www.samajalive.in
Monday, December 15, 2025
24.1 C
Bhubaneswar

ସନ୍ଧ୍ୟା ୬ଟା ମୁଖ୍ୟ ଖବର

ହତ୍ୟା ମାମଲାରେ କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରଙ୍କ ନିର୍ଦ୍ଦୋଷ ସମ୍ପର୍କିତ ଆବେଦନ ସ୍ଥାନାନ୍ତର କରିବାକୁ ମନା କଲେ ସୁପ୍ରିମକୋର୍ଟ..

ଦୁର୍ଦ୍ଦାନ୍ତ ଅପରାଧୀ ମହମ୍ମଦ ସକିଲ୍‌କୁ ତଡ଼ିପାର.. ସକିଲ୍‌କୁ ତଡ଼ିପାର ନିର୍ଦେଶ ଦେଲା କମିଶନରେଟ୍‌ ପୁଲିସ..

- Advertisement -

ପିପିଲି ଗୁଳିକାଣ୍ଡ ଘଟଣାରେ ଜଣେ ଅଭିଯୁକ୍ତ ଗିରଫ.. ପ୍ରଶାସନ ଉପସ୍ଥିତିରେ ଶାନ୍ତି କମିଟି ଗଠିତ

କଟକରେ ନକଲି ଔଷଧ ବିକ୍ରି ମାମଲାରେ ବୁଧବାର ଆଉ ଦୁଇ ଜଣଙ୍କୁ ଗିରଫ କରାଯାଇଛି.. ଦୁଇ ଜଣ ଔଷଧ ବିକ୍ରେତାଙ୍କୁ ଗିରଫ କରିଛି ପୁଲିସ.. ପୂର୍ବରୁ ଗିରଫ ଦୁଇ ଡିଷ୍ଟ୍ରିବ୍ୟୁଟରଙ୍କଠାରୁ ଏମାନେ ଔଷଧ କିଣୁଥିଲେ.. ପୂର୍ବରୁ ଏହି ମାମଲାରେ ୬ ଜଣଙ୍କୁ ଗିରଫ କରାଯାଇଛି..

କଂଗ୍ରେସ ଅଧ୍ୟକ୍ଷ ଭାବେ ମଲ୍ଲିକାର୍ଜୁନ ଖଡ଼ଗେ ଦାୟିତ୍ୱ ଗ୍ରହଣ କରିବାର କିଛି ସମୟ ପରେ କଂଗ୍ରେସ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ଇସ୍ତଫା ଦେଇଛନ୍ତି.. କଂଗ୍ରେସ କାର୍ଯ୍ୟକାରିଣୀ କମିଟିର ସମସ୍ତ ସଦସ୍ୟ, ସାଧାରଣ ସଚିବ ଏବଂ ଦାୟିତ୍ୱରେ ଥିବା ବ୍ୟକ୍ତି ତାଙ୍କ ଇସ୍ତଫା ପତ୍ର ପ୍ରଦାନ କରି ନୂତନ ମୁଖିଆଙ୍କୁ ତାଙ୍କ ମନ ମୁତାବକ ଟିମ ଗଠନ କରିବା ପାଇଁ ସୁଯୋଗ ଦେଇଛନ୍ତି.. ନୂତନ ମୁଖିଆ ନିର୍ବାଚନ ପରେ ଖୁବ ଶୀଘ୍ର କଂଗ୍ରେସର ସମସ୍ତ କର୍ମଚାରୀ ଇସ୍ତଫା ଦେବାର ପରମ୍ପରା ରହିଛି…

କେନ୍ଦ୍ର ସରକାରଙ୍କୁ କେଜ୍ରିୱାଲଙ୍କ ନିବେଦନ ; ଟଙ୍କାରେ ରହୁ ଲକ୍ଷ୍ମୀ ଓ ଗଣେଶଙ୍କ ଫଟୋ..

