www.samajalive.in
Monday, December 15, 2025
24.1 C
Bhubaneswar

ଆତ୍ମସମର୍ପଣ କଲେ ୨୮ଜଣ ମାଓବାଦୀ

ମାଲକାନଗିରି: ଛତିଶଗଡରେ ପୁଣି ୨୮ ମାଓବାଦୀଙ୍କ ଆତ୍ମସମର୍ପଣ । ନାରାୟଣପୁର ଏସପି ଓ ବସ୍ତର ଆଇଜି ପି.ସୁନ୍ଦର ରାଜଙ୍କ ସମ୍ମୁଖରେ ଏମାନେ ଅସ୍ତ୍ରଶସ୍ତ୍ର ସହ ଆତ୍ମସମର୍ପଣ କରିଛନ୍ତି । ଏମାନଙ୍କ ମଧ୍ୟରେ ୧୯ ଜଣ ମହିଳା ମାଓବାଦୀ ରହିଛନ୍ତି । ସମସ୍ତଙ୍କ ନାମରେ ୮୯ ଲକ୍ଷ ଟଙ୍କାର ପୁରସ୍କାର ରହିଥିଲା ।ଏସଏଲଆର, ଇନସାସ ଏବଂ ୩୦୩ ବନ୍ଧୁକ ସହ ମାଓବାଦୀମାନେ ଆତ୍ମସମର୍ପଣ କରିଛନ୍ତି ।

ଛତିଶଗଡ ସରକାରଙ୍କ ଦ୍ବାରା ଆରମ୍ଭ ହୋଇଥିବା ଆତ୍ମନିର୍ଭରଶୀଳ ନୀତି ଏବଂ ଘରକୁ ଫେରିଆସ ଯୋଜନାରେ ନକ୍ସଲ ଲଗାତାର ଆତ୍ମସମର୍ପଣ କରୁଛନ୍ତି । ଦୁର୍ଦାନ୍ତ ମାଓନେତା ହିଡମାର ମୃତ୍ୟୁ ସଂଗଠନକୁ ଏକ ପ୍ରକାର ବେକଫୁଟକୁ ନେଇଯାଇଛି । ସଂଗଠନରେ ଦୁଇ ଗୋଷ୍ଠୀ ହେବା ସହ କିଏ କାହାକୁ ଆଉ ମାନୁନଥିବା ଜଣାପଡିଛି । ନେତୃତ୍ବ ବିହୀନ ସଂଗଠନ ହୋଇଥିବାରୁ ତଳସ୍ତରର ନକ୍ସଲ ସରକାରଙ୍କ ସହ ଯୋଗାଯୋଗ କରି ଆତ୍ମସମର୍ପଣ କରୁଛନ୍ତି ।

- Advertisement -

ପ୍ରଶାସନ ତରଫରୁ ସମସ୍ତଙ୍କୁ ୫୦ ହଜାର ଲେଖାଏଁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ଆଗାମୀ ଦିନରେ ଆତ୍ମନିର୍ଭରଶୀଳ ନୀତି ଅନୁଯାୟୀ ସମସ୍ତଙ୍କୁ ଥଇଥାନ କରାଯିବ ବୋଲି କୁହାଯାଇଛି । ଗତ ୫୦ ଦିନରେ ନାରାୟଣପୁର ଜିଲ୍ଲାରେ ୫୧୨ ଜଣ ନକ୍ସଲ ମୁଖ୍ୟ ସ୍ରୋତଲେ ସାମିଲ ହେଲେଣି । ଜଂଗଲରେ ଏବେ ବି ରହିଯାଇଥିବା ନକ୍ସଲ ପନ୍ଥିଙ୍କୁ ତୁରନ୍ତ ଆତ୍ମସମର୍ପଣ କରି ବାକି ଜୀବନ ଖୁସିରେ କଟାନ୍ତୁ ବୋଲି ଆଇଜି ସୁନ୍ଦର ରାଜ ଆହ୍ବାନ ଦେଇଛନ୍ତି ।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories