www.samajalive.in
Monday, December 15, 2025
26.1 C
Bhubaneswar

ୟୁ.ଜି.ସି.ର ଛାତ୍ରବିରୋଧି ପରୀକ୍ଷା ପରିଚାଳନା ନିଷ୍ପତ୍ତି ପ୍ରତ୍ୟାହାର ଦାବିରେ ଏ.ଆଇ.ଏସ୍‍.ଏଫ୍‍. ପକ୍ଷରୁ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କୁ ଦାବି ପତ୍ର ପ୍ରଦାନ

ଭୁବନେଶ୍ୱର : ୟୁ.ଜି.ସି.ର ଛାତ୍ରବିରୋଧି ପରୀକ୍ଷା ପରିଚାଳନା ନିଷ୍ପତ୍ତି ପ୍ରତ୍ୟାହାର ଦାବିରେ ଅଖିଳ ଭାରତ ଛାତ୍ରସଂଘ ପକ୍ଷରୁ ରାଜ୍ୟର ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ କୁମାର ସାହୁଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ମାନବସମ୍ବଳ ବିକାଶ ମନ୍ତ୍ରଣାଳୟ ଓ ଗୃହ ମନ୍ତ୍ରଣାଳୟର ମଞ୍ଜୁରୀ ପରେ ୟୁ.ଜି.ସି. ଯେଉଁ ପରୀକ୍ଷା ପରିଚାଳନା ପାଇଁ ନିର୍ଦ୍ଦେଶ ଜାରି କରିଛି ତାହା ସମ୍ପୂର୍ଣ୍ଣ ଅମାନବୀୟ ଓ ଅଦୂରଦର୍ଶୀ। ସମଗ୍ର ଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ପରୀକ୍ଷା କରାଇବାର ନିଷ୍ପତ୍ତି ଛାତ୍ରଛାତ୍ରୀଙ୍କୁ ମୃତ୍ୟୁ ମୁଖକୁ ଠେଲିଦେବା ସଦୃଶ।

ଅନ୍ୟପକ୍ଷେ ପରୀକ୍ଷା ନିଷ୍ପତ୍ତିରେ ବାରମ୍ବାର ପରିବର୍ତ୍ତନ ପିଲାଙ୍କୁ ମାନସିକ ଚାପଗ୍ରସ୍ତ କରାଉଛି। ସାମ୍ପ୍ରତିକ ସ୍ଥିତିରେ ଅଫ୍‍ଲାଇନ୍‍ ପରୀକ୍ଷା ପାଇଁ ପର୍ଯ୍ୟାପ୍ତ ଭିତ୍ତିଭୂମିର ଅଭାବ ରହିଛି। ପରୀକ୍ଷା ସେଣ୍ଟରରେ ପହଞ୍ଚିବାଠାରୁ ଆରମ୍ଭ କରି ସେଠାରେ ରହିବା, ଖାଇବା ଓ ପୃଥକ ଶୌଚାଳୟ ଆଦିର ସୁବିଧା ସେପ୍ଟେମ୍ବର ସୁଦ୍ଧା କରାଯିବା ସମ୍ଭବ କି ? ଯଦି କୌଣସି ଗୋଟିଏ ପିଲା କରୋନା ଦ୍ୱାରା ସଂକ୍ରମିତ ହୁଏ, ତେବେ ସରକାର ନିଜକୁ ଦାୟୀ କରିବେ କି ? ଅଫ୍‍ଲାଇନ୍‍ର ବିକଳ୍ପ ଭାବରେ ଯେଉଁ ଅନ୍‍ଲାଇନ୍‍ ପରୀକ୍ଷା ପାଇଁ ଉଲ୍ଲେଖ କରାଯାଇଛି, ତାହା ସମ୍ପୂର୍ଣ୍ଣ ଶିକ୍ଷା ଓ ଛାତ୍ର ବିରୋଧି। ଏହି ବ୍ୟବସ୍ଥା ଛାତ୍ରଛାତ୍ରୀଙ୍କ ମଧ୍ୟରେ ଧନୀ-ଗରିବର ପାଚେରୀ ତିଆରି କରିବ। ଅପର ପକ୍ଷରେ ସି.ବି.ଏସ୍‍.ଇ. ଯେଉଁ ବିଷୟଗୁଡ଼ିକୁ ପାଠ୍ୟକ୍ରମରୁ ବାଦ୍‍ ଦେଇଛି ତାହା ଅତ୍ୟନ୍ତ ନିନ୍ଦନୀୟ ଓ ଚିନ୍ତାର ବିଷୟ। ଦେଶର ଏକତା ଓ ଭାଇଚାରାକୁ ନଷ୍ଟ କରିବା ପାଇଁ ଏହା ଏକ ସରକାରୀ ଷଡ଼ଯନ୍ତ୍ର ବୋଲି ଏ.ଆଇ.ଏସ୍‍.ଏଫ୍‍. ଅଭିଯୋଗ କରିଛି।

- Advertisement -

ଏହି ପରିପ୍ରେକ୍ଷୀରେ, ଅଖିଳ ଭାରତ ଛାତ୍ରସଂଘର ରାଜ୍ୟ ସଭାନେତ୍ରୀ ସଂଘମିତ୍ରା ଜେନାଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳୀ ବିବେକ କୃଷ୍ଣା, ମାନସ ରଂଜନ କର ଓ ଲିପୁନ୍‍ କୁମାର ହୋତା ପ୍ରମୁଖ ମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରିବା ସହ ତୁରନ୍ତ ପ୍ରତ୍ୟେକ ଛାତ୍ରଛାତ୍ରୀ ନିକଟରେ ମାଗଣାରେ ପୁସ୍ତକ ଓ ପାଠ୍ୟ ଉପକରଣ ପହଞ୍ଚାଇବା ପାଇଁ ମଧ୍ୟ ଆଲୋଚନା କରାଯାଇଥିଲା। ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ମଧ୍ୟ ଏହାକୁ ବିଚାରକୁ ନେଇ ଛାତ୍ର ସମାଜର ହିତରେ ପଦକ୍ଷେପ ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ।

Hot this week

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

Related Articles

Popular Categories