କଂଗ୍ରେସ ଅଧ୍ୟକ୍ଷ ଭାବେ ଦାୟିତ୍ବ ଗ୍ରହଣ କଲେ ମଲ୍ଲିକାର୍ଜୁନ ଖଡ଼ଗେ…

ଆସାମରେ ବାତ୍ୟା ସିତ୍ରାଙ୍ଗର ତାଣ୍ଡବ… ବାତ୍ୟା ଯୋଗୁଁ ୮୩ଟି ଗାଁର ଲୋକ ପ୍ରଭାବିତ ହୋଇଥିବା ସୂଚନା… ୧୧୪୬ ଲୋକ କ୍ଷତିଗ୍ରସ୍ତ ହୋଇଥିବା ସୂଚନା ଦେଲେ ରାଜ୍ୟ ସରକାର… ଅନେକ ସ୍ଥାନରେ ଉପୁଡ଼ିଛି ବିଦ୍ୟୁତ୍‌ ଖୁଣ୍ଟ… ଭାଙ୍ଗିଛି ଘର, ଉପୁଡ଼ିଛି ବଡ଼ ବଡ଼ ଗଛ…

ଆଜିଠୁ ଧାମନଗରରେ ଲାଗିବ ହେବିୱେଟଙ୍କ ଭିଡ଼… କାଲିଠୁ ମୈଦାନକୁ ଓହ୍ଲାଇବେ ୩ କେନ୍ଦ୍ରମନ୍ତ୍ରୀ… ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୁରଜଙ୍କ ପାଇଁ ପ୍ରଚାର କରିବେ ଧର୍ମେନ୍ଦ୍ର… ସେପଟେ କଂଗ୍ରେସ ପ୍ରାର୍ଥୀ ପାଇଁ ପ୍ରଚାର ମଙ୍ଗ ଧରିବେ ପିସିସି ସଭାପତି… ବିଜେଡିର ଅବନ୍ତୀ ଦାସଙ୍କ ପାଇଁ ଭୋଟ୍‌ ମାଗିପାରନ୍ତି ମୁଖ୍ୟମନ୍ତ୍ରୀ…

ରାଜ୍ୟରେ ବର୍ତ୍ତମାନ ବଦଳିବନି ପାଗ… ଆଗାମୀ ୪ରୁ ୫ ଦିନ ଯାଏଁ ଶୁଖିଲା ପାଗ ରହିବା ସମ୍ଭାବନା… ଉଭୟ ଦିନ ଓ ରାତିର ତାପମାତ୍ରାରେ ହେବନି ବିଶେଷ ପରିବର୍ତ୍ତନ… ସୂଚନା ଦେଲା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର…

ସିଡନୀରେ ଭାରତୀୟ କ୍ରିକେଟ୍‌ ଟିମ୍‌ ଅସନ୍ତୁଷ୍ଟ… ନେଟ୍‌ ପ୍ରାକ୍ଟିସ୍‌ ପାଇଁ ମନା କଲା ଦଳ… ହୋଟେଲ ଠାରୁ ୪୨ କିମି ଦୂରରେ ବ୍ଲାକଟାଉନ ପ୍ରାକ୍ଟିସ… ମ୍ୟାଚ୍‌ ପୂର୍ବରୁ ଏତେ ଦୂରଯାଇ ଅଭ୍ୟାସ କରିବା ସମ୍ଭବ ନୁହେଁ ବୋଲି କହିଲା ଟିମ୍‌… ଖାଦ୍ୟକୁ ନେଇ ମଧ୍ୟ ଅସନ୍ତୋଷ ଜାହିର କଲେ ଖେଳାଳି… ଆସନ୍ତାକାଲି ଭାରତ ସହ ନେଦରଲାଣ୍ଡ ମୁକାବିଲା…

Hot this week

ମାଲକାନଗିରିରେ ସ୍ଵାଭାବିକ ହେଲା ଇଣ୍ଟରନେଟ୍

ମାଲକାନଗିରି: ମାଲକାନଗିରିରେ ହିଂସାର ୮ ଦିନ ପରେ ସ୍ଵାଭାବିକ ହେଲା...

ବୈଜୟନ୍ତ ପଣ୍ଡାଙ୍କୁ ଆସାମ ନିର୍ବାଚନ ଦାୟିତ୍ଵ

ସମାଜ ଲାଇଭ ଡ଼େସ୍କ : କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ପୁଣି...

କେନାଲ ଖୋଳକୁ ନେଇ ଉତ୍ତେଜନା: ପୁଲିସ ସହ ଧସ୍ତାଧସ୍ତି

ବ୍ରହ୍ମଗିରି: ବ୍ରହ୍ମଗିରି ହରିଦାସ ଗାଁରେ କେନାଲ ଖୋଳାକୁ ନେଇ ପ୍ରବଳ ଉତ୍ତେଜନା...

ନିଷ୍ପତ୍ତି ଉପରେ ଆଉ ଥରେ ବିଚାର କରିବା ଉଚିତ- ନରସିଂହ ମିଶ୍ର

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ ବହିଷ୍କୃତ...

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

Related Articles

Popular Categories