www.samajalive.in
Saturday, December 6, 2025
19.1 C
Bhubaneswar

ହକି ଇଣ୍ଡିଆ ଅଧ୍ୟକ୍ଷ ପଦରୁ ମୁସ୍ତାକ ଅହମ୍ମଦଙ୍କ ଇସ୍ତଫା

ନୂଆଦିଲ୍ଲୀ: କ୍ରୀଡ଼ା ମନ୍ତ୍ରଣାଳୟ ନୋଟିସ ପରେ ହକି ଇଣ୍ଡିଆ ଅଧ୍ୟକ୍ଷ ପଦରୁ ମୁସ୍ତାକ ଅହମ୍ମଦ ଇସ୍ତଫା ଦେଇଛନ୍ତି। ହକି ଇଣ୍ଡିଆ କାର୍ଯ୍ୟକାରିଣୀ ପକ୍ଷରୁ ତାଙ୍କ ଇସ୍ତଫାକୁ ଗ୍ରହଣ କରାଯିବା ସହିତ ନିର୍ବାଚନ ଶେଷ ହେବା ପର୍ଯ୍ୟନ୍ତ ମଣିପୁରର ଜ୍ଞାନେନ୍ଦ୍ର ନିଙ୍ଗୋବମଙ୍କୁ କାର୍ଯ୍ୟକାରୀ ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଛି।

ଜ୍ଞାନେନ୍ଦ୍ର ମଣିପୁରରେ ଥିବା ଏକ ସାନ୍ଧ୍ୟ ଦୈନିକ ଖବରକାଗଜର ସମ୍ପାଦକ ଭାବେ କାର୍ଯ୍ୟ କରିଛନ୍ତି। ହକି ଇଣ୍ଡିଆ ମହାସଚିବ ଅହମ୍ମଦଙ୍କ ଇସ୍ତଫା ସମ୍ପର୍କରେ କ୍ରୀଡ଼ା ମନ୍ତ୍ରଣାଳାୟକୁ ଅବଗତ କରାଇଛନ୍ତି। ମନ୍ତ୍ରଣାଳୟ ପକ୍ଷରୁ ଅହମ୍ମଦଙ୍କୁ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେବାକୁ ନୋଟିସ ଜାରି କରାଯାଇଥିଲା। ଏହା ପରଦିନ ଅହମ୍ମଦ ଇସ୍ତଫା ଦେଇଥିଲେ। ମନ୍ତ୍ରଣାଳୟ ନୋଟିସରେ କହିଥିଲା ଯେ, ମୁସ୍ତାକ ଅହମ୍ମଦ ୨୦୧୦ରୁ ୨୦୧୪ ପର୍ଯ୍ୟନ୍ତ ହକି ଇଣ୍ଡିଆର କୋଷାଧ୍ୟକ୍ଷ ଏବଂ ୨୦୧୪ରୁ ୨୦୧୮ ପର୍ଯ୍ୟନ୍ତ ମହାସଚିବ ଥିଲେ। ଏପରି ସ୍ଥିତିରେ କୁଲିଂ ଅଫ୍‌ ପିରିୟଡ ବିନା ସେ ୩ୟ କାର୍ଯ୍ୟକାଳରେ ଅଧ୍ୟକ୍ଷ ଭାବେ ରହିପାରିବେ ନାହିଁ।

Hot this week

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

Related Articles

Popular Categories