ଟୋକିଓ: ଏଠାରେ ଚାଲିଥିବା ୨୦୨୦ ପାରାଲିମ୍ପିକ୍ସରେ ସୋମବାର ଭାରତ ପାଇଁ ସ୍ମରଣୀୟ ଦିନ ହୋଇ ରହିବ। ଏହିଦିନ ଭାରତ ଚାରିଟି ପଦକ ହାସଲ କରିବାରେ ସଫଳ ହୋଇଛି। ଅବନି ଲେଖରା ବନ୍ଧୁକ ଚାଳନାରେ ସ୍ୱର୍ଣ୍ଣ ଏବଂ ଯୋଗେଶ ଡିସ୍କସ ଥ୍ରୋ ରେ ରୌପ୍ୟ ପଦକ ହାସଲ କରିବା ପରେ ଜାଭେଲିନ ଥ୍ରୋରେ ଭାରତକୁ ମିଳିଛି ଦୁଇଟି ପଦକ, ଦେବେନ୍ଦ୍ର ଝାଝରିଆ ରୌପ୍ୟ ଏବଂ ସୁନ୍ଦର ସିଂହ କାଂସ୍ୟ ପଦକ ବିଜୟୀ ହୋଇଛନ୍ତି। ଜାଭେଲିନ ଥ୍ରୋ ଏଫ୪୬ ମିଟର ଫାଇନାଲରେ ଏହି ଦୁଇଟି ପଦକ ଭାରତକୁ ମିଳିଛି। ଦେବେନ୍ଦ୍ର ଝାଝରିଆ ଏହି ବିଭାଗରେ ତାଙ୍କର ବ୍ୟକ୍ତିଗତ ଶ୍ରେଷ୍ଠ ପ୍ରଦର୍ଶନ କରି ୬୪.୩୫ ମିଟର ପର୍ଯ୍ୟନ୍ତ ଥ୍ରୋ କରି ରୌପ୍ୟ ପଦକ ଜିତିଥିବାବେଳେ ସୁନ୍ଦର ସିଂହ ଗୁର୍ଜର ୬୪.୦୧ ମିଟର ଦୂରତାକୁ ଥ୍ରୋ କରି କାଂସ୍ୟ ପଦକ ହାସଲ କରିଛନ୍ତି। ଏହି ବିଭାଗରେ ଶ୍ରୀଲଙ୍କାର ହେରାଥ ମୁଦିୟାନ୍ସ ବ୍ୟକ୍ତିଗତ ଶ୍ରେଷ୍ଠ ୬୭.୭୯ ମିଟର ଦୂରତାକୁ ଥ୍ରୋ ସହିତ ନୂଆ ବିଶ୍ୱ ରେକର୍ଡ ପ୍ରତିଷ୍ଠା କରିଛନ୍ତି।
Popular Categories



