www.samajalive.in
Sunday, December 7, 2025
26.1 C
Bhubaneswar

କରୋନାର ନୂଆ ରେକର୍ଡ; ୨୪ ଘଣ୍ଟାରେ ସର୍ବାଧିକ ୨୭ ହଜାର ସଂକ୍ରମିତ, ୫୧୯ ମୃତ

ନୂଆଦିଲ୍ଲୀ: ଭାରତରେ କରୋନା ଦିନକୁ ଦିନ ନୂଆ ରେକର୍ଡ କରିବାରେ ଲାଗିଛି। ନିୟମିତ ଭାବେ ସଂକ୍ରମିତ ଏବଂ ମୃତକଙ୍କ ସଂଖ୍ୟା ବୃଦ୍ଧି ପାଇ ଚାଲିଛି। ଗତ ୨୪ ଘଣ୍ଟାରେ ରେକର୍ଡ ସଂଖ୍ୟକ ୨୭ ହଜାର ୧୧୪ ନୂଆ​‌ ରୋଗୀ ଚିହ୍ନଟ ହେବା ପରେ ଶନିବାର ସୁଦ୍ଧା ଦେଶରେ ସଂକ୍ରମିତଙ୍କ ସଂଖ୍ୟା ୮ ଲକ୍ଷ ୨୦ ହଜାର ୯୧୬ରେ ପହଞ୍ଚିଛି। ସେହିପରି ଗୋଟିଏ ଦିନରେ ୫୧୯ ରୋଗୀଙ୍କ ମୃତ୍ୟୁ ଘଟିଛି। ଦେଶରେ ମୃତ୍ୟୁ ସଂଖ୍ୟା ୨୨ ହଜାର ୧୨୩କୁ ବୃଦ୍ଧି ପାଇଛି। ଦେଶରେ ବର୍ତ୍ତମାନ ୨ ଲକ୍ଷ ୮୩ ହଜାର ୪୦୭ ସକ୍ରିୟ ରୋଗୀ ଥିବାବେଳେ ୫ ଲକ୍ଷ ୧୫ ହଜାର ୩୮୬ ଜଣ ସୁସ୍ଥ ହୋଇଥିବା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।

- Advertisement -

ଦେଶରେ ସର୍ବାଧିକ କରୋନା ଆକ୍ରାନ୍ତ ମହାରାଷ୍ଟ୍ରରେ ରହିଛନ୍ତି। ଏଠାରେ ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୩୮ ହଜାର ୪୬୧ରେ ପହଞ୍ଚିଛି। ସେହିପରି ମୃତ୍ୟୁ ସଂଖ୍ୟା ୯୮୯୩କୁ ବଢ଼ିଛି। ଦିଲ୍ଲୀରେ ୧ ଲକ୍ଷ ୯ ହଜାର ୧୪୦ ଜଣ କରୋନାରେ ଆକ୍ରାନ୍ତ ହୋଇଥିବାବେଳେ ୩୩୦୦ ଜଣ ପ୍ରାଣ ହରାଇଛନ୍ତି। ତାମିଲନାଡୁରେ ୧ ଲକ୍ଷ ୩୦ ହଜାର ୨୬୧ କରୋନା ସଂକ୍ରମିତ ଏବଂ ୧୮୨୯ ରୋଗୀଙ୍କ ମୃତ୍ୟୁ ଘଟିଛି। ଗୁଜରାଟରେ ସଂକ୍ରମିତ ସଂଖ୍ୟା ୪୦ ହଜାର ୧୫୫କୁ ବୃଦ୍ଧି, ୨୦୨୩ ଜଣଙ୍କ ମୃତ୍ୟୁ ହୋଇଛି। ଏହାବ୍ୟତୀତ ଉତ୍ତରପ୍ରଦେଶରେ ୩୩ ହଜାର ୭୦୦ ସଂକ୍ରମିତ ଓ ୮୮୯ ମୃତ, କର୍ଣ୍ଣାଟକରେ ୩୩ ହଜାର ୪୪୮ ଆକ୍ରାନ୍ତ ଓ ୫୪୫ ମୃତ, ପଶ୍ଚିମବଙ୍ଗରେ ୨୭ ହଜାର ୧୦୯ ଆକ୍ରାନ୍ତ ଓ ୮୮୦ ମୃତ, ହରିୟାଣାରେ ୧୯ ହଜାର ୯୩୪ ଆକ୍ରାନ୍ତ ଏବଂ ୨୯୦ ମୃତ, ଆନ୍ଧ୍ରପ୍ରଦେଶରେ ୨୫ ହଜାର ୪୨୨ ଆକ୍ରାନ୍ତ ଏବଂ ୨୯୨ ମୃତ, ତେଲେଙ୍ଗାନାରେ ୩୨ ହଜାର ୨୨୪ ସଂକ୍ରମିତ ଓ ୩୩୯ ମୃତ, ରାଜସ୍ଥାନରେ ୨୩  ହଜାର ୧୭୪ ଆକ୍ରାନ୍ତ ଓ ୪୯୭ ମୃତ, ଜାମ୍ମୁ-କାଶ୍ମୀରରେ ୯୮୮୮ ସଂକ୍ରମିତ ଓ ୧୫୯ ମୃତ, ମଧ୍ୟପ୍ରଦେଶରେ ୧୬ ହଜାର ୬୫୭ ସଂକ୍ରମିତ ଓ ୬୩୮ ମୃତ, ବିହାରରେ ୧୪ ହଜାର ୩୩୦ ଆକ୍ରାନ୍ତ ଓ ୧୧୧ ମୃତ, ଆସାମରେ ୧୫ ହଜାର ୫୩୭ ଆକ୍ରାନ୍ତ ଓ ୩୫ ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି।

Hot this week

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

Related Articles

Popular Categories