www.samajalive.in
Thursday, December 11, 2025
27.1 C
Bhubaneswar

କାବୁଲ ବିମାନ ବନ୍ଦର ଉପରକୁ ୫ ରକେଟ ମାଡ; ସୁରକ୍ଷା ଦେଲା କ୍ଷେପଣାସ୍ତ୍ର ପ୍ରତିରକ୍ଷା ବ୍ୟବସ୍ଥା

କାବୁଲ: ଆମେରିକୀୟ ସୈନ୍ୟ କାବୁଲ ବିମାନ ବନ୍ଦର ଛାଡିବାକୁ ଆଉ ୪୮ ଘଣ୍ଟାରୁ କମ୍‍ ସମୟ ବାକି ଥିବାବେଳେ ସୋମବାର ସକାଳେ କାବୁଲ ବିମାନ ବନ୍ଦରରେ ଥିବା ଆମେରିକୀୟ ସୈନ୍ୟଙ୍କୁ ଲକ୍ଷ୍ୟକରି ଗୋଟିଏ ପରେ ଗୋଟିଏ ୫ଟି ରକେଟ ମାଡ କରାଯାଇଛି। ତେବେ ବିମାନ ବନ୍ଦରରେ ମୁତୟନ କରାଯାଇଥିବା କ୍ଷେପଣାସ୍ତ୍ର ପ୍ରତିରକ୍ଷା ବ୍ୟବସ୍ଥା ଉକ୍ତ ରକେଟଗୁଡିକୁ ନଷ୍ଟ କରିଦେବା ଦ୍ୱାରା କାହାର କିଛି କ୍ଷତି ଘଟିନାହିଁ। ଆଫଗାନିସ୍ତାନରୁ ନାଗରିକଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରିବା ପ୍ରକ୍ରିୟାକୁ ଅଧିକ ବ୍ୟାପକ କରାଯାଇଥିବାବେଳେ ତାଲିବାନ ଆତଙ୍କିମାନେ ବିମାନ ବନ୍ଦରକୁ ସଂଯୋଗ କରୁଥିବା ସମସ୍ତ ରାସ୍ତା ଏବଂ ବିମାନ ବନ୍ଦର ପ୍ରବେଶ ଫାଟକ ନିକଟରେ ଜଗିରହି କାହାକୁ ଭିତରକୁ ଯିବାକୁ ଦେଉନାହାନ୍ତି। ଅନ୍ୟପକ୍ଷରେ ଆଇଏସଆଇଏସ-କେ ଆତଙ୍କି ଗୋଷ୍ଠୀ ଆମେରିକୀୟ ସୈନ୍ୟଙ୍କୁ ନିଜର ଲକ୍ଷ୍ୟ ବନାଇଛି। ସୂଚନାଯୋଗ୍ୟ ଯେ ଆମେରିକା ରବିବାର ସଂଧ୍ୟାରେ କାବୁଲରେ ବିସ୍ଫୋରକ ବୋଝେଇ ଏକ ଗାଡି ଉପରେ ଡ୍ରୋନ ସହାୟତାରେ ଆକ୍ରମଣ କରି ତାହାକୁ ଧ୍ୱଂସ କରିବା ସହିତ ଏକ ବଡଧରଣର ଆକ୍ରମଣକୁ ଟାଳିଦେଇଥିବା କହିବାର କେଇ ଘଣ୍ଟା ନପୂରୁଣୁ କାବୁଲ ବିମାନ ବନ୍ଦର ଉପରେ ଆକ୍ରମଣ ହୋଇଛି। ଇତିମଧ୍ୟରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ କହିଛନ୍ତି ଆଗାମୀ ୨୪ ଘଣ୍ଟା ମଧ୍ୟରେ ପରିସ୍ଥିତି ଅଧିକ ଖରାପ ହେବାକୁ ଯାଉଛି ଏବଂ କାବୁଲ ବିମାନ ବନ୍ଦର ଉପରେ ଏକାଧିକ ଆକ୍ରମଣ ଆଶଙ୍କା ରହିଛି। ଏଥିସହିତ ଆମେରିକାର ସମସ୍ତ ନାଗରିକ କାବୁଲ ବିମାନବନ୍ଦର ଛାଡି ତୁରନ୍ତ ନିରାପଦ ସ୍ଥାନକୁ ଚାଲିଯିବାକୁ ସତର୍କ ସୂଚନା ଜାରି କରାଯାଇଛି।

Hot this week

୧୧ ମାଓବାଦୀଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ

ଭୁବନେଶ୍ବର: ରାଉରକେଲା ବାଙ୍କୋ ପଥର ଖଣିରୁ ୪ ହଜାର କିଲୋ ବିସ୍ଫୋରକ...

ଆରମ୍ଭ ହେଲା ଟ୍ରମ୍ପ ଗୋଲ୍ଡ କାର୍ଡ : ଆସନ୍ତୁ ଜାଣିବା କଣ ଏହା…

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ନୂତନ ଭିସା କାର୍ଯ୍ୟକ୍ରମ...

ଆଇନଶୃଙ୍ଖଳା ବଜାୟ ରଖ: କେଭି

ମାଲକାନଗିରି : ମାଲକାନଗିରିରେ ଉପମୁଖ୍ୟମନ୍ତ୍ରୀଙ୍କ ବୈଠକ ଶେଷ ହୋଇଛି। ପର୍ଯ୍ୟାୟକ୍ରମେ ଦୁଇ...

ପାକିସ୍ତାନକୁ ଏଫ-୧୬ ଯୁଦ୍ଧ ବିମାନର ପ୍ରଯୁକ୍ତିବିଦ୍ୟା ବିକିବ ଆମେରିକା

ସମାଜ ଲାଇଭ ଡ଼େସ୍କ : ଯୁକ୍ତରାଷ୍ଟ୍ର ଆମେରିକା ପାକିସ୍ତାନକୁ ଏଫ-୧୬ ଯୁଦ୍ଧ...

ଥରୁଛି ସାରା ଓଡିଶା : ୧୦ ଡିଗ୍ରୀ ତଳେ ୧୬ ସହର

ଭୁବନେଶ୍ଵର : ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ୧୦ ଡିଗ୍ରୀ...

Related Articles

Popular Categories