଦେଇଥିଲା । ଫଳରେ ସେହି ୩ ଜଣଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଯାଇଥିଲା । ଘଟଣା ପରେ ଅନ୍ୟ ୪ ଜଣ ଶ୍ରମିକ ସେଠାରୁ କେଉଁଆଡେ ଫେରାର ହୋଇ ଯାଇଥିବା ଶୁଣିବାକୁ ମିଳିଛି । ଜିଆରପି ଥାନା ପୁଲିସ ଘଟଣାର ଅଧିକ ତଦନ୍ତ ଜାରି ରଖିଛି ।

Hot this week

ମାଲକାନଗିରିରେ ସ୍ଵାଭାବିକ ହେଲା ଇଣ୍ଟରନେଟ୍

ମାଲକାନଗିରି: ମାଲକାନଗିରିରେ ହିଂସାର ୮ ଦିନ ପରେ ସ୍ଵାଭାବିକ ହେଲା...

ବୈଜୟନ୍ତ ପଣ୍ଡାଙ୍କୁ ଆସାମ ନିର୍ବାଚନ ଦାୟିତ୍ଵ

ସମାଜ ଲାଇଭ ଡ଼େସ୍କ : କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ପୁଣି...

କେନାଲ ଖୋଳକୁ ନେଇ ଉତ୍ତେଜନା: ପୁଲିସ ସହ ଧସ୍ତାଧସ୍ତି

ବ୍ରହ୍ମଗିରି: ବ୍ରହ୍ମଗିରି ହରିଦାସ ଗାଁରେ କେନାଲ ଖୋଳାକୁ ନେଇ ପ୍ରବଳ ଉତ୍ତେଜନା...

ନିଷ୍ପତ୍ତି ଉପରେ ଆଉ ଥରେ ବିଚାର କରିବା ଉଚିତ- ନରସିଂହ ମିଶ୍ର

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ ବହିଷ୍କୃତ...

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

Related Articles

Popular Categories