www.samajalive.in
Monday, December 8, 2025
14.1 C
Bhubaneswar

୩ଦିନ ଅସହ୍ୟ ତାତି; ୧୮ରୁ କାଳବୈଶାଖୀ

ଭୁବନେଶ୍ବର : ପଶ୍ଚିମ ଓଡ଼ିଶାରେ ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି। ମିଆଁମାରରେ ଭୂମି ସ୍ପର୍ଶ କରିଥିବା ‘ମୋକା’ ଯୋଗୁଁ ଦୁଇଦିନ ହେଲା ରାଜ୍ୟର ଉପକୂଳ ଜିଲାଗୁଡ଼ିକରେ ତାପମାତ୍ରା ସାମାନ୍ୟ ହ୍ରାସ ପାଇଥିବା ବେଳେ ରବିବାର ପୁଣି ଦିନ ତାପମାତ୍ରା ବଢ଼ିବା ଯୋଗୁଁ ରାଜ୍ୟରେ ଭୀଷଣ ତାତି ଅନୂଭୂତ ହୋଇଛି । ରବିବାର ଝାରସୁଗୁଡ଼ାରେ ତାପମାତ୍ରା ସବୁଠୁ ଅଧିକ ୪୩.୮ଡିଗ୍ରୀ ଛୁଇଁଛି। ଏହା ଆଜି ରାଜ୍ୟର ସବୁଠୁ ଅଧିକ ଉତ୍ତପ୍ତ ସହର ପାଲଟିଛି। ତା’ତଳକୁ ବଲାଙ୍ଗୀର ୪୨.୨ ଡିଗ୍ରୀ ଏବଂ ଟିଟିଲାଗଡ଼ରେ ୪୨ଡିଗ୍ରୀ ରହିଛି। ୧୪ ସହରରେ ତାପମାତ୍ରା ୪୦ଡିଗ୍ରୀ କିମ୍ବା ତା’ଠାରୁ ଅଧିକ ରେକର୍ଡ ହୋଇଛି।ପାଣିପାଗ ବିଭାଗର ଆକଳନ ଅନୁଯାୟୀ, ପଶ୍ଚିମ ତଥା ଉତ୍ତର-ପଶ୍ଚିମ ଦିଗରୁ ରାଜ୍ୟ ମଧ୍ୟକୁ ଶୁଷ୍କବାୟୁ ପ୍ରବାହ କରିବା ହେତୁ ଆଗାମୀ ଦିନରେ ଆଭ୍ୟନ୍ତରୀଣ ଓଡ଼ିଶାରେ ଗ୍ରୀଷ୍ମ ପ୍ରବାହ ହେବାର ସମ୍ଭାବନା ରହିଛି। ଏପରିକି ତାପମାତ୍ରା ୪୫ଡିଗ୍ରୀ ଅତିକ୍ରମ କରିବାର ସମ୍ଭାବନା ରହିଛି। ଫଳରେ ଡହଡହ ତାତିରେ ଆଭ୍ୟନ୍ତରୀଣ ଓଡ଼ିଶା ଜଳିବ।
ରବିବାର ଅନୁଗୋଳରେ ତାପମାତ୍ରା ୪୧.୧, ସମ୍ବଲପୁର ୪୧.୩, ସୁନ୍ଦରଗଡ଼ ୪୧.୮, ହୀରାକୁଦ ୪୧.୧, ତାଳଚେର ୪୧.୬, ଭବାନୀପାଟଣା ୪୧, ମାଲକାନଗିରି ୪୧, ସୁବର୍ଣ୍ଣପୁର ୪୧.୪, ବୌଦ୍ଧ ୪୦.୮, ବରଗଡ଼ ୪୦.୨, ରାଉରକେଲା ୪୧, ଭୁବନେଶ୍ବର ୩୯.୪ ଏବଂ କଟକରେ ୩୮.୫ ଡିଗ୍ରୀ ରେକର୍ଡ ହୋଇଛି। ଆସନ୍ତା ୨୪ଘଣ୍ଟା ମଧ୍ୟରେ ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର ଏବଂ ସୁବର୍ଣ୍ଣପୁରର କିଛି ଅଞ୍ଚଳରେ ଗ୍ରୀଷ୍ମ ପ୍ରବାହ ନେଇ ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି । ପୂର୍ବାହ୍ନ ୧୧ଟାରୁ ଅପରାହ୍ଣ ୩ଟା ମଧ୍ୟରେ ଅତି ଜରୁରୀ କାମ ଥିଲେ ଛତା, ଜୋତା, ପାଣି ବୋତଲ ସାଥିରେ ନେବାକୁ ପାଣିପାଗ ବିଭାଗ ପକ୍ଷରୁ ନିର୍ଦେଶ ଦିଆଯାଇଛି।
ଗ୍ରୀଷ୍ମ ପ୍ରବାହ ନେଇ ରାଜ୍ୟ ସ୍ବତନ୍ତ୍ର ରିଲିଫ ଆୟୁକ୍ତ(ଏସଆରସି) ସତ୍ୟବ୍ରତ ସାହୁ ଜିଲାପାଳଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି। ୧୮ ତାରିଖରୁ କାଳବୈଶାଖୀ ଯୋଗୁଁ ଉପକୂଳ ଓଡ଼ିଶାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷାର ସମ୍ଭାବନା ଥିବାରୁ ଗ୍ରୀଷ୍ମ ପ୍ରବାହରୁ ସାମାନ୍ୟ ଆଶ୍ବସ୍ତି ମିଳିପାରେ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories