www.samajalive.in
Wednesday, December 10, 2025
15.1 C
Bhubaneswar

ଆରମ୍ଭ ହେଲା ତାଲିବାନର କ୍ରୁର ଶାସନ; ମହିଳାଙ୍କ ଉପରେ ଅତ୍ୟାଚାର

କାବୁଲ: ଆଫଗାନିସ୍ତାନରେ ଶାସନ କ୍ଷମତା ଦଖଲ କରିବା ପରେ ସରିଆ ଆଇନ ଅନୁଯାୟୀ ଦେଶର ମହିଳାଙ୍କୁ ଶିକ୍ଷା, ନିଯୁକ୍ତି ଆଦି ସମସ୍ତ କ୍ଷେତ୍ରରେ ସୁଯୋଗ ଦିଆଯିବ ଏବଂ ଏହା ଦେଶବାସୀଙ୍କ ସ୍ୱାର୍ଥକୁ ଗୁରୁତ୍ୱ ଦେବ ବୋଲି ବାରମ୍ବାର କହିଆସୁଥିବା ତାଲିବାନ ଆତଙ୍କିଙ୍କର ବାସ୍ତବ ଚେହେରା ସମ୍ମୁଖକୁ ଆସିବା ଆରମ୍ଭ ହୋଇଛି। ଦେଶର ଟେଲିଭିଜନ, ରେଡିଓ ଆଦିରେ ମହିଳାଙ୍କ ସ୍ୱର ନଶୁଭିବା, ସେମାନେ କାର୍ଯ୍ୟକ୍ରମ ଉପସ୍ଥାପନା ନକରିବାକୁ କଡା ନିର୍ଦ୍ଦେଶନାମା ଜାରି କରିଛି ତାଲିବାନ। ଏଥିସହିତ ଦେଶର ସହ ଶିକ୍ଷା ବ୍ୟବସ୍ଥା ଉପରେ ମଧ୍ୟ କଟକଣା ଲଗାଇଛି ଏହି ଆତଙ୍କି ଗୋଷ୍ଠୀ। ବିଦ୍ୟାଳୟ ଓ ମହାବିଦ୍ୟାଳୟଗୁଡିକରେ ଛାତ୍ରଛାତ୍ରୀ ଏକତ୍ର ବସି ପାଠ ପଢିପାରିବେ ନାହିଁ। ସେମାନଙ୍କ ପାଇଁ ପୃଥକ ଶ୍ରେଣୀଗୃହ ବ୍ୟବସ୍ଥା କରାଯିବ। ଏଥିସହିତ ଛାତ୍ରୀମାନଙ୍କୁ ସରିଆ ଆଇନ ଅନୁଯାୟୀ ହିଜବ ପିନ୍ଧି ଆସିବାକୁ ପଡିବ ବୋଲି କହିଛି ତାଲିବାନ ଆତଙ୍କି ଗୋଷ୍ଠୀ। ତାଲିବାନ ପକ୍ଷରୁ ନିଯୁକ୍ତ କାର୍ଯ୍ୟକାରୀ ଉଚ୍ଚଶିକ୍ଷା ମନ୍ତ୍ରୀ ଶେଖ ଅବଦୁଲବାକି ହକାନି ଏହି ନିର୍ଦ୍ଦେଶନାମା ଜାରି କରିଛନ୍ତି। ତାହାସହିତ ଶିକ୍ଷକମାନେ ଆଉ ଛାତ୍ରୀମାନଙ୍କୁ ପାଠ ପଢାଇବାକୁ ଅନୁମତି ଦିଆଯିବ ନାହିଁ। କେବଳ ଶିକ୍ଷୟତ୍ରୀମାନେ ଛାତ୍ରୀଙ୍କୁ ପଢାଇବେ। ୧୦ ବର୍ଷ ବୟସର ବାଳିକାମାନଙ୍କୁ ଘରୁ ବଳପୂର୍ବକ ଉଠାଇ ନେଇ ଆତଙ୍କିଙ୍କ ସହିତ ବିବାହ କରାଉଥିବା ଏବଂ ଯୋ÷ନଦାସୀ କରାଉଥିବା ତାଲିବାନର ଏଭଳି ସରିଆ ଆଇନକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଆଫଗାନ ଛାଡିଥିବା ଅନେକ ନାଗରିକ। ଇସଲାମୀୟ ଆଇନରେ ଏଭଳି ବ୍ୟବସ୍ଥା ନଥିବା ସେମାନେ ଦର୍ଶାଇଛନ୍ତି। ତାଲିବାନର ଏଭଳି କଠୋର ନିଷ୍ପତ୍ତି ଦ୍ୱାରା ଦେଶରେ ଛାତ୍ରୀମାନେ ଉଚ୍ଚଶିକ୍ଷାରୁ ବଂଚିତ ହେବା ସ୍ପଷ୍ଟ ହୋଇଯାଇଛି। କାରଣ ଦେଶର ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟଗୁଡିକରେ ଏଥିପାଇଁ ଆବଶ୍ୟକ ଭିତ୍ତଭୂମି, ସମ୍ବଳ ଓ ମାନବ ସମ୍ବଳ ନାହିଁ। ଇତିମଧ୍ୟରେ ଆଫଗାନ ଛାଡି ଚାଲିଆସିଥିବା ମହିଳା ସାମ୍ବାଦିକ ହୋଲି ମ୍ୟାକେ କହିଛନ୍ତି ଯେ ତାଲିବାନ ସଦସ୍ୟମାନେ ଘରକୁ ଘର ଯାଞ୍ଚକରି ମହିଳା ଓ ବାଳିକାମାନଙ୍କୁ ଖୋଜୁଛନ୍ତି। ୧୫ ବର୍ଷରୁ ଅଧିକ ବୟସର ବାଳିକା, ଯୁବତୀ, ବିଧବାମାନଙ୍କୁ ସେମାନେ ବଳପୂର୍ବକ ଉଠାଇ ଆଣୁଛନ୍ତି। ଏପରିକି ୧୦ରୁ ୧୨ ବର୍ଷ ବୟସର ବାଳିକା ମଧ୍ୟ ସେମାନଙ୍କ କ୍ରୁର ଚକ୍ଷୁରୁ ବାଦ୍‍ ପଡୁନାହାନ୍ତି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